ETV Bharat / bharat

ଆଜି ଗୁରୁ ପୂର୍ଣ୍ଣିମା, ଜାଣନ୍ତୁ ପୂଜା କରିବାର ବିଧି

ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନରେ ଗୁରୁଙ୍କର ଭୂମିକା ବେଶ ଅଧିକ ରହିଛି । ବିନା ଗୁରୁରେ ଉଚିତ ମାର୍ଗ ଦର୍ଶନ କରିବା ଅସମ୍ଭବ ଅଟେ । ଅଧିକ ପଢନ୍ତୁ...

author img

By

Published : Jul 5, 2020, 12:41 PM IST

ଆଜି ଗୁରୁ ପୂର୍ଣ୍ଣିମା, ଜାଣନ୍ତୁ ପୂଜା କରିବାର ବିଧି
ଆଜି ଗୁରୁ ପୂର୍ଣ୍ଣିମା, ଜାଣନ୍ତୁ ପୂଜା କରିବାର ବିଧି

ହାଇଦ୍ରାବାଦ: ଆଷାଢ ଶୁକ୍ଲ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ମହର୍ଷି ବେଦ ବ୍ୟାସ ଜନ୍ମ ହୋଇଥିଲେ, ତେଣୁ ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ବେଦ ବ୍ୟାସ ମଧ୍ୟ ମହାଭାରତର ରଚୟିତା ଭାବେ ଜଣାଯାଇଥାନ୍ତି । ଏହି ଦିନଠାରୁ ଋତୁ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏହି ଦିନ ଶିଷ୍ୟଙ୍କ ଦ୍ୱାରା ଗୁରୁଙ୍କ ପୂଜା ମଧ୍ୟ ବିଶେଷ ମହତ୍ତ୍ୱ ରଖେ । ଶିଷ୍ଯ ମାନେ ଗୁରୁଙ୍କୁ ଯେତଚିକି ସାମର୍ଥ୍ୟ ଦକ୍ଷିଣା, ଫୁଲ, ବସ୍ତ୍ର ଇତ୍ୟାଦି ପ୍ରଦାନ କରିଥାନ୍ତି । ଚଳିତ ବର୍ଷ ଜୁଲାଇ 5ରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି।

ସାଧାରଣତଃ ଆମେ ଶିକ୍ଷା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଗୁରୁ ଭାବେ ବିବେଚନା କରିଥାଉ । କିନ୍ତୁ ବାସ୍ତବରେ, ଜ୍ଞାନ ପ୍ରଦାନ କରୁଥିବା ଶିକ୍ଷକ ଅତ୍ୟନ୍ତ ଆଂଶିକ ଅର୍ଥରେ ଗୁରୁ ଅଟନ୍ତି । ଜନ୍ମ ଜନ୍ମାନ୍ତରର ସଂସ୍କାରରୁ ମୁକ୍ତ କରି ଯେଉଁ ବ୍ୟକ୍ତି କିମ୍ବା ସତ୍ତା ଭଗବାନଙ୍କ ନିକଟରେ ପହଞ୍ଚାଇ ଥାଏ , ଏହିପରି ଶକ୍ତି ହିଁ ଗୁରୁ ହୋଇପାରେ ।

ଗୁରୁ ପୂର୍ଣ୍ଣିମାର ଏହି ପର୍ବ ଭିନ୍ନ ଭିନ୍ନ ଉପାୟରେ ପାଳନ କରାଯାଏ । କିଛି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ନଦୀ ଓ ପୋଖରୀରେ ବୁଡ ପକାଇ ପୂଜା କରି ତାଙ୍କ ଦିନ ଆରମ୍ଭ କରିଥାନ୍ତି । ଲୋକମାନେ ସେମାନଙ୍କର ଆଧ୍ୟାତ୍ମିକ ଶିକ୍ଷକମାନଙ୍କୁ ମଧ୍ୟ ଦେଖା କରନ୍ତି । ଏହି ଦିନ ଉପବାସ ପାଇଁ ମଧ୍ୟ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଉପବାସ କରୁଥିବା ଲୋକମାନେ ଦିନସାରା ଖାଦ୍ୟ ଏବଂ ଲୁଣ ଖାଆନ୍ତି ନାହିଁ । ସଂଧ୍ୟାରେ ମଙ୍ଗଳ ଆଳତୀ ମଧ୍ୟ କରାଯାଇଥାଏ ।

ଗୁରୁଙ୍କୁ କିପରି ପୂଜା ?

ଗୁରୁଙ୍କୁ ଉଚ୍ଚ ଆସନରେ ବସାନ୍ତୁ

ପାଦକୁ ପାଣିରେ ଧୋଇ ପୋଛି ଦିଅନ୍ତୁ

ଏହା ପରେ ସେମାନଙ୍କ ପାଦରେ ହଳଦିଆ କିମ୍ବା ଧଳା ଫୁଲ ଅର୍ପଣ କରନ୍ତୁ

ଏହା ପରେ ସେମାନଙ୍କୁ ଧଳା କିମ୍ବା ହଳଦିଆ ବସ୍ତ୍ର ଦିଅନ୍ତୁ

ଫଳ, ଦକ୍ଷିଣା ଓ ମିଠା ପ୍ରଦାନ କରନ୍ତୁ

ଗୁରୁଙ୍କୁ ତାଙ୍କର ଦାୟିତ୍ବ ଗ୍ରହଣ କରିବାକୁ ପ୍ରାର୍ଥନା କରନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.