ETV Bharat / bharat

ଗ୍ରାହକଙ୍କୁ ଠକୁଥିଲେ ଜେଲ ଭୋଗିବେ ସୁନା ବ୍ୟବସାୟୀ, ଲାଗୁ ହେଲା ଏହି ନିୟମ...

author img

By

Published : Jul 26, 2020, 8:21 PM IST

ଦେଶରେ ଲାଗୁ ହୋଇଥିବା ନୂଆ ଗ୍ରାହକ ସୁରକ୍ଷା ଆଇନ-2019 ସୁନା ଅଳଙ୍କାର କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ। ଏହି ନୂଆ ନିୟମ ଲାଗୁ ହେବା ପରେ, ଗ୍ରାହକଙ୍କୁ ଠକୁଥିବା ସୁନା ଦୋକାନୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

gold jewellery consumer protection act-2019
ସୁନା ଦୋକାନୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନା ଦର ଗତକିଛି ଦିନ ହେଲା ବଢିବଢି ଚାଲିଛି । 10 ଗ୍ରାମ ସୁନା ଦର ଏବେ 50 ହଜାର ହେଲାଣି । ସୁରକ୍ଷିତ ସମ୍ପତି ଭାବେ ସୁନାର ଚାହିଦା ରହିଥିଲେ ବି ଗ୍ରାହକଙ୍କ ମଧ୍ୟରେ ସୁନା କିଣାକୁ ନେଇ ଯାହା ହେଲେ ବି କିଛି ଦୁର୍ବଳତା ରହିବ । ତେବେ ଯଦି ଆପଣ ସୁନା କିଣୁଛନ୍ତି, ତେବେ ହଲମାର୍କ ଦେଖି ସୁନା କିଣନ୍ତୁ । ଏବେ ଗ୍ରାହକଙ୍କ ସହ ଠକେଇକୁ ଧ୍ୟାନରେ ରଖି ମୋଦି ସରକାର ଏବେ ସୁନାର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଉପଭୋକ୍ତା ସଂରକ୍ଷଣ ଅଧିନିୟମ-2019 ବା (Consumer Protection Act-2019) ଆଇନ ଲାଗୁ କରିଛନ୍ତି ।

ଦେଶରେ ଲାଗୁ ହୋଇଥିବା ନୂଆ ଗ୍ରାହକ ସୁରକ୍ଷା ଆଇନ-2019 ସୁନା ଅଳଙ୍କାର କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ। ଏହି ନୂଆ ନିୟମ ଲାଗୁ ହେବା ପରେ, ଗ୍ରାହକଙ୍କୁ ଠକୁଥିବା ସୁନା ଦୋକାନୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆପଣଙ୍କୁ 22 କ୍ୟାରେଟ ସୁନା କହି18 କ୍ୟାରେଟ ସୁନା ବିକ୍ରି କରାଯାଏ, ଜରିମାନା ଏବଂ ଜେଲ୍ ହୋଇପାରେ ସୁନା ଅଳଙ୍କାର ଏବଂ କଳାକୃତି ପାଇଁ ହଲମାର୍କ ବ୍ୟବସ୍ଥା ମଧ୍ୟ 15 ଜାନୁୟାରୀ 2021 ରୁ ଦେଶରେ ଲାଗୁ ହେବ। ନୂଆ ଗ୍ରାହକ ନିୟମ ଲାଗୁ ହୋଇଯିବା ପରେ, ହଲମାର୍କର ନିୟମ ପାଳନ କରିବା ମଧ୍ୟ ଆହୁରି ଅଧିକ କଠୋର ହୋଇଯିବ । ଯଦି ତୁମେ ସୁନା କିଣୁଛ, ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା କିଣନ୍ତୁ ।

ତେବେ ବଜାରରେ ବିକ୍ରି ହେଉଥିବା 22, 24, ଓ 18 କ୍ୟାରେଟ ସୁନାଗହଣାରେ ଏହି କ୍ୟାରେଟ ଅନୁସାରେ ସୁନା ଅଳଙ୍କାର ମୂଲ୍ୟ, ଗୁଣବତ୍ତା ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ଅର୍ଥାତ ଯେତେ ଅଧିକ କ୍ୟାରେଟ ହେବ, ସେତିକି ସୁନା ମହଙ୍ଗା ହେବ । ତେବେ ଗ୍ରାହକ ସୁନା କିଣୁଥିବାବେଳେ ଅବଶ୍ୟ ସୁନାର କ୍ବାଲିଟି ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତି । କେନ୍ଦ୍ରୀୟ ଉପଭୋକ୍ତା ଏବଂ ଖାଦ ମାମଲାରେ ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ଭିଲାସ ପାସୱାନଙ୍କ ଅନୁଯାୟୀ, 'ଯେତେବେଳେ ଗ୍ରାହକ ସୁନା କିଣିବାକୁ ଯାଆନ୍ତି, କେବଳ ହଲମାର୍କ ଚିହ୍ନ ଦେଖି ସୁନା କିଣନ୍ତୁ। ହଲମାର୍କ ହେଉଛି ଏକ ପ୍ରକାର ସରକାରୀ ଗ୍ୟାରେଣ୍ଟି ଏବଂ ଏହା ଦେଶର ଏକମାତ୍ର ଏଜେନ୍ସି ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ) ଦ୍ବାରା ସ୍ଥିର କରିଥାଏ।

ହଲମାର୍କ ଦେଖି ସୁନା କିଣିବାର ଲାଭ ହେଲା, ଯଦି ଆପଣ ନିକଟ ଭବିଷ୍ୟତରେ ଏହାକୁ ବିକ୍ରି କରିବାକୁ ଯାଆନ୍ତି, ତେବେ ଆପଣ କମ ମୂଲ୍ୟ ପାଇବେ ନାହିଁ, ଏହା ବଦଳରେ ଆପଣ ସୁନାର ପ୍ରକୃତ ମୂଲ୍ୟ ପାଇବେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର 15 ଜାନୁୟାରୀ 2020 ରେ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି, କିନ୍ତୁ ଗୋଟିଏ ବର୍ଷ ପରେ ଅର୍ଥାତ 15 ଜାନୁୟାରୀ 2021 ରୁ ସୁନା ଅଳଙ୍କାରେ ହଲମାର୍କ ବାଧ୍ୟତାମୂଳକ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.