ETV Bharat / bharat

ଲୋକ ନାୟକ ହସ୍ପିଟାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଶନିବାର ରାଜଧାନୀ ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାର ସ୍ଥିତି ଯାଞ୍ଚ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନ । ଅଧିକ ପଢନ୍ତୁ...

Dr. Harsh Vardhan
ଲୋକ ନାୟକ ହସ୍ପିଟାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Apr 4, 2020, 7:35 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ କୋଭିଡ-19କୁ ନେଇ କରାଯାଇଥିବା ସମସ୍ତ ସୁବିଧାକୁ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନ । ସେ କହିଛନ୍ତି, "ଏହି ଡାକ୍ତରଖାନାରେ ସମୁଦାୟ 1500ଟି ଶଯ୍ୟା ଅଛି । ଏଠାରେ 290ଟି କୋଭିଡ-19 ପଜିଟିଭ ଓ ସନ୍ଦିଗ୍ଧ ମାନେ ଭର୍ତ୍ତି ହୋଇଛନ୍ତି ।

PEEs (ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ) N95 ମାସ୍କ, ଭେଣ୍ଟିଲେଟର ପାଇଁ କ୍ରୟ ପ୍ରକ୍ରିୟା ଉନ୍ନତ ପର୍ଯ୍ୟାୟରେ ରହିଥିବାବେଳେ ଖୁବଶୀଘ୍ର ଏହା ରାଜ୍ୟରେ ପହଞ୍ଚିବ । ଶନିବାର ଠାରୁ ମେଡିକାଲରେ କୌଣସି ଅଭାବ ରହିବା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ତେବେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 386 ଜଣ ଆକ୍ରାନ୍ତ ହୋଇଥିବାବେଳେ 6 ଜଣ ମୃତ୍ୟୁ ବରଣ କରିଛନ୍ତି । ତେବେ ନିଜାମୁଦ୍ଦିନରେ ହୋଇଥିବା ବୈଠକ ପର ଠାରୁ ଏହି ସଂଖ୍ୟାରେ ହ୍ରାସପାଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.