ETV Bharat / bharat

ହାତ ଧୋଇବା ଏବଂ ହାତ ସାନିଟାଇଜ ମଧ୍ୟରେ ଜାଣନ୍ତୁ ଫରକ

କୋରୋନା ମହାମାରୀ ଯୋଗୁଁ ସାନିଟାଇଜର ବ୍ୟବହାର ସାଧାରଣ ଅଭ୍ୟାସରେ ପରିଣତ ହୋଇଛି । ତିନି ମାସରୁ ଅଧିକ ସମୟ ହେବ ଆମେ ସାନିଟାଇଜର ସହ ସକ୍ରିୟ ଭାବେ ଜଡିତ ରହିଛେ । ସାନିଟାଇଜରର ଚାହିଦା ଦେଖି ବଜାରରେ ଏହାର ଦର ବି ବଢିଯାଇଛି । ଲୋକେ ଏବେ ଚିନ୍ତା କଲେଣି ଯେ, ସୁରକ୍ଷା ପାଇଁ ସାବୁନ ପାଣି ନା ସାନିଟାଇଜର ବ୍ୟବହାର କରିବେ ।

author img

By

Published : Jul 4, 2020, 11:54 AM IST

Updated : Jul 4, 2020, 1:32 PM IST

ହାତ ଧୋଇବା ଏବଂ ହାତ ସାନିଟାଇଜ ମଧ୍ୟରେ ଜାଣନ୍ତୁ ଫରକ
ହାତ ଧୋଇବା ଏବଂ ହାତ ସାନିଟାଇଜ ମଧ୍ୟରେ ଜାଣନ୍ତୁ ଫରକ

କୋରୋନା ମହାମାରୀ ଯୋଗୁଁ ସାନିଟାଇଜର ବ୍ୟବହାର ସାଧାରଣ ଅଭ୍ୟାସରେ ପରିଣତ ହୋଇଛି । ତିନି ମାସରୁ ଅଧିକ ସମୟ ହେବ ଆମେ ସାନିଟାଇଜର ସହ ସକ୍ରିୟ ଭାବେ ଜଡିତ ରହିଛେ । ସାନିଟାଇଜରର ଚାହିଦା ଦେଖି ବଜାରରେ ଏହାର ଦର ବି ବଢିଯାଇଛି । ଲୋକେ ଏବେ ଚିନ୍ତା କଲେଣି ଯେ, ସୁରକ୍ଷା ପାଇଁ ସାବୁନ ପାଣି ନା ସାନିଟାଇଜର ବ୍ୟବହାର କରିବେ ।

ଏ ସଂପର୍କରେ ଆମେ ତ୍ୱଚା ବିଶେଷଜ୍ଞ ଡକ୍ଟର ଶୈଲଜାଙ୍କ ସହ ଆଲୋଚନା କରିଥିଲୁ । ହାତ ଧୋଇବା ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ମଧ୍ୟରେ ଫରକ କଣ ?

ଉ- ପାରମ୍ପରିକ ଶୈଳୀରେ ହାତ ଧୋଇବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଠାରୁ ସବୁଠୁ ଭଲ ଓ ନିରାପଦ । ମଇଳା ହାତରୁ ସାବୁନ, ମଳି, ଜୀବାଣୁ ଓ ତୈଳ ପୋଛି ନିଏ । ସାମଗ୍ରିକ ଭାବେ ହାତ ସଫା ରହେ । ନିର୍ଦ୍ଦିଷ୍ଟ ପ୍ରକାର ଜୀବାଣୁ ହଟାଇବା ପାଇଁ ସାବୁନ ପାଣିରେ ହାତ ଧୋଇବା, ହ୍ୟାଣ୍ଡ ସାନିଟାଇଜର ଅପେକ୍ଷା ବେଶ୍ ପ୍ରଭାବଶାଳୀ । ଏହାଛଡା ହାତରେ ଜମି ରହିଥିବା କୀଟ ଓ ରାସାୟନିକ ଅବଶେଷ ସାବୁନ ପାଣି ଦ୍ୱାରା ଭଲ ଭାବେ ଉଭେଇଯିବ । ଦୁଇ ପ୍ରକାର ହ୍ୟାଣ୍ଡ ସାନିଟାଇଜର ରହିଛି । ଗୋଟିଏ ହେଲା ଆଲକୋହଲ ଭିତ୍ତିକ ସାନିଟାଇଜର ଓ ଆଉ ଗୋଟିଏ ହେଉଛି ଅଣ ଆଲକୋହଲ ସାନିଟାଇଜର ।

ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ଆଲକୋହଲ ଯୁକ୍ତ ସାନିଟାଇଜର ହାତରେ ଲେପନ କଲେ , ଜୀବାଣୁ ଓ କୀଟାଣୁକୁ ଏହା ମାରିପାରିବ ନାହିଁ । କାରଣ ଆପଣଙ୍କ ଅଙ୍ଗୁଳି ଶ୍ଲେଷ ଦ୍ୱାରା ଓଦା ବହୁଳ ଭାବେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କଲେ କି ପ୍ରଭାବ ପଡିଥାଏ ?

ଉ- ବହୁଳ ଭାବେ ସାନିଟାଇଜର ବ୍ୟବହାର କଲେ ଚର୍ମ ପ୍ରଭାବିତ ହେବା ସହ ଏକଜିମା, ଶୁଷ୍କତା, କୁଣ୍ଡିଆ, ଫାଟ, ବ୍ଲିଡିଂ ଓ ଆଗରୁ ସୃଷ୍ଟି ହୋଇଥିବା କ୍ଷତ ବା ଘାଆରେ ଜ୍ୱଳନ କ୍ରିୟା ହୋଇଥାଏ । ଏହାଛଡା, ଦେଖିଚାହିଁ ବ୍ୟବହାର ନ କଲେ ଆଲକୋହଲ ପଏଜନିଂ ଦେଖାଦେଇଥାଏ । ତେବେ, ବହୁ ଦିନ ଧରି ସାନିଟାଇଜର ବ୍ୟବହାର କଲେ ଗର୍ଭବତୀ ମହିଳା ଓ ଶିଶୁମାନେ ସାନିଟାଇଜରର ତିନି ସକ୍ରିୟ ଉପାଦାନ ସଂସ୍ପର୍ଶରେ ଆସିଥାନ୍ତି । ତେବେ ଏନେଇ ସମୀକ୍ଷା ଚାଲିଛି । ଆଣ୍ଟି ବ୍ୟାକ୍ଟେରିଆଲ୍ ହ୍ୟାଣ୍ଡ ସାନିଟାଇଜର ଓ ସାବୁନ ବ୍ୟବହାର କଲେ ଆଂଟିବାୟୋଟିକ୍‌-ରେସିଷ୍ଟାଂଟ୍ ବ୍ୟାକଟେରିଆ ସୃଷ୍ଟି ହେବା ନେଇ ଚିନ୍ତା ପ୍ରକାଶ ପାଇଛି ।

ପିଲାମାନଙ୍କ ଉପରେ ଏହାର କିପରି ପ୍ରଭାବ ପଡେ ?

ଉ-ଛୋଟ ଛୋଟ ପିଲାମାନଙ୍କ ପାଇଁ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବହାର ନିରାପଦ ନୁହେଁ । ସେମାନେ ଯଦି ଆଲକୋହଲ ସାନିଟାଇଜର ଆକସ୍ମିକବଶତଃ ଗିଳି ଦିଅନ୍ତି, ତାହାହେଲେ ଏହା ବିଷକ୍ରିୟା ସୃଷ୍ଟି କରେ । ପିଲାମାନଙ୍କ କ୍ଷେତ୍ରରେ ହ୍ୟାଣ୍ଡ ସାନିଟାଇଜର ଅତି ସାବଧାନତାର ସହ ବ୍ୟବହାର କରିବାକୁ ପଡିବ ।

ସାନିଟାଇଜରର ସଦବ୍ୟବହାର ନେଇ ଲୋକଙ୍କୁ କିପରି ସଚେତନ କରିହେବ ?

ଉ- ସୁପରମାର୍କେଟ ଭଳି ସ୍ଥାନରେ ଯେଉଁଠିକ ଆପଣ କମ୍ ଯାଆନ୍ତି ଓ କମ୍ ସମୟ ସେଠାରେ ରହନ୍ତି, ସେ କ୍ଷେତ୍ରରେ ସାନିଟାଇଜର ବ୍ୟବହାର କରିହେବ । କିନ୍ତୁ ଯେଉଁଠି ଆପଣ ନିୟମିତ ଅଧିକ ସମୟ ରୁହନ୍ତି ଓ କାମ କରନ୍ତି, ସେ କ୍ଷେତ୍ରରେ ସ୍ଥାୟୀ ଭାବେ ହ୍ୟାଣ୍ଡ୍ ୱାସିଂ ବ୍ୟବସ୍ଥା କରିବା ଉଚିତ । ଫ୍ଲେମ ନିକଟରେ ସାନିଟାଇଜର ବ୍ୟବହାର କରିବା ଅନୁଚିତ । କାରଣ ଏହି ଅଗ୍ନିକାଣ୍ଡ ଘଟାଇପାରେ ।

ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ପରେ ଯଦି ଜଣେ ବ୍ୟକ୍ତି ସ୍କିନ୍ ସେନସିଟିଭିଟି ଅନୁଭବ କରେ, ତାହା ହେଲେ କଣ ହେବ ?

ଉ- ଆଲକୋହଲ ଯୁକ୍ତି ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ପରେ ପରେ ହ୍ୟାଣ୍ଡ ଲୋସନ ଲେପନ କରିବା ଦରକାର ।

ସାନିଟାଇଜର ନ ମିଳିଲେ ବା ଜଣେ ସାନିଟାଇଜର କିଣିବାରେ ଅସମର୍ଥ ହେଲେ କି ବ୍ୟବସ୍ଥା କରିହେବ ?

ଉ- ଏ କ୍ଷେତ୍ରରେ ଜଣେ ଗ୍ଲୋଭସ ପିନ୍ଧିବା ଦରକାର । କାମ ସରିଲା ପରେ ଗ୍ଲୋଭସ କାଢି ସାବୁନ ପାଣିରେ ଭଲ ଭାବେ ଧୋଇବା ଜରୁରୀ । ସାବୁନ ପାଣିରେ ହାତ ଧୋଇବା ହେଉଛି ସବୁଠାରୁ ଭଲ ଉପାୟ । ସେଂଟର ଫର୍‌ ଡିଜିଜ୍ କଂଟ୍ରୋଲ୍ ଆଣ୍ଡ୍ ପ୍ରିଭେନସନ - ସିଡିସି ଏହି ପରାମର୍ଶ ଦେଇଛି । ବାରମ୍ବାର ଅନ୍ତତଃ ୨୦ ସେକେଣ୍ଡ ସମୟ ପାଇଁ ସାବୁନ ପାଣିରେ ହାତଧୋଇବା ଦରକାର । ବିଶେଷକରି ବାଥରୁମରୁ ଆସିଲା ପରେ , ଖାଇବା ପୂର୍ବରୁ, କାଶିଲା ଓ ଛିଙ୍କିଲା ପରେ ଓ ନାକରୁ ସିଂଘାଣି କାଢିଲା ପରେ ହାତ ଧୋଇବା ଜରୁରୀ । ଯଦି ସାବୁନ ଓ ପାଣି ନାହିଁ, ତାହା ହେଲେ ୬୦ ପ୍ରତିଶତ ଆଲକୋହଲ ଥିବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ସୁପାରିଶ କରିଛି ସିଡିସି ।

ସରଫେସ କ୍ଲିନର ଓ ବିଶୋଧକ ସାର୍ସ-କୋଭିଡ-୨ ବିରୋଧରେ ବ୍ୟବହାର ହୋଇପାରିବ ବୋଲି ଦାବି କରାଯାଉଛି । ଏହାର ଅର୍ଥ କଣ ? ଏସବୁ ପ୍ରଡକ୍ଟ ହାତ ଓ ଶରୀରରେ ବ୍ୟବହାର କଲେ ଭାଇରସକୁ ରୋକିବାରେ ସହାୟକ ହେବ କି ?

ଉ- ହାଉସହୋଲ୍ଡ କ୍ଲିନରଙ୍କ ନିର୍ଦ୍ଦେଶାବଳୀକୁ ସବୁବେଳେ ଅନୁସରଣ କରନ୍ତୁ । ବିଶୋଧକ ଆପଣଙ୍କୁ ଶରୀରରେ ସ୍ପ୍ରେ କରନ୍ତୁ ନାହିଁ । କାରଣ ଏହା ଚର୍ମ ଓ ଆଖି ଉପରେ ପ୍ରଭାବ ପକାଏ ।

Last Updated : Jul 4, 2020, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.