ETV Bharat / bharat

କୋରୋନା ମୁକାବିଲା ପାଇଁ ଗୁଜରାଟରେ ପହଞ୍ଚିଲା 24 ହଜାର ଟେଷ୍ଟିଂ କିଟ୍ସ

author img

By

Published : Apr 18, 2020, 1:33 AM IST

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଜରାଟକୁ ଏହି ରାପିଡ ଟେଷ୍ଟିଂ କିଟ୍ସ ପ୍ରଦାନ କରାଯାଇଛି । ବିଶେଷ କରି କୋରୋନା ହଟସ୍ପଟ ଜାଗାରେ ଏହି କିଟ୍‌ ଦ୍ବାରା ପରୀକ୍ଷା ଖୁବଶିଘ୍ର ହେବ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ଗୁଜରାଟରେ ପହଞ୍ଚିଲା 24 ହଜାର ଟେଷ୍ଟିଂ କିଟ୍ସ
କୋରୋନା ମୁକାବିଲା ପାଇଁ ଗୁଜରାଟରେ ପହଞ୍ଚିଲା 24 ହଜାର ଟେଷ୍ଟିଂ କିଟ୍ସ

ଗାନ୍ଧୀନଗର: କୋରୋନା ମୁକାବିଲା ପାଇଁ ଗୁଜରାଟରେ ପହଞ୍ଚିଛି 24 ହଜାର ରାପିଡ ଟେଷ୍ଟିଂ କିଟ୍‌ । ଏସମସ୍ତ କିଟ୍‌ ଦ୍ବାରା ରାଜ୍ୟରେ କୋରୋନା ପରୀକ୍ଷା ଆହୁରି ଶୀଘ୍ର ହେବ ବୋଲି ସରକାର ସୂଚନା ଦେଇଛନ୍ତି । ସମସ୍ତ ପରୀକ୍ଷାରେ ରିପୋର୍ଟ ମଧ୍ୟ ଖୁବଶୀଘ୍ର ମିଳିବ ବୋଲି ସରକାର ଆଶା ରଖିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଜରାଟକୁ ଏହି ରାପିଡ ଟେଷ୍ଟିଂ କିଟ୍ସ ପ୍ରଦାନ କରାଯାଇଛି । ବିଶେଷ କରି କୋରୋନା ହଟସ୍ପଟ ଜାଗାରେ ଏହି କିଟ୍ସ ଦ୍ବାରା ପରୀକ୍ଷା ଖୁବଶୀଘ୍ର ହେବ । ତେବେ ଏବେ 24 ହଜାର କିଟ୍ସ ମିଳିଥିବାବେଳେ ଆଗାମୀ 2ରୁ 3 ଦିନ ଭିତରେ ଆହୁରି ଅଧିକ କିଟ୍ ଆସିବ ବୋଲି ସରକାର ସୂଚନା ଦେଇଛନ୍ତି । ଏହି ରାପିଡ କିଟ୍ ଦ୍ବାରା ଆକ୍ରାନ୍ତଙ୍କ ରିପୋର୍ଟ ପାଇଁ ସରକାରଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ଜଣାପଡିଛି । ମାତ୍ର କିଛି ଘଣ୍ଟା ମଧ୍ୟରେ ସମସ୍ତ ସାମ୍ପଲର ରେଜଲ୍ଟ ଆସିଯିବ ।

ଏବେ ସୁଦ୍ଧା ଗୁଜରାଟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1099 ଛୁଇଁଛି । ବିଶେଷ କରି ଅହମ୍ମଦାବାଦରେ ପରିସ୍ଥିତି ଅଧିକ ଅସମ୍ଭାଳ ହୋଇଛି । ଏହାସହ ଏବେ ଯାଏଁ ମୋଟ 41 ଜଣଙ୍କ ମୃତ୍ୟୁ ହୋଇଛି । 86 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.