ଗାନ୍ଧୀନଗର: ଦୀପାବଳି ପାଇଁ ବିହାରର କାର୍ଯ୍ୟ କରୁଥିବା ସିଆରପିଏଫ ଯବାନ ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଯବାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଥିବା ବେଳେ ଘଟଣା ସଠିକ୍ ତଦନ୍ତ ପାଇଁ ଜାତୀୟ ରାଜପୁତ କରନୀ ସେନା ଦାବି କରିଛି ।
ବିହାର ସିଆରପିଏଫ ରେଜିମେଣ୍ଟ 502ର କୋବ୍ରା କମାଣ୍ଡୋ ଭାବରେ କାର୍ଯ୍ୟ କରୁଥିବା ଗିରି ସୋମନାଥ ଗୁଜୁରାଟ କୋଡିନାରର ମୂଳ ବାସିନ୍ଦା ଅଟନ୍ତି । ତେବେ ଦୀପାବଳି ପର୍ବ ପାଇଁ ଗତ 13 ତାରିଖରେ ସେ ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ଟ୍ରେନରୁ ନିଖୋଜ ହୋଇଯାଇଥିଲେ। ଦୁଇ ଦିନ ପରେ ତାଙ୍କ ଜିନିଷପତ୍ର ମୁମ୍ବାଇରୁ ମିଳିଥିବା ବେଳେ ମଧ୍ୟପ୍ରଦେଶର ରତ୍ଲାମ ନିକଟ ରେଳ ଟ୍ରାକରୁ ଏହି ଯବାନଙ୍କ ମୃତଦେହ ମିଳିଛି ।
ମୃତଦେହକୁ ସଂପର୍କୀୟ ଅନ୍ତିମ ସଂସ୍କାର ପାଇଁ ନେବା ଲାଗି ମଧ୍ୟପ୍ରଦେଶର ରତ୍ଲାମରେ ପହଞ୍ଚିବା ପରେ ମୃତଦେହକୁ ପୂର୍ବରୁ ପୋତା ଯାଇଥିବା ସେମାନେ ଅନୁଭବ କରିଥିଲେ । ମୃତଦେହକୁ ମାଟି ଭିତରୁ କାଢି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ମୃତଦେହର କୌଣସି ପରିଚୟ ସଂପର୍କରେ ତଥ୍ୟ ପୋଲିସ ସଂଗ୍ରହ କରିନଥିବାରୁ ରତ୍ଲାମ ପୋଲିସ ଭୂମିକା ସନ୍ଦେହଜନକ ବୋଲି ଯବାନଙ୍କ ସଂପର୍କୀୟଙ୍କ ସହ କର୍ନି ସେନା ଅଭିଯୋଗ କରିଛନ୍ତି ।
କମାଣ୍ଡୋଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ଏବଂ ଏହି ସବୁ ଘଟଣା କାହିଁକି ଘଟିଲା ଆଦି ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । ଯବାନଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ନ ମିଳିଲେ କର୍ନି ସେନା ଏକ ବଡ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ