ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କୁ 2ଗୁଣ ଦରମା ଦେବେ ହରିୟାଣା ସରକାର, ମନା କଲେ NHM କର୍ମୀ - ଦୁଇଗୁଣା ଦରମା ପାଇବେ କୋରୋନା ସହ ଲଢୁଥିବା ଆଗଧାଡିର ଯୋଦ୍ଧା

କୋରୋନା ସହ ଲଢୁଥିବା ଆଗ ଧାଡିର ଯୋଦ୍ଧାଙ୍କୁ ମିଳିବ ଡବଲ ଦରମା ।ହରିୟାଣା ସରକାର ନେଲେ ଏଭଳି ନିଷ୍ପତ୍ତି । କିନ୍ତୁ ଏହାକୁ ନେବାକୁ ମନା କରିଛନ୍ତି ସ୍ହାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

Haryana doubles salaries of  frontline health staff
ଫାଇଲ ଫଟୋ
author img

By

Published : Apr 10, 2020, 5:58 PM IST

ଚଣ୍ଡିଗଡ: ନିଜ ପରିବାର ଘରଦ୍ବାର ଛାଡି ଦିନ ରାତି ଏକ କରି କରୁଛନ୍ତି ରୋଗୀ ସେବା। ସାଜିଛନ୍ତି ଆଗଧାଡିର ଯୋଦ୍ଧା। ତେବେ ହରିୟାଣା ସରକାର ଏମାନଙ୍କୁ ଦେଇଛନ୍ତି ଭେଟି । ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ଦରମା କରିଛନ୍ତି ଦୁଇଗୁଣ । ସମସ୍ତ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଅକ୍ଲାନ୍ତ ପରିଶ୍ରମ କରୁଥିବା ଏହି ଯୋଦ୍ଧାଙ୍କ ଆହୁରି ମନୋବଳ ବଢାଇବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

ଅନ୍ୟପଟେ ଏହାକୁ ମନା କରିଛନ୍ତି ଏନଏଚଏମ କର୍ମୀ । ଦେଶ ସାରା ପ୍ରାୟ 13500ଜଣ ଏନଏଚଏମ କର୍ମୀ ସେବା କରୁଛନ୍ତି । ଏମାନଙ୍କର ମାସିକ ଦରମା ମିଶି 30କୋଟି ହେବ । ଏନଏଚଏମ କର୍ମୀଙ୍କ ଅଧ୍ୟକ୍ଷ ରିହାନ ରଜା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ଜଣାଇଛନ୍ତି । ଦେଶରେ ଏଭଳି ସ୍ଥିତିରେ ଅଧିକଦରମା ନେବା ଆତ୍ମସମ୍ମାନ ହାନୀ ହେଉଥିବା କହିଛନ୍ତି ରିହାନ । ସେ ଯେପରି ପରିଶ୍ରମ କରୁଥିଲେ ସେପରି ରୋଗୀ ସେବାରେ ନିୟୋଜିତ ରହିବେ । କିନ୍ତୁ ଅଧିକ ଦରମା ନେଇ ନୁହେଁ। ତେବେ ରିହାନଙ୍କ ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହେବା ସହ ପ୍ରଂଶସାର ସୁଅ ଛୁଟିଛି ।

କେବଳ ସ୍ବାସ୍ଥ୍ୟକର୍ମୀ ନୁହେଁ ନିଜ ଜୀବନକୁ ବିପଦରେ ପକାଇ ଅହରହ କର୍ତ୍ତବ୍ୟ କରୁଥିବା ପୋଲିସ କର୍ମୀଙ୍କ ପାଇଁ ମଧ୍ଯ ହୋଇଛି 30 ଲକ୍ଷ ବୀମାର ବ୍ୟବସ୍ଥା । ଯଦି କୌଣସି ପୋଲିସ କର୍ମୀଙ୍କ କୋଭିଡ19 ଡ୍ୟୁଟି ବେଳେ ମୃତ୍ୟୁ ଘଟେ ତାଙ୍କ ପରିବାରକୁ ଏହି ଅର୍ଥରାଶି ପ୍ରଦାନ କରାଯିବ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.