ETV Bharat / bharat

ହରିୟାଣାରେ ଆଜିଠୁ ରାପିଡ୍ ଟେଷ୍ଟ, ଦକ୍ଷିଣ କୋରିଆ କମ୍ପାନୀ ପ୍ରସ୍ତୁତ କରିଛି କିଟ୍

ଚୀନରୁ କୋରୋନା ରାପିଟ୍ ଟେଷ୍ଟ କିଟର ଗୁଣବତ୍ତା ଉପରେ ଏବେବି ପ୍ରଶ୍ନବାଚୀ ସୃଷ୍ଟି ଉଠୁଛି । ଏହି ସମୟରେ କେନ୍ଦ୍ର ହରିୟାଣା ସରକାରଙ୍କୁ ରାପିଡ୍ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି ।

author img

By

Published : Apr 30, 2020, 2:39 PM IST

hariyana started rapid test
ହରିୟାଣାରେ ଆଜିଠୁ ରାପିଡ୍ ଟେଷ୍ଟ

ଚଣ୍ଡିଗଡ: ଚୀନରୁ କୋରୋନା ରାପିଡ ଟେଷ୍ଟ କିଟର ଗୁଣବତ୍ତା ଉପରେ ଏବେବି ପ୍ରଶ୍ନବାଚୀ ସୃଷ୍ଟି ଉଠୁଛି । ଏହି ସମୟରେ କେନ୍ଦ୍ର ହରିୟାଣା ସରକାରଙ୍କୁ ରାପିଡ୍ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି । ମାନେସରରେ ଅବସ୍ଥିତ ଦକ୍ଷିଣ କୋରିଆ କମ୍ପାନୀରୁ ହରିୟାଣା ସରକାର 25 ହଜାର ରାପିଡ୍ ଟେଷ୍ଟ କିଟ୍ ବ୍ୟବହାର କରିବେ। ଆଜି(ଗୁରୁବାର)ଠାରୁ ଏହି ପରୀକ୍ଷା ଆରମ୍ଭ ହେବ ।

ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ୍ ବୀଜ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ସେ କହିଛନ୍ତି। ଚୀନର କିଟ୍‌ରେ ତ୍ରୁଟି ବାହାରିବା ପରେ ହରିୟାଣା ପ୍ରଥମେ କିଟ୍ ଆମଦାନୀ ବନ୍ଦ କରିଥିଲା ।

ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି, ହରିୟାଣା ସରକାର ଦକ୍ଷିଣ କୋରିଆ କମ୍ପାନୀରୁ 25 ହଜାର କିଟ୍ କିଣିଛନ୍ତି । ଖୁବ ଶୀଘ୍ର 75 ହଜାର କିଟ୍ କିଣାଯିବ । ପ୍ରଥମ ପର୍ଯ୍ୟାୟରେ 11 ହଜାର ଲୋକଙ୍କଠାରୁ ପରୀକ୍ଷା ଆରମ୍ଭ ହେବ । ଯେଉଁମାନଙ୍କଠାରେ ଥଣ୍ଡା ଓ କାଶର ଲକ୍ଷଣ ଦେଖାଦେଇଛି ସେମାନଙ୍କୁ ଆଗ ପରୀକ୍ଷା କରାଯିବ। ଏହା ବ୍ୟତୀତ ପନିପରିବା ବିକ୍ରେତା, ଖବରକାଗଜ ବିତରକ, ଦୁଗ୍ଧଚାଷୀଙ୍କ ମଧ୍ୟ ପରୀକ୍ଷା କରାଯିବ ।

ଏହାପୂର୍ବରୁ ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ସମେତ ଅନେକ ରାଜ୍ୟରେ ଚୀନ କମ୍ପାନୀର ରାପିଡ୍ କିଟ୍ ଅସଫଳ ପ୍ରମାଣିତ ହୋଇଥିଲା। ଏହା ପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଚୀନର କମ୍ପାନୀଗୁଡିକର ରାପିଡ୍ ପରୀକ୍ଷଣ କିଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.