ଗୁଜୁରାଟ: ପାକିସ୍ତାନ ଜେଲରେ ପ୍ରାଣ ହରାଇଛନ୍ତି ଗୁଜୁରାଟର ଜଣେ ମତ୍ସଜୀବୀ । ତାଙ୍କର ମୃତଦେହକୁ ଖୁବଶୀଘ୍ର ପାକିସ୍ତାନରୁ ଭାରତ ଫେରାଇ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ।
ସୂଚନାନୂଯାୟୀ, ପାକ ନୌସେନା 2017 ନଭେମ୍ବର 15 ତାରିଖରେ ଭିଖାଭାଇ ବମନିଆକୁ ଗିରଫ କରିଥିଲେ । ପୋଡିଶୀ ଦେଶରେ ସମୁଦ୍ର ପଥରେ ଅବାଧ ପ୍ରବେଶ ଅଭିଯୋଗରେ ଗିରଫ କରିଥିଲା ପାକ୍। ତେବେ ଭିଖାଭାଇ ବମନିଆଙ୍କ ଘର ଗୁଜୁରାଟର ଗିର ସୋମନାଥ ଜିଲ୍ଲା ପାଲଦୀ ଗାଁରେ । ଏନେଇ ତାଙ୍କ ପତ୍ନୀ ଭାନିବେନଙ୍କ କହିବାନୂଯାୟାୀ, ଗୁରୁଜରଟ ମତ୍ସପାଳନ ବିଭାଗ ଦ୍ବାରା ମୁଁ ଜାଣିବାକୁ ପାଇଥିଲି ଯେ, ଦୀର୍ଘ ଏକ ମାସ ହେବ ମୋ ସ୍ବାମୀଙ୍କର ପାକିସ୍ତାନ ଜେଲରେ ମାର୍ଚ୍ଚ 4 ତାରିଖରେ ଦେହାନ୍ତ ଘଟିଛି । କିନ୍ତୁ ତାଙ୍କ ମୃତ୍ୟୁକୁ ଏକ ମାସ ହୋଇଯାଇଥିଲେ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଭାରତକୁ ଅଣାଯାଇନାହିଁ ।
ଭୀନାବେନଙ୍କ କହିବାନୂଯାୟୀ, ମୁଁ ଚାହୁଁଛିଯେ, ବେଦେଶ ମନ୍ତ୍ରୀ ସୁଷମା ସ୍ବରାଜ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରନ୍ତୁ । ଏହାସହ ସେ ଆହୁରୀ କହିଛନ୍ତିଯେ, ମୁଁ ଏଘଟଣାରେ ରାଜ୍ୟସଭା ସାଂସଦ ପରିମଲ ନଥବାନୀଙ୍କୁ ଜଣାଇଥିଲି ।