ETV Bharat / bharat

ଜାଣନ୍ତୁ, କେଉଁ ବ୍ୟାଙ୍କ ମାଗଣାରେ ବର୍ଷକୁ ଦେବ 50ଲିଟର ପେଟ୍ରୋଲ - କୋ-ବ୍ରାଣ୍ଡେଡେ କ୍ରେଡିଟ କାର୍ଡ

ଏଚଡିଏଫସି ବ୍ୟାଙ୍କ ଲଞ୍ଚ କରିଛି ନୂଆ କାର୍ଡ । ଏଥିରେ ଗ୍ରାହକମାନେ ମାଗଣାରେ ବର୍ଷକୁ ପାଇବେ 50 ଲିଟର ପେଟ୍ରୋଲ ।

ଡିଜାଇନ ଫଟୋ
author img

By

Published : Sep 26, 2019, 9:14 PM IST

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଗତ 10 ଦିନ ଭିତରେ ପେଟ୍ରୋଲ ଦର ପ୍ରତି ଲିଟର ପିଛା 2 ଟଙ୍କା ବଢିଥିବା ବେଳେ ଏବେ HDFC ବ୍ୟାଙ୍କ ନିଜ କଷ୍ଟମର ମାନଙ୍କୁ ପ୍ରଦାନ କରିଛି ଏକ ଖାସ କାର୍ଡ । ଏହି କାର୍ଡ ଜରିଆରେ ଗ୍ରାହକମାନେ ବର୍ଷକୁ 50 ଲିଟର ପେଟ୍ରୋଲ ଓ ଡିଜେଲ ମାଗଣାରେ ନେଇ ପାରିବେ । ତେବେ ଏଥିପାଇଁ ବର୍ଷକୁ ମାତ୍ର 500 ଟଙ୍କା ଦେବାକୁ ପଡିବ ।

ଏଚଡିଏଫସି ବ୍ୟାଙ୍କ ଓ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହା ସହିତ କୋ-ବ୍ରାଣ୍ଡେଡେ କ୍ରେଡିଟ କାର୍ଡ ବା 'ଇଣ୍ଡିଆନ ଅଏଲ HDFC ବ୍ୟାଙ୍କ କ୍ରେଡିଟ କାର୍ଡ' ଲଞ୍ଚ କରିଛନ୍ତି । ଏହି କାର୍ଡ ଜରିଆରେ ବ୍ୟାଙ୍କ ର ଗ୍ରାହକମାନେ ଇଣ୍ଡିଆନ ଅଏଲ ଆଉଟଲେଟ ଆଧାରରେ 'ଫୁଏଲ ପଏଣ୍ଟ' ନାମକ ଏକ ରିହାତି ପାଇବେ । ଏହି ପଏଣ୍ଟ ଜରିଆରେ ଗ୍ରାହକମାନେ ବର୍ଷକୁ ମାଗଣାରେ 50 ଲିଟର ତେଲ ପାଇପାରିବେ । ନନ ମେଟ୍ରୋ ସିଟି ଗୁଡିକରେ ଏହି ସୁବିଧା ଉପଲବ୍ଧ ।

ଯଦି କୌଣସି ବ୍ୟକ୍ତି ଏହି କ୍ରେଡିଟ କାର୍ଡ ଦ୍ବାରା ବର୍ଷକରେ 50 ହଜାର ଟଙ୍କାର ଖର୍ଚ୍ଚ କରେ ତେବେ ବର୍ଷେ ପାଇଁ ଫି ଦେବାକୁ ପଡିବ ନାହିଁ । ତେବେ ସୂଚନାନୁଯାୟୀ HDFC ବ୍ୟାଙ୍କର 75 ପ୍ରତିଶତ ବ୍ରାଞ୍ଚ ନନ ମେଟ୍ରୋ ସହର ଗୁଡିକରେ ଅଛି । ଯେତେବେଳେ କି ଇଣ୍ଡିଆନ ଅଏଲ ର 27 ହଜାର ରିଟେଲ ଆଉଟଲେଟ୍ସ ମଧ୍ୟରୁ 98 ପ୍ରତିଶତ କ୍ରେଡିଟ/ଡେବିଟ କାର୍ଡ ଦ୍ବାରା ପେମେଣ୍ଟ ସ୍ବୀକାର କରିବା ପାଇଁ ସକ୍ଷମ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.