ETV Bharat / bharat

ଜରୁରୀକାଳୀନ ସ୍ଥିତିରେ ହେବ ରେମଡେସିଭିର ବ୍ୟବହାର, ଅନୁମତି ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : Jun 14, 2020, 12:11 AM IST

କୋଭିଡ-19ର ଜରୁରୀକାଳୀନ ଚିକିତ୍ସା ପାଇଁ ଆଣ୍ଟି-ଭାଇରାଲ ଡ୍ରଗ ରେମଡେସିଭିର ବ୍ୟବହାର କରିବାକୁ ଅନମତି ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହି ଭୂତାଣୁର ବିସ୍ତାରକୁ ରୋକିବା ଦିଗରେ ଶନିବାର ମନ୍ତ୍ରଣାଳୟ 'କୋଭିଡ -19 ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ'ର ସମୀକ୍ଷା କରିଛି । ଏଥିସହ ମନ୍ତ୍ରଣାଳୟ ନିଜ ପୂର୍ବ ସୁପାରିଶକୁ ପ୍ରତ୍ୟାହାର କରି ନେଇଛି ।

Health ministry allowed the use of remadecivir in an emergency
ଜରୁରୀକାଳୀନ ସ୍ଥିତିରେ ରେମଡେସିଭିର ବ୍ୟବହାର କରିବାକୁ ଅନୁମତି ଦେଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କୋଭିଡ-19ର ଜରୁରୀକାଳୀନ ଚିକିତ୍ସା ପାଇଁ ଆଣ୍ଟି-ଭାଇରାଲ ଡ୍ରଗ ରେମଡେସିଭିର ବ୍ୟବହାର କରିବାକୁ ଅନମତି ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହି ଭୂତାଣୁର ବିସ୍ତାରକୁ ରୋକିବା ଦିଗରେ ଶନିବାର ମନ୍ତ୍ରଣାଳୟ 'କୋଭିଡ -19 ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ'ର ସମୀକ୍ଷା କରିଛି ।

କୋରାନାର ପ୍ରାରମ୍ଭିକ ଚିକିତ୍ସା ସମୟରେ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ (HCQ)ର ବ୍ୟବହାର କରାଯିବା ଉଚିତ ଏବଂ ଗୁରୁତର ଅବସ୍ଥାରେ ଏହି ଚିକିତ୍ସା ପଦ୍ଧତି ଠାରୁ ଦୂରେଇ ରହିବା ଉଚିତ୍ । ନୂତନ ପ୍ରୋଟୋକଲ୍ ଅନୁଯାୟୀ ଗୁରୁତର ଅବସ୍ଥା ଏବଂ ଆଇସିୟୁର ଆବଶ୍ୟକତା ହେଲେ ଏଜିଥ୍ରୋମାଇସିନ୍ ସହିତ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାର କରିବାକୁ ନେଇ ମନ୍ତ୍ରଣାଳୟ ନିଜ ପୂର୍ବ ସୁପାରିଶକୁ ପ୍ରତ୍ୟାହାର କରି ନେଇଛି ।

ଏଥିରେ କୁହାଯାଇଛି ଏଚସିକ୍ୟୁର କ୍ଲିନିକାଲ୍ ବ୍ୟବହାରରେ ଅନେକ ଫାଇଦା ଥିବା ଅଧ୍ୟୟନ ହୋଇଛି । ହେଲେ ସଂଶୋଧିତ ପ୍ରୋଟୋକଲରେ କୁହାଯାଇଛି ଯେ, ଅନେକ ବଡ଼ ପର୍ଯ୍ୟବେକ୍ଷଣ ଅଧ୍ୟୟନରେ କୌଣସି ପ୍ରଭାବଶୀଳ କିମ୍ବା ସଫଳ କ୍ଲିନିକାଲ୍ ଫଳାଫଳ ଦେଖାଯାଇନାହିଁ ।

ସେହିପରି ଅନ୍ୟ ଆଣ୍ଟି-ଭାଇରାଲ୍ ଔଷଧ ପରି ଏହାର ବ୍ୟବହାର ରୋଗର ଆରମ୍ଭରେ କରାଯିବା ଉଚିତ୍ । ଯାହା ଦ୍ବାରା ପଜିଟିଭ ପରିଣାମ ଦେଖିବାକୁ ମିଳିବ । ଗୁରୁତର ଥିବା ରୋଗୀଙ୍କ ଉପରେ ଏହାର ବ୍ୟବହାର କରିବା ଉଚିତ୍ ନୁହେଁ ।

ପ୍ରକାଶ ଥାଉ କି, କୋଭିଡ -19ର ଚିକିତ୍ସାରେ ରେମଡେସିଭିରକୁ ସବୁଠାରୁ ପ୍ରଭାବଶାଳୀ ଔଷଧ ମନେ କରାଯାଉଛି । ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗିଲିଆଡ୍ ସାଇନ୍ସ ଦ୍ୱାରା ଏହି ଔଷଧ ପ୍ରସ୍ତୁତ କରାଯାଇଛି । ଉକ୍ତ କମ୍ପାନୀ ଭାରତ ସମେତ 127 ଦେଶକୁ ଏହି ଔଷଧ ଯୋଗାଇ ଦେଉଛି । ବର୍ତ୍ତମାନ ଏକ ଭାରତୀୟ କମ୍ପାନୀ ମଧ୍ୟ ଏହି ଔଷଧ ଉତ୍ପାଦନ କରିବ । ଏଥିପାଇଁ ଗିଲିଆଡ୍ ସାଇନ୍ସ ହାଇଦ୍ରାବାଦର ଫାର୍ମାସ୍ୟୁଟିକାଲ୍ ନିର୍ମାତା କମ୍ପାନୀ ଡାକ୍ତର ରେଡ୍ଡିଜ ଲାବ୍ରୋଟୋରୀ ସହିତ ଚୁକ୍ତି କରିଛି ।

ଆମେରିକୀୟ ଏବଂ ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ଅଣ-କାର୍ଯ୍ୟନିର୍ବାହୀ ଚୁକ୍ତି ଅନୁଯାୟୀ, ରେମଡେସିଭିରର ପଞ୍ଜୀକରଣ ଏବଂ ଉତ୍ପାଦନ ପାଇଁ ଡାକ୍ତର ରେଡ୍ଡିଜଙ୍କ ଅଧିକାର ଦେଇସାରିଛି ଗିଲିଆଡ୍ ସାଇନ୍ସ । ଏଥିସହ ଗିଲିଆଡ୍ ସାଇନ୍ସ ନିଜ ଟେକ୍ନୋଲୋଜି ମଧ୍ୟ ସ୍ଥାନାନ୍ତର କରିବ। ସମ୍ପୃକ୍ତ ଦେଶରେ ଏହି ଔଷଧର ଉତ୍ପାଦନ ଏବଂ ମାର୍କେଟିଂ ବୃଦ୍ଧି କରିବାକୁ ଉକ୍ତ ଡାକ୍ତରଙ୍କୁ ନିୟାମକ ଅନୁମୋଦନ ଆବଶ୍ୟକ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.