ETV Bharat / bharat

କଂଗ୍ରେସର ପ୍ରଶ୍ନ: ଲଦାଖରେ ଚୀନ ଦଖଲକୁ ମୋଦି ସରକାର ଗ୍ରହଣ କରିଛନ୍ତି କି ? - Has Modi accepted Chinese occupation in Ladakh

କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ଶାସିତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘କଣ ଚୀନ ସହ ଭାରତ ଆଲୋଚନା ମାଧ୍ୟମରେ ସମାଧାନ କରିବାର କୌଣସି ଗ୍ୟାରେଣ୍ଟି ନାହିଁ ? ଚୀନ୍ ଦଖଲକୁ ମୋଦି ସରକାର ଗ୍ରହଣ କରିଛନ୍ତି କି, ନା ସେମାନେ ଏହାର ସମାଧାନ କରିପାରିବେ ନାହିଁ ?’ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲଦାଖରେ ଚୀନ ଦଖଲକୁ ମୋଦି ସରକାର ଗ୍ରହଣ କରିଛନ୍ତି କି

author img

By

Published : Jul 20, 2020, 1:12 AM IST

ନୂଆଦିଲ୍ଲୀ : ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଲଦାଖ ଗସ୍ତ ନେଇ ବିଜେପିକୁ ସିଧାସଳଖ ଆଟାକ କରିଛି କଂଗ୍ରେସ । ନିକଟରେ ଲଦାଖରେ ରାଜନାଥ ସିଂହ ଦେଇଥିବା ବୟାନକୁ ନେଇ କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଭାରତ ସରକାର ଉପରେ ଦୋଷ ଲୋଦିଛନ୍ତି । ରାଜନାଥ ସିଂହଙ୍କ ବୟାନକୁ ନେଇ କଂଗ୍ରେସ କହିଛି ଯେ ଲଦାଖରେ ଚୀନ୍ ସହ ସୀମା ବିବାଦ କେତେ ଦୂର ଯିବ ତାହା ସରକାର କୌଣସି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ଅର୍ଥାତ ଭାରତ ଉପରେ ଚୀନ ଆଉ ଏକ ଆକ୍ରମଣ କରିବା ପାଇଁ ଭାରତ ସରକାର ମୌକା ଦେବେ ।

କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ଶାସିତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘କଣ ଚୀନ ସହ ଭାରତ ଆଲୋଚନା ମାଧ୍ୟମରେ ସମାଧାନ କରିବାର କୌଣସି ଗ୍ୟାରେଣ୍ଟି ନାହିଁ ? ଚୀନ୍ ଦଖଲକୁ ମୋଦି ସରକାର ଗ୍ରହଣ କରିଛନ୍ତି କି, ନା ସେମାନେ ଏହାର ସମାଧାନ କରିପାରିବେ ନାହିଁ ?’

ସୂଚନା ଥାଉକି ରାଜନାଥ ସିଂ ଶୁକ୍ରବାର ପାଙ୍ଗଙ୍ଗ ସୋ ହ୍ରଦ ନିକଟ ଲୁକଙ୍ଗରେ ସୈନ୍ୟମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଉପରକ୍ତ ମନ୍ତବ୍ୟ ଦେଇଥିଲେ ।

ସୁରଜେୱାଲା ରାଜନାଥ ସିଂହଙ୍କ ବୟାନକୁ ନେଇ ଏହା ମଧ୍ୟ କହିଛନ୍ତି ଯେ ଚାଇନିଜମାନେ ଭାରତୀୟ ଅଞ୍ଚଳ ଭିତରେ ପ୍ରବେଶ କରିଛନ୍ତି ଏବଂ 2020 ମେ’ ର ପୂର୍ବ ସ୍ଥିତିକୁ ଫେରିବା ପାଇଁ ଚୀନ୍ ପ୍ରସ୍ତୁତ ନୁହେଁ ।

‘ପାଟ୍ରୋଲିଂ ପଏଣ୍ଟ 10 ରୁ ପାଟ୍ରୋଲିଂ ପଏଣ୍ଟ 13 ପର୍ଯ୍ୟନ୍ତ ଚୀନ୍ ଭାରତୀୟ ସଶସ୍ତ୍ର ବାହିନୀକୁ ପାଟ୍ରୋଲିଂ କରିବାକୁ ଅନୁମତି ଦେଉନାହିଁ । ଚାଇନା ଆମ ଭାରତର 8 କିଲୋମିଟର ପର୍ଯ୍ୟନ୍ତ ଦଖଲ କରିଛି । ଆଉ ସେହି ଅଞ୍ଚଳକୁ ଆମ ଭାରତୀୟ ସେନାଙ୍କୁ ପାଟ୍ରୋଲିଂ କରିବାକୁ ଅନୁମତି ଦେଉନାହିଁ । ଯେତେବେଳେ କି ଆମ ଅଞ୍ଚଳରେ 3000 ଚୀନ ସେନା ଅଛନ୍ତି ।

ସ୍ଥିତି ପୁନଃ ସ୍ଥାପିତ କରିବାକୁ ଏବଂ ମେ-2020 ପୂର୍ବ ସ୍ଥିତିକୁ ଫେରିବାକୁ ଚୀନ୍ ପ୍ରସ୍ତୁତ ନୁହେଁ । ଚୀନ୍ ଆମ ସୀମାରେ ଥିବା ନଗରୀ ଗୁନ୍ସା ସିଭିଲ୍ ଏୟାରଷ୍ଟ୍ରିପକୁ ସାମରିକ ଏୟାରଷ୍ଟ୍ରିପରେ ପରିଣତ କରି ଆମର ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି । 20,000 ରୁ ଅଧିକ ଚୀନ୍ ସେନାଙ୍କୁ ଆମ ସୀମାରେ ରଖିଛି ବୋଲି ସୁରଜେୱାଲା କହିଛନ୍ତି ।

ସେପଟେ ଶନିବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଦାଖରେ ଚାଲିଥିବା ବିବାଦକୁ ନେଇ ସରକାରଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ସରକାରଙ୍କ ‘ଭୟଭୀତ କାର୍ଯ୍ୟ’ ଯୋଗୁଁ ଭାରତକୁ ପରେ ବହୁମୂଲ୍ୟ ଦେବାକୁ ପଡିବ । ସରକାର ଏନେଇ ପଶ୍ଚତାପ କରିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.