ETV Bharat / bharat

ଗୁଜୁରାଟର ସ୍ବତନ୍ତ୍ର ରେସ୍ତୋରାଁ, ଯେଉଁଠି କାମ କରନ୍ତି ଦିବ୍ୟାଙ୍ଗ - deaf and dumb hotel owner

ସେ ଶୁଣିପାରନ୍ତି ନାହିଁ କିମ୍ବା କଥାବାର୍ତ୍ତା କରିପାରନ୍ତି ନାହିଁ । କିନ୍ତୁ ସେମାନେ ଆଜି ରୋଜଗାରକ୍ଷମ । ସାଧାରଣ ଲୋକ ଭଳି ସମାଜରେ ରହିଛି ତାଙ୍କର ସ୍ଥାନ । ଆସନ୍ତୁ ଜାଣିବା ଗୁଜୁରାଟ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ନେଇ ଖୋଲିଥିବା ସ୍ପେଶାଲ ରେସ୍ତୋରାଁ ବିଷୟରେ ..

Gujarats first restaurant run by deaf and dumb staff
ଗୁଜୁରାଟର ସ୍ବତନ୍ତ୍ର ରେସ୍ତୋରାଁ
author img

By

Published : Mar 3, 2020, 11:25 PM IST

ଗାନ୍ଧିନଗର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ଆସେ । ଆଉ ପରିଶ୍ରମ ବଳରେ ଅସାଧ୍ୟ ବି ସାଧନ ହୋଇଥାଏ । ଏହି ଉକ୍ତିକୁ ସତ ପ୍ରମାଣିତ କରିବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ଗୁଜୁରାଟର ବୀରଜସିଂ ଜାଡେଜା ଏବଂ ତାଙ୍କ ବନ୍ଧୁ।

ଗୁଜୁରାଟର ସ୍ବତନ୍ତ୍ର ରେସ୍ତୋରାଁ

ଅହମଦାବାଦ ସହରର ବୋଡାକଦେବ ଅଞ୍ଚଳରେ ‘ଇକୋଜ’ନାମରେ ରହିଛି ଏକ ସ୍ବତନ୍ତ୍ର ରେସ୍ତୋରାଁ । ଯେଉଁଠି କାମ କରନ୍ତି ଦିବ୍ୟାଙ୍ଗ। ପ୍ରଥମ ଥର ପାଇଁ ଗୁଜୁରାଟର ଅହମଦାବାଦରେ ଏହା ଆରମ୍ଭ କରାଯାଇଛି । ପୂର୍ବରୁ ଦିଲ୍ଲୀ, ବାଙ୍ଗାଲୋର ଏବଂ କୋଲକାତାରେ ରହିଛି ଏଭଳି ରେସ୍ତୋରାଁ ।

ଏଭଳି ରେସ୍ତୋରାଁ କରିବା ପଛରେ ମୁଖ୍ୟ ଲକ୍ଷ୍ୟ ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ।ମୁକବଧିର ବେକାରୀ ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରାଇଛନ୍ତି । ରେସ୍ତୋରାଁରେ କାମ କରି ଭଲ ଦି ପଇସା ରୋଜଗାର କରୁଛନ୍ତି ଏମାନେ। ସାଧାରଣ ମଣିଷ ଭଳି ଏମାନଙ୍କର ସମାଜରେ ସମାଜରେ ସମାନ ଅଧିକାର ଥିବା କହିଛନ୍ତି ବୀରଜସିଂ ।

ଏଠାରେ ଉଭୟ ଦେଶୀ ବିଦେଶୀ ଉଭୟ ଖାଦ୍ୟର ମଜା ନେଇ ପାରିବେ ଗ୍ରାହକ । ତନ୍ଦୁରୀ ମୋମୋ, ସୋୟା ଚପ, ଗୁଲାଟୀ ଡିନର ଟ୍ରେ, ରନର ଅପ ବର୍ଗର ଏବଂ ବନତା ବାହାର ଭଳି ଆଇଟମ ଖାଇପାରିବେ । ଏହାପରେ ଗୁଜୁରାଟର ସୁରଟରେ ଆହୁରି 5ଟି ଆଉଟଲେଟ ଖୋଲିବାର ଇଚ୍ଛା କରିଛନ୍ତି ଦୁଇ ମାଲିକ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.