ETV Bharat / bharat

ହାଥରସ ପୀଡିତାଙ୍କୁ ତାଙ୍କ ଭାଇ ହତ୍ୟା କରିଛନ୍ତି; ଅଭିଯୁକ୍ତଙ୍କ ଓକିଲ ଏପି ସିଂ

author img

By

Published : Oct 7, 2020, 10:15 AM IST

ହାଥରସ କେସ‌ରେ ନୂଆ ମୋଡ । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏପି ସିଂ ପୀଡିତାଙ୍କ ପରିବାର ଉପରେ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି। ଏପି ସିଂ ଅଭିଯୋଗ କରିଛନ୍ତି ଯେ, ହାଥରସ ପୀଡିତାଙ୍କୁ ତାଙ୍କ ଭାଇ ହିଁ ହତ୍ୟା କରିଛନ୍ତି। ଅଧିକ ପଢନ୍ତୁ...

Hathras incident: accused of AP Singh, the victim was killed by his brother
ହାଥରସ ଘଟଣା: ପୀଡିତାଙ୍କୁ ତାଙ୍କ ଭାଇ ହତ୍ୟା କରିଛନ୍ତି; ଅଭିଯୁକ୍ତ ଏପି ସିଂଙ୍କ ଆରୋପ

ଲକ୍ଷ୍ନୌ: ହାଥରସ କେସରେ ଯାଞ୍ଚରେ ନୂତନ ଖୁଲାସା। ଉତ୍ତର ପ୍ରଦେଶ ପୋଲିସର ତଦନ୍ତ ସମୟରେ ମାମଲାରେ ଆସିଛି ନୂତନ ମୋଡ। ହାଥରସ ପୀଡିତାଙ୍କୁ ନ୍ୟାୟ ପାଇବା ପାଇଁ ଯୁଦ୍ଧ ବର୍ତ୍ତମାନ ରାସ୍ତାରେ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲାଣି । ବଡକଥା ହେଉଛି ହାଥରସ ଅଭିଯୁକ୍ତଙ୍କ ତରଫରୁ ଲଢିବେ ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କ ପାଇଁ ଲଢିଥିବା ଓକିଲ ଏପି ସିଂ । ତେବେ ଗଣମାଧ୍ୟମ ସହ ସହ କଥାବାର୍ତ୍ତା ବେଳେ ଏପି ସିଂ ପୀଡିତାଙ୍କ ପରିବାର ଉପରେ ଅଭିଯୋଗ ଆଣିଛନ୍ତି। ଏପି ସିଂ ଅଭିଯୋଗ କରିଛନ୍ତି ଯେ, ହାଥରସ ପୀଡିତାଙ୍କୁ ତାଙ୍କ ଭାଇ ହିଁ ହତ୍ୟା କରିଛନ୍ତି।

ପୀଡିତ ପରିବାର ଓ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଫୋନ୍‌ ଜରିଆରେ ପରସ୍ପର ସଂପର୍କରେ ଥିଲେ। ପୀଡିତ ପରିବାର ଓ ସନ୍ଦୀପ ମଧ୍ୟରେ ଫୋନରେ କଥାବାର୍ତ୍ତା ଗତ ବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା। ପୀଡିତ ପରିବାର ଓ ଅଭିଯୁକ୍ତ ମଧ୍ୟରେ ୧୦୪ ଥର ଫୋନ୍‌ରେ କଥାବାର୍ତ୍ତା ହୋଇଛି ବୋଲି ଯାଞ୍ଚରୁ ଜଣାପଡ଼ିଛି। ଏପି ସିଂ କହିଛନ୍ତି ଯେ ଏହି ମାମଲାର ରାଜନୀତିକରଣ କରାଯାଉଛି । କାରଣ ଘଟଣା ଘଟିବାର 1 ସପ୍ତାହ ପରେ ନେତାମାନେ ପୀଡିତାଙ୍କ ପରିବାରକୁ ଭେଟିବା ପରେ ଦୁଷ୍କର୍ମ ହୋଇଥିଲା ବୋଲି ମାମଲା ରୁଜୁ ହୋଇଥିଲା ।

ଏପି ସିଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୋର୍ଟରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ , ଏପରି ପରିସ୍ଥିତିରେ ସେ ହାଥରସ ମାମଲାରେ ଅଭିଯୁକ୍ତଙ୍କ ଓକିଲ ହେବା ପାଇଁ କାହିଁକି ସ୍ବୀକାର କରିଛନ୍ତି? ଏହି ପ୍ରଶ୍ନ ଉପରେ ଏପି ସିଂ କହିଛନ୍ତି ଯେ, ପରିବାର ସହ ମୋର ଆଲୋଚନା ହୋଇଛି। ଡାକ୍ତରୀ ରିପୋର୍ଟରେ ଦୁଷ୍କର୍ମ ନିଶ୍ଚିତ ହୋଇନାହିଁ। ଅଭିଯୁକ୍ତଙ୍କ ଓକିଲ ଏପି ସିଂ କହିଛନ୍ତି ଯେ, ପୀଡିତା ଏବଂ ତାଙ୍କ ମା’ଙ୍କ ପ୍ରାରମ୍ଭିକ ବିବୃତ୍ତିରେ ଦୁଷ୍କର୍ମ ବିଷୟରେ ଉଲ୍ଲେଖ କରାଯାଇନଥିଲା। ସେଥିପାଇଁ ଅଭିଯୁକ୍ତଙ୍କୁ ନ୍ୟାୟ ଦେବା ପାଇଁ ଏହି ମାମଲା ସହ ଲଢିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଯେ ପୀଡିତାଙ୍କ ଶରୀର ସହିତ ହାଥରସ ପ୍ରଶାସନ ଯାହା ବି କରିଛି ତାହା ମାନବିକ ଅଧିକାରର ଉଲ୍ଲଂଘନ ଅଟେ। ଶେଷ ରୀତିନୀତି କରିବା ପାଇଁ କେବଳ ମୃତଦେହ ଦିଆଯାଇ ନଥିଲା, ଯେଉଁଥିପାଇଁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। କିନ୍ତୁ ବଳାତ୍କାର ଅଭିଯୋଗରେ ବହୁତ ଗଡ଼ବଡ଼ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.