ETV Bharat / bharat

ମାନହାନୀ ମାମଲାରେ କୋର୍ଟରେ ହାଜର ହେବେ ରାହୁଲ-ସୁରଜେୱାଲା

author img

By

Published : May 27, 2019, 10:15 AM IST

ଅହମ୍ମଦାବାଦ ଜିଲ୍ଲା ସହକାରୀ (ଏଡିସି) ବ୍ୟାଙ୍କ ଏବଂ ଏହାର ଚେୟାରମ୍ୟାନଙ୍କ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ରଣଦୀପ ସୁରଜେୱାଲାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଆଜି କୋର୍ଟରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରବକ୍ତା ରଣଦୀପ ସୁରଜେୱାଲା ।

ଫାଇଲ ଫଟୋ

ଅହମ୍ମଦାବାଦ: ମାନହାନି ମାମଲାରେ ଆଜି କୋର୍ଟରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରବକ୍ତା ରଣଦୀପ ସୁରଜେୱାଲା । ଅହମ୍ମଦାବାଦ ଜିଲ୍ଲା ସହକାରୀ (ଏଡିସି) ବ୍ୟାଙ୍କ ଏବଂ ଏହାର ଚେୟାରମ୍ୟାନ ସେମାନଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଏପ୍ରିଲ 8 ତାରିଖରେ ମେଟ୍ରୋ କୋର୍ଟ ପକ୍ଷରୁ ଉଭୟଙ୍କୁ ଏକ ନୋଟିସ ଜାରି କରାଯାଇଥିଲା ।

ସୂଚନା ଅନୁସାରେ ବିମୁଦ୍ରିକରଣ ବେଳେ ଅହମ୍ମଦାବାଦ ଜିଲ୍ଲା ସହକାରୀ ବ୍ୟାଙ୍କରେ କୋଟି କୋଟି ଟଙ୍କା ଜମା କରାଯାଇଛି ବୋଲି ରାହୁଲ ଗାନ୍ଧୀ ଏବଂ ରଣଦୀପ ଅଭିଯୋଗ ଆଣିଥିଲେ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ଏବଂ ଦଳୀୟ ପ୍ରବକ୍ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରାଯାଇଛି । କଂଗ୍ରେସ ନେତା କଥିତ ରୂପେ ଅଭିଯୋଗ ଆଣିଥିଲେ ଯେ ଉକ୍ତ ବ୍ୟାଙ୍କରେ 2016 ରେ ହୋଇଥିବା ବିମୁଦ୍ରିକରଣ ହେବାର 5 ଦିନ ମଧ୍ୟରେ 750 କୋଟି ଟଙ୍କା ନୂଆ ଟଙ୍କା ବଦଳିବା ସହ ଦୁର୍ନୀତି ହୋଇଛି ।

ଅଭିଯୋଗକାରୀ ଅହମ୍ମଦାବାଦ ଜିଲ୍ଲା ସହକାରୀ (ଏଡିସି) ବ୍ୟାଙ୍କ ଏବଂ ଏହାର ଚେୟାରମ୍ୟାନ ଏପ୍ରିଲରେ କୋର୍ଟରେ ଯାଚିକା ଦାଏର କରିଥିଲେ । ଏହାପରେ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଏହି ମାମଲାରେ ଦୁଇ ନେତାଙ୍କୁ ମେ 27 ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Intro:Body:

dfgg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.