ETV Bharat / bharat

ଏଚ୍‌1ବି ଭିସା ରବ୍ଦ: ଯୁକ୍ତରାଷ୍ଟ୍ର ଆମେରିକାର ଭିସା ନୀତିର ଏକ ବିଶ୍ଲେଷଣାତ୍ମକ ଆଲୋଚନା

author img

By

Published : Jun 26, 2020, 11:31 AM IST

ବିଶ୍ଲେଷକଙ୍କ ଆକଳନ ଅନୁସାରେ, ଏହି ସବୁ ପଦକ୍ଷେପ ବଳରେ ରାଷ୍ଟ୍ରପତି ଟ୍ରମ୍ପ୍‌, ଆଫ୍ରିକୀୟ-ଆମେରିକୀୟ, କଲେଜ ଡିଗ୍ରୀ ନଥିବା ବ୍ୟକ୍ତି, ସଂଖ୍ୟାଲଘୁ ଏବଂ ଅକ୍ଷମ ବ୍ୟକ୍ତିମାନଙ୍କ ସମେତ ଆମେରିକୀୟ ନାଗରିକମାନଙ୍କ ସକାଶେ 2020ର ଅବଶିଷ୍ଟ ସମୟ ମଧ୍ୟରେ ପ୍ରାୟ 525,000 ଚାକିରୀ ‘ସୁରକ୍ଷିତ’ ରଖିବେ ।

H1B Visa Termination, america's new visa restriction, america change visa policy, ଏଚ୍‌1ବି ଭିସା ରବ୍ଦ, ଆମେରିକାର ନୂଆ ଭିସା କଟକଣା, ଆମେରିକାରେ ଭିସା ନୀତିରେ ବିଶ୍ଲେଷଣ
ଏଚ୍‌1ବି ଭିସା ରବ୍ଦ: ଯୁକ୍ତରାଷ୍ଟ୍ର ଆମେରିକାର ଭିସା ନୀତିର ଏକ ବିଶ୍ଲେଷଣାତ୍ମକ ଆଲୋଚନା

ଅଶୋକ ମୁଖାର୍ଜୀ, ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି, ୱାଶିଂଟନ ଡିସି ଦୂତାବାସରେ ପୂର୍ବତନ ରାଷ୍ଟ୍ରଦୂତ

ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକତା ହାସଲ ସକାଶେ ପ୍ରବାସୀ ଭିସା ଜାରି କ୍ଷେତ୍ରରେ ସ୍ପଷ୍ଟ ଭାବେ ନିରୂପିତ ପାଞ୍ଚଟି ବର୍ଗ ରହିଛି । ଯେମିତି କି, ନାଗରିକ ଅଧିକାର ପ୍ରଦାନ, ସ୍ଥାୟୀ ଆବାସ (ଗ୍ରୀନ୍‌ କାର୍ଡ), ପରିବାର, ଶରଣାର୍ଥୀ ଏବଂ ପୋଷ୍ୟ ସନ୍ତାନ । ଆମେରିକାର ଅର୍ଥବ୍ୟବସ୍ଥା, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ସ୍ବଳ୍ପ ଅବଧି ନିମନ୍ତେ କାର୍ଯ୍ୟ କରିବା ପାଇଁ ଏଚ୍‌1ବି, ଏଚ୍‌2ବି, ଜେ ଏବଂ ଏଲ୍‌ ଭିସା ପ୍ରଦାନ ଜରିଆରେ ଅଣ-ପ୍ରବାସୀମାନଙ୍କ ପ୍ରବେଶକୁ ଏହା ନିୟନ୍ତ୍ରିତ କରେ । ଏହା ସେହି ଅଣ-ପ୍ରବାସୀ ବର୍ଗ, ଯାହାର ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ ଉପରେ 24 ଜୁନ୍‌ 2020ରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ, ଟ୍ରମ୍ପ୍‌ ପ୍ରଶାସନ ନିଷେଧାଦେଶ ଜାରି କରିଛନ୍ତି । ଅବଶ୍ୟ ଏଥିରେ କେତେକ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ରହିଛି ।

ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା ଦ୍ବାରା, ବିଶେଷ ଦକ୍ଷତାର ଆବଶ୍ୟକତା ଥିବା କେତେକ ବୃତ୍ତିରେ ବିଶ୍ବବିଦ୍ୟାଳୟ ଡିଗ୍ରୀଧାରୀ ବିଦେଶୀ କର୍ମଚାରୀଙ୍କୁ ଅସ୍ଥାୟୀ ନିଯୁକ୍ତି ପ୍ରଦାନ ସକାଶେ 1990ର ଯୁକ୍ତରାଷ୍ଟ୍ର ଆମେରିକା ପ୍ରବାସନ ଆଇନ ଅନୁସାରେ ଏଚ୍‌1ବି ଭିସା ପ୍ରଦାନ କରାଯାଏ । ସାଧାରଣତଃ ଏହା 3ରୁ 6 ବର୍ଷ ପାଇଁ ବୈଧ ରହେ ଏବଂ ଆମେରିକାରେ ସ୍ଥିରୀକୃତ କାର୍ଯ୍ୟ ସମୟ ଶେଷ ହେଲା ପରେ ବି ଭିସା ଧାରକଙ୍କୁ ଆମେରିକା ଛାଡ଼ି ଯିବାକୁ ପଡ଼େ ନାହିଁ । ଅଣ-କୃଷି କ୍ଷେତ୍ରରେ 81ଟି ମନୋନୀତ ଦେଶର (ଭାରତ ବ୍ୟତୀତ) କର୍ମଚାରୀଙ୍କୁ ଏଚ୍‌2ବି ଭିସା ପ୍ରଦାନ କରାଯାଏ । ଜଣେ ଆମେରିକୀୟ ନିଯୁକ୍ତିଦାତା ସଂସ୍ଥା ଦ୍ବାରା ପ୍ରାୟୋଜିତ ଏକ ଅସ୍ଥାୟୀ କାର୍ଯ୍ୟ ପାଇଁ 6 ମାସରୁ ଗୋଟିଏ ବର୍ଷ ପାଇଁ ଦିଆଯାଉଥିବା ଏହି ଭିସା ଜରିଆରେ ଆମେରିକାରେ ପ୍ରବେଶ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ବା ଅନ୍ୟ ନିର୍ଦ୍ଦିଷ୍ଟ ଆବଶ୍ୟକତା ନଥାଏ । ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଅନ୍ତର୍ଜାତୀୟ ବୁଝାମଣାର ବିକାଶ ଲାଗି ଜେ ଭିସା ଜାରି କରାଯାଇଥାଏ ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଶେଷରେ ଏହି ଭିସା ଧାରକମାନେ ସେମାନଙ୍କ ମୂଳ ଦେଶକୁ ଫେରିଯାଆନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ବାହାରେ ଅବସ୍ଥିତ କମ୍ପାନୀରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀମାନଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପାଦନ ଲାଗି ସେମାନଙ୍କ କମ୍ପାନି ପକ୍ଷରୁ ଆମେରିକା ପଠାଗଲେ ସେମାନଙ୍କୁ ଏଲ୍‌ ଭିସା ପ୍ରଦାନ କରାଯାଏ ।

କୋଭିଡ୍‌-19 ପ୍ରାଦୁର୍ଭାବ ପରବର୍ତ୍ତୀ ସମୟରେ, 2020 ଏପ୍ରିଲ 22 ତାରିଖରୁ 60 ଦିନ ପାଇଁ ‘ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ରମ ବଜାର ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରବାସୀମାନଙ୍କର ପ୍ରବେଶକୁ ସାମୟିକ ଭାବେ ବନ୍ଦ କରିବା’ ଲାଗି ଟ୍ରମ୍ପ ପ୍ରଶାସନ ନେଇଥିବା ପଦକ୍ଷେପ ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ପ୍ରକାଶ ପାଇଛି । ଏପ୍ରିଲ ମାସର ବିଜ୍ଞପ୍ତିରେ ଏଚ୍‌1ବି/ଏଚ୍‌2ବି/ଏଲ୍‌ ବର୍ଗ ସାମିଲ ହୋଇ ନଥିଲା । ଅଣ-ପ୍ରବାସୀମାନଙ୍କର ଆମେରିକାରେ ପ୍ରବେଶ ଉପରେ ଲାଗୁ କରାଯାଇଥିବା ନିଷେଧାଦେଶ, ନଭେମ୍ବର 2020ରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ନିର୍ବାଚନ ହେବା ପରେ ବି ଜାରି ରହିବ । ଆଗାମୀ ନିର୍ବାଚନରେ ଭୋଟ ପାଇବା ପାଇଁ, ମୁଖ୍ୟତଃ ଶ୍ବେତାଙ୍ଗ ଆମେରିକୀୟମାନଙ୍କର ଭୋଟ ହାସଲ କରିବା ଉଦ୍ଦେଶ୍ୟରେ ନିଆଯାଇଥିବା ଏହି ପଦକ୍ଷେପ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ବାରା ଅନୁସୃତ ବିଦେଶୀ ବିରୋଧୀ ନୀତିର ଆଉ ଏକ ଉଦାହରଣ ।

ଗତ ତିନି ବର୍ଷ ହେଲା ଟ୍ରମ୍ପ ପ୍ରଶାସନର ପ୍ରବାସନ ବିରୋଧୀ ନୀତିକୁ ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଉଛି । ଆଫ୍ରିକୀୟ ଏବଂ ମୁସଲମାନ ବହୁଳ ଦେଶର ନାଗରିକଙ୍କ ଆମେରିକା ଯାତ୍ରା ଉପରେ କଟକଣା ଜାରି କରାଯାଇଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ରାଜନୈତିକ ଶରଣ ଲୋଡ଼ିବା ପ୍ରାୟତଃ ଅସମ୍ଭବ ହୋଇପଡ଼ିଛି । ଆମେରିକାର ଦକ୍ଷିଣରୁ ଦେଶ ଭିତରକୁ ପ୍ରବାସୀଙ୍କ ବେଆଇନ ପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଆମେରିକା ଓ ମେକ୍ସିକୋ ସୀମାରେ ଏକ ପାଚେରି ନିର୍ମାଣ କରିବା କ୍ଷେତ୍ରରେ ରାଷ୍ଟ୍ରପତି ଟ୍ରମ୍ପ ବ୍ୟକ୍ତିଗତ ଆଗ୍ରହ ପ୍ରକାଶ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଭିତରକୁ ପ୍ରବାସୀଙ୍କ ଯାତ୍ରା ନିୟନ୍ତ୍ରଣର ଉତ୍ତରଦାୟିତ୍ବ ବହନ କରୁଥିବା ଅମଲାତାନ୍ତ୍ରିକ ସଂସ୍ଥା ‘ୟୁ.ଏସ୍‌. ସିଟିଜେନ୍‌ସିପ୍‌ ଆଣ୍ଡ ଇନ୍‌ଫର୍ମେସନ ସର୍ଭିସେସ୍‌’ (USCIS) ଏ ବର୍ଷ ମାର୍ଚ୍ଚରୁ ବନ୍ଦ ରହିଛି ଏବଂ ଏମିତିକି ଆମେରିକା ପ୍ରବାସନ ପାଇଁ ପ୍ରକ୍ରିୟାରେ ରହିଥିବା ଆବେଦନଗୁଡ଼ିକୁ ବି ସ୍ଥଗିତ କରିଦିଆଯାଇଛି ।

ଆମେରିକାର ନିଯୁକ୍ତି କ୍ଷେତ୍ର ଉପରେ କୋଭିଡ୍‌-19 ବିଶ୍ବ ମହାମାରୀର ନକାରାତ୍ମକ ପ୍ରଭାବ ହିଁ ଏହି ନୂତନ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇ ଥିଲା । 2020 ଫେବ୍ରୁଆରୀରୁ ଏପ୍ରିଲ ଭିତରେ ଆମେରିକାର ପ୍ରମୁଖ ଶିଳ୍ପ କ୍ଷେତ୍ରରେ 2 କୋଟିରୁ ଅଧିକ ଲୋକ ନିଯୁକ୍ତି ହରାଇଥିବା ରେକର୍ଡ କରାଯାଇଥିଲା ଏବଂ ସେସବୁ ସ୍ଥାନ ପୂରଣ ପାଇଁ ନିଯୁକ୍ତିଦାତାମାନେ ଏଚ୍‌1ବି ଏବଂ ଏଲ୍‌ ଭିସା ଧାରକମାନଙ୍କୁ ନିଯୁକ୍ତି ଦେବାକୁ ଚାହିଁଥିଲେ । ଆମେରିକାର ଶିଳ୍ପ କ୍ଷେତ୍ରରେ 1 କୋଟି 70 ଲକ୍ଷ ଆମେରିକୀୟ ନାଗରିକ ଚାକିରି ହରାଇଥିଲେ ଏବଂ ଏବେ ଏଚ୍‌2ବି ଅଣ-ପ୍ରବାସୀ ଭିସା ଧାରକ ବିଦେଶୀମାନଙ୍କ ଦ୍ବାରା ସେ ସବୁ ସ୍ଥାନ ପୂରଣ ହେବା ଅପେକ୍ଷାରେ ଥିଲା ।

କେତେକ ବିଶ୍ଲେଷକଙ୍କ ଆକଳନ ଅନୁସାରେ, ଏହି ସବୁ ପଦକ୍ଷେପ ବଳରେ ରାଷ୍ଟ୍ରପତି ଟ୍ରମ୍ପ୍‌, ଆଫ୍ରିକୀୟ-ଆମେରିକୀୟ, କଲେଜ ଡିଗ୍ରୀ ନଥିବା ବ୍ୟକ୍ତି, ସଂଖ୍ୟାଲଘୁ ଏବଂ ଅକ୍ଷମ ବ୍ୟକ୍ତିମାନଙ୍କ ସମେତ ଆମେରିକୀୟ ନାଗରିକମାନଙ୍କ ସକାଶେ 2020ର ଅବଶିଷ୍ଟ ସମୟ ମଧ୍ୟରେ ପ୍ରାୟ 525,000 ଚାକିରୀ ‘ସୁରକ୍ଷିତ’ ରଖିବେ । ରାଷ୍ଟ୍ରପତି ଟ୍ରମ୍ପ୍‌ ସାର୍ବଜନୀନ ଭାବେ ଏହା କହିଛନ୍ତି ଯେ, ‘ଚାକିରି ପାଇଁ ଆମ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ଆମେରିକୀୟ ନାଗରିକମାନଙ୍କୁ ବିଦେଶୀ ନାଗରିକମାନଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡୁଛି । ସେମାନଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଏମିତି ବିଦେଶୀ ଅଛନ୍ତି ଯେଉଁମାନେ ଅସ୍ଥାୟୀ ଭାବେ କାମ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଆସୁଛନ୍ତି । ଅନେକ ସମୟରେ ଅସ୍ଥାୟୀ କର୍ମଚାରୀଙ୍କ ସାଙ୍ଗରେ ଆସୁଥିବା ସେମାନଙ୍କର ସ୍ବାମୀ ବା ସ୍ତ୍ରୀ ଏବଂ ପିଲାମାନଙ୍କ ମଧ୍ୟରୁ ଅନେକଙ୍କ ସହିତ ଆମେରିକାର କର୍ମଚାରୀଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼େ ।’

ଏହି ନିଷେଧାଦେଶରେ ରହିଥିବା କେତେକ ବ୍ୟତିକ୍ରମ, ଖାଦ୍ୟ ଯୋଗାଣ ଶୃଙ୍ଖଳରେ କାର୍ଯ୍ୟରତ ଏଚ୍‌2ବି ଭିସା ଧାରକ କର୍ମଚାରୀ କିମ୍ବା ଯୁକ୍ତରାଷ୍ଟ୍ର ଆମେରିକାର ‘ଜାତୀୟ ସ୍ବାର୍ଥ’ ଦୃଷ୍ଟିରୁ ଆବଶ୍ୟକ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ । ‘ଜାତୀୟ ସ୍ବାର୍ଥ’ ଭିତ୍ତିରେ ଛାଡ଼ ପାଉଥିବା ବିଦେଶୀମାନଙ୍କୁ ପାଞ୍ଚଟି ବର୍ଗରେ ରଖାଯାଇଛି - ପ୍ରତିରକ୍ଷା କ୍ଷେତ୍ରରେ ଯେଉଁମାନଙ୍କର ଆବଶ୍ୟକତା ରହିଛି, ଆଇନ ପ୍ରବର୍ତ୍ତନ, କୂଟନୀତି ଏବଂ ଜାତୀୟ ସୁରକ୍ଷା, କୋଭିଡ୍‌-19 ସହ ସଂପର୍କିତ ସ୍ବାସ୍ଥ୍ୟସେବା, ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅବିରତ ଏବଂ ଅବ୍ୟବହିତ ଅର୍ଥନୈତିକ ପୁନରୁଦ୍ଧାର କ୍ଷେତ୍ରରେ ଆବଶ୍ୟକ ମନେ ହେଉଥିବା ବ୍ୟକ୍ତିମାନେ । ଶେଷୋକ୍ତ ବର୍ଗ ଅନୁସାରେ, ରାଜନୈତିକ ପ୍ରଭାବ ରଖିଥିବା ଆମେରିକୀୟ କମ୍ପାନୀମାନେ 2020ର ଅବଶିଷ୍ଟ ସମୟ ପାଇଁ ଅଳ୍ପ କେତେକ ଏଚ୍‌1ବି ଏବଂ ଏଲ୍‌ ଭିସା ଧାରକମାନଙ୍କୁ ଅନୁମତି ପ୍ରଦାନ କରିବା ଦିଗରେ ଟ୍ରମ୍ପ ପ୍ରଶାସନକୁ ପ୍ରବର୍ତ୍ତାଇବାର ସମ୍ଭାବନା ରହିଛି ।

ଏହି ପଦକ୍ଷେପର ପ୍ରଭାବ ଭରତରେ ଦୃଶ୍ୟମାନ ହେବ । ପ୍ରତି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା 85,000 ଏଚ୍‌1ବି ଭିସା ଜାରି କରନ୍ତି । ସେଥିରୁ ପ୍ରାୟ ତିନି ଚତୁର୍ଥାଂଶ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗରେ କାର୍ଯ୍ୟରତ ଭାରତୀୟ ନାଗରିକମାନଙ୍କୁ ଜାରି କରାଯାଇଥାଏ । ଏଚ୍‌1ବି ଭିସା ପ୍ରଦାନର ଧାରାରୁ ଜଣାପଡ଼େ ଯେ, 2004ରୁ 2012 ମଧ୍ୟରେ 500,000 ଭାରତୀୟ ନାଗରିକଙ୍କୁ ଏହା ପ୍ରଦାନ କରାଯାଇଥିଲା । ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇଲେ ଏହି ଭିସା ଧାରକମାନଙ୍କ ସଂଖ୍ୟା ପ୍ରାୟ 750,000 ଏବଂ ଆମେରିକାର ଅର୍ଥନୈତିକ ଏବଂ ରାଜନୈତିକ ମହଲରେ ଆମେରିକାରେ ରହୁଥିବା 30 ଲକ୍ଷ ଭାରତୀୟଙ୍କ ସମାଜ ଦିନକୁ ଦିନ ସକ୍ରିୟ ହୋଇଉଠୁଛି ।

ଏଚ୍‌1ବି ଭିସାରୁ ସୁବିଧା ହାସଲ କରିଥିବା ପ୍ରଯୁକ୍ତିବିଦ୍ୟା କମ୍ପାନୀ ମଧ୍ୟରେ ଅଛନ୍ତି ଟାଟା କନ୍‌ସଲ୍‌ଟାନ୍‌ସି ସର୍ଭିସେସ୍‌, ଇନ୍‌ଫୋସିସ୍‌, ୱିପ୍ରୋ, ଟେକ୍‌ ମହିନ୍ଦ୍ରା, ଏଚ୍‌ସିଏଲ୍‌ ଟେକ୍‌ନୋଲୋଜିସ୍‌ ଲିମିଟେଡ୍‌ ଏବଂ ଲାର୍ସନ ଆଣ୍ଡ ଟୁବ୍ରୋ ଇନ୍‌ଫୋଟେକ୍‌ । ସେମାନଙ୍କ ପକ୍ଷରୁ ଦେଖିଲେ, ଏହି କମ୍ପାନୀଗୁଡ଼ିକ ସେହି 100ଟି ଭାରତୀୟ କମ୍ପାନୀର ଅନ୍ତର୍ଭୁକ୍ତ ଯେଉଁମାନେ କି 2017 ମସିହା ସୁଦ୍ଧା ଆମେରିକାରେ 17.9 ବିଲିଅନ୍‌ (ଶହ କୋଟି) ଡଲାର ପୁଞ୍ଜିନିବେଶ କରିଥିଲେ ଏବଂ ଏହା ଫଳରେ ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ 50ଟି ରାଜ୍ୟରେ 113,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା ।

ସାମଗ୍ରୀ ଓ ସେବା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତର ବୃହତ୍ତମ ବାଣିଜ୍ୟିକ ଅଂଶୀଦାର । ଆମେରିକାରେ ଚାଲୁଥିବା ଭାରତୀୟ କମ୍ପାନୀଗୁଡ଼ିକର ପରିଚାଳନା ପାଇଁ ଭାରତରୁ ଏଚ୍‌1ବି ଭିସା ଧାରକ କୁଶଳୀ କର୍ମଚାରୀମାନେ ସେଠାକୁ ଯିବା ଅଚାନକ ବନ୍ଦ ହୋଇଯାଇଥିବାରୁ ଏହା ଆମେରିକାର ପ୍ରଯୁକ୍ତିବିଦ୍ୟା, ଆକାଉଣ୍ଟିଂ ଏବଂ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଅନୁଭୂତ ହେବ । କୋଭିଡ୍‌-19 ବିଶ୍ବ ମହାମାରୀ ଯୋଗୁଁ ପ୍ରତିକୂଳ ସ୍ଥିତିରେ ରହିଥିବା ଆମେରିକୀୟ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର କ୍ଷେତ୍ରରେ ଯେ କୌଣସି ଜାତୀୟ ସ୍ତରର ଉଦ୍ୟମରେ ଏହି ସବୁ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥ ବ୍ୟବସ୍ଥାରେ ଅଣ-ପ୍ରବାସୀ ଭିସା ଧାରକମାନଙ୍କର ସେବା ପ୍ରଦାନ ଉପରେ ନିଷେଧାଦେଶ ଜାରି କରାଯିବା ଫଳରେ ଭାରତ-ଆମେରିକା ରଣକୌଶଳ ଭିତ୍ତିକ ସହଭାଗିତାର ଏକ ସମୁଜ୍ଜ୍ବଳ ଏବଂ ପାରସ୍ପରିକ ହିତସାଧନ କ୍ଷେତ୍ର ଗୌଣ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.