ETV Bharat / bharat

‘ଆମେରିକା ବର୍ଷକୁ 50 ବିଲିଅନ ଡଲାର ଅସ୍ବାସ୍ଥ୍ୟକର ଖାଦ୍ୟ ଖାଉଛି’ - Healthy diet could save 50 billion

ଅସ୍ବାସ୍ଥ୍ୟକର ଖାଦ୍ୟ, ଖରାପ ସ୍ବାସ୍ଥ୍ୟର ଏକ ପ୍ରମୂଖ କାରଣ । କାର୍ଡିଓ ମେଟାବୋଲିକ ରୋଗ ଯଥା ହୃଦଘାତ, ଟାଇପ-2 ମଧୁମେହରେ 45 ପ୍ରତିଶତ ମୃତ୍ୟୁର କାରଣ ଅସ୍ବାସ୍ଥ୍ୟକର ଖାଦ୍ୟ । ତେବେ ଆମେରିକା ଗୋଟିଏ ବର୍ଷରେ 50 ବିଲିଅନ ଆମେରିକୀୟ ଡଲାର ସଞ୍ଚୟ ହୋଇପାରିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି

Healthy diet could save 50 billion
ସ୍ବାସ୍ଥ୍ୟକର ଖାଦ୍ୟ ଖାଇ ସଞ୍ଚୟ କରନ୍ତୁ 50କୋଟି
author img

By

Published : Dec 26, 2019, 11:38 PM IST

ହାଇଦ୍ରାବାଦ: ଅସ୍ବାସ୍ଥ୍ୟକର ଖାଦ୍ୟ, ଖରାପ ସ୍ବାସ୍ଥ୍ୟର ଏକ ପ୍ରମୂଖ କାରଣ । କାର୍ଡିଓ ମେଟାବୋଲିକ୍ ରୋଗ ଯଥା ହୃଦଘାତ, ଟାଇପ-2 ମଧୁମେହରେ 45 ପ୍ରତିଶତ ମୃତ୍ୟୁର କାରଣ ଅସ୍ବାସ୍ଥ୍ୟକର ଖାଦ୍ୟ । ଏନେଇ ବୈଜ୍ଞାନିକମାନେ 10 ପ୍ରକାର ଭୋଜନ ପ୍ରଣାଳୀକୁ ରିସର୍ଚ୍ଚ ଅନ୍ତର୍ଭୁକ୍ତ କରିଥିଲେ । ଫଳ, ପନିପରିବା, କାଜୁ ଜାତୀୟ ଖାଦ୍ୟ ଓ ମାଂସ ଆଦି ସହ ବାର୍ଷିକ କାର୍ଡିଓ ମେଟାବୋଲିକ ରୋଗକୁ ରିସର୍ଚ୍ଚ ଅନ୍ତର୍ଭୁକ୍ତ କଲେ । ଅଳ୍ପ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାରେ ଜଣେ ବ୍ୟକ୍ତି 300ଟଙ୍କା ଦିନକୁ ଖର୍ଚ୍ଚ କରିଥାଏ । 18 ପ୍ରତିଶତ ହୃଦଘାତ ସମସ୍ୟା ଓ ମଧୁମେହ ମଧ୍ୟ ଏହି ଆକଳନ ସହ ସଂଶ୍ଳିଷ୍ଟ ।

କମ୍ ଦାମ ସହ ନିଜ ପ୍ରତିଦିନ ଖାଦ୍ୟରେ କିଛି ଟା ପରିବର୍ତ୍ତନ ଆଣି ହୃଦଘାତ ଭଳି ରୋଗରୁ ରକ୍ଷା ମିଳିପାରିବ ବୋଲି କହିଛନ୍ତି ବୈଜ୍ଞାନିକ । ବିଶେଷ କରି ଯେଉଁ ଯାଗାରୁ ଲୋକେ ସଉଦା କିଣନ୍ତି,ସେହି ଯାଗା ସହ ମଧ୍ୟ ରୋଗର ସମ୍ପର୍କ ରହିଛି । ନ୍ୟାସନାଲ ହେଲଥ ଆଣ୍ଡ ନ୍ୟୁଟ୍ରିସନ ଏକ୍ସାମିସନ ସର୍ଭେ(NHANES)ର ଡାଟା ବ୍ୟବହାର କରି ରିସର୍ଚ୍ଚ କରାଯାଇଛି । ରିସର୍ଚ୍ଚରେ ଆମେରିକାର 35-85 ବର୍ଷର କିଛି ଲୋକଙ୍କୁ ନେଇ ଏକ ମଡେଲ ପ୍ରସ୍ତୁତ କରାଯାଇଛି । ଏହାର ନାମ ରହିଛି CVD PREDICT ମଡେଲ୍ ।

ଏହି ମଡେଲ ଅନୁସାରେ, କାର୍ଡିଓ ମେଟାବୋଲିକ୍ ରୋଗ ହେବାର ଏକ ମୁଖ୍ୟ କାରଣ ହେଲା ଖାଦ୍ୟ । ଏହାକୁ ପୁଣିଥରେ ବିଶ୍ଲେଷଣ କରାଯାଇ 10 ପ୍ରକାର ଖାଦ୍ୟ ଖାଇବାକୁ ପ୍ରସ୍ତାବ ଦିଆଗଲା । ଏହି ଖାଦ୍ୟକୁ ଗ୍ରହଣ କରିବା ଦ୍ବାରା ଜଣେ ବ୍ୟକ୍ତିର ଦିନକୁ 301ଟଙ୍କା ଖର୍ଚ୍ଚ ହେବ ମାତ୍ର ଯଦି ଏହାକୁ ସମସ୍ତେ ପାଳନ କରିବେ ତେବେ ଆମେରିକା ଗୋଟିଏ ବର୍ଷରେ 50 ବିଲିଅନ ଆମେରିକୀୟ ଡଲାର ସଞ୍ଚୟ ହୋଇପାରିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ଏଥିରେ ମାଂସ ଜାତୀୟ ଖାଦ୍ୟ, ଅଳ୍ପ ମାତ୍ରାରେ କାଜୁ ଜାତୀୟ ଖାଦ୍ୟ ଓ ଓମେଗା-3 ଥିବା ସମୁଦ୍ର ମାଛ ଖାଇବାକୁ କୁହାଗଲା ।

Intro:Body:

phoito

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.