ନୂଆଦିଲ୍ଲୀ: ଦେଶରେ ଅତି ଗମ୍ଭୀର ହେବାରେ ଲାଗିଛି କୋରୋନା ପରିସ୍ଥିତି । ଗତ 24 ଘଣ୍ଟା ମଧ୍ୟରେ 9 ହଜାର 851 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ଆଜି ଆସିଥିବା ରିପୋର୍ଟ ମଧ୍ୟରୁ ପୁଣି ସ୍ବାସ୍ଥ୍ୟ ମନ୍ତ୍ରାଣାଳୟର 3 ଜଣ ଅଧିକାରୀଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି ।
ତିନି ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ଯେଉଁମାନେ ଏମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କ ପରୀକ୍ଷା କରାଯିବ ।
ସୂଚନାଯୋଗ୍ୟ, ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନେକ ଅଧିକାରୀ କୋରୋନା ଆକ୍ରାନ୍ତ ହେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ସମୟରେ ମନ୍ତ୍ରଣାଳୟ ଅନେକ ଅଧିକାରୀ ସଂକ୍ରମିତ ଥିବା କୁହାଯାଇଥିଲା ।
ଏପର୍ଯ୍ୟନ୍ତ ଦିଲ୍ଲୀର ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟର କାର୍ଯ୍ୟାଳୟରେ କୋରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ କୋରୋନା ମାମଲା ରିପୋର୍ଟ ହୋଇଛି ।