ETV Bharat / bharat

60 ଲକ୍ଷ ପରିବାରକୁ ରାସନ ସାମଗ୍ରୀ ଯୋଗାଇବେ ଗୁଜୁରାଟ ସରକାର - Corona Updates

କୋରୋନା ଭାଇରସ ଲକଡାଉନ ପାଇଁ ଗୁଜୁରାଟ ସରକାର 60 ଲକ୍ଷ ପରିବାରକୁ ମୁକ୍ତ ରାସନ ସାମଗ୍ରୀ ଯୋଗାଇବେ । ଏନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Gujarat to provide free ration to 60 lakh families amid COVID-19 lockdown
60 ଲକ୍ଷ ପରିବାରକୁ ମୁକ୍ତ ସାମଗ୍ରୀ ଯୋଗାଇବେ ଗୁଜୁରାଟ ସରକାର
author img

By

Published : Apr 9, 2020, 11:11 AM IST

ଗାନ୍ଧୀନଗର: କୋରୋନା ଭାଇରସ ଲକଡାଉନ ପାଇଁ ଗୁଜୁରାଟ ସରକାର 60 ଲକ୍ଷ ପରିବାରକୁ ମୁକ୍ତ ରାସନ ସାମଗ୍ରୀ ଯୋଗାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନଥିବା ପରିବାରକୁ ଏହି ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆମେ ନିଷ୍ପତ୍ତି ନେଇଛୁ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଥିବା ଲୋକଙ୍କୁ ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ବର୍ତ୍ତମାନ 10 କିଲୋଗ୍ରାମ ଗହମ, 3 କିଲୋଗ୍ରାମ ଚାଉଳ, 1 କେଜି ଡାଲି ଓ 1 କିଲୋଗ୍ରାମ ଚିନି ମୁକ୍ତ ଭାବରେ ପ୍ରଦାନ କରାଯିବ ।’ ଏଥିରେ ମୋଟ 60 ଲକ୍ଷ ପରିବାର ଉପକୃତ ହେବେ ବୋଲି ରୂପାନି କହିଛନ୍ତି ।

ଗୁଜୁରାଟରେ ବର୍ତ୍ତମାନ ସୁଦ୍ଧା 179 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି 25 ଜଣ ସୁସ୍ଥ ହୋଇଥିବା ବେଳେ 16 ଜଣଙ୍କର ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.