ETV Bharat / bharat

ଆପାର୍ଟମେଣ୍ଟରୁ 6 ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଆପାର୍ଟମେଣ୍ଟରୁ 6 ମୃତଦେହ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ । ଅଧିକ ପଢନ୍ତୁ...

author img

By

Published : Jun 19, 2020, 6:37 PM IST

gujarat brothers take children for outing all 6 found dead in empty
ଖାଲି ଆପାର୍ଟମେଣ୍ଟରୁ 6 ମୃତଦେହ ଉଦ୍ଧାର

ଗାନ୍ଧିନଗର: ଗୁଜୁରାଟର ଅହମ୍ମଦାବାଦରେ ଅଭାବନୀୟ ଘଟଣା। ଏକ ଆପାର୍ଟମେଣ୍ଟରୁ ଗୋଟିଏ ପରିବାରର 6 ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର । ଅହମ୍ମଦାବାଦର ଭାଟଭା ଜିଟିଡିସି ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ 42 ବର୍ଷୀୟ ଅମ୍ରିଶ ପଟେଲ ଏବଂ 40 ବର୍ଷୀୟ ଗୌରଙ୍ଗ ପଟେଲ ଏବଂ ସେମାନଙ୍କ ଚାରି ପିଲାଙ୍କ ମୃତଦେହ ମିଳିଛି ।

ପୋଲିସ କହିବାନୁସାରେ, ଏମାନେ ସଂପର୍କରେ ଦୁଇ ଭାଇ । ସହରର ବିଭିନ୍ନ ସ୍ଥାନରେ ଏମାନଙ୍କର ଘର ରହିଛି । ସେମାନେ ସେଠାକୁ ଯାଆସ କରନ୍ତି। ଜୁନ୍ 17 ରେ ସେମାନେ ବାହାରକୁ ବୁଲି ଯିବା ନେଇ ପତ୍ନୀଙ୍କୁ ଜଣାଇବା ପରେ ପିଲାମାନଙ୍କ ସହିତ ନିଜ ଘରୁ ବାହାରିଥିଲେ । କିନ୍ତୁ ଗୁରୁବାର ରାତି ପର୍ଯ୍ୟନ୍ତ ନ ଫେରିବାରୁ ପତ୍ନୀମାନେ ଖାଲି ଥିବା ଫ୍ଲାଟକୁ ଯାଇଥିଲେ । ତଥାପି ସେମାନେ ଭିତର ପଟରୁ ତାଲା ପଡ଼ିଥିବାର ଦେଖିଲେ। ଫଳରେ ସେମାନେ ପୋଲିସକୁ ଖବର ଦେଇଥିଲେ।"

ଇନ୍ସପେକ୍ଟର ଗୋହିଲଙ୍କ କହିବା ଅନୁସାରେ, ଦୁଇ ଭାଇ ପ୍ରଥମେ ପିଲାମାନଙ୍କୁ ବିଷାକ୍ତ ଖାଦ୍ୟ ଦେଇ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି । ଡ୍ରଇଂ ରୁମରେ ଦୁଇ ଜଣଙ୍କ ମୃତଦେହ, 9 ବର୍ଷୀୟ କୀର୍ତ୍ତୀ ଏବଂ 7 ବର୍ଷ ବୟସ୍କା ସାନଭି ରୋଷେଇ ଘରେ ଏବଂ ଦୁଇ 12 ବର୍ଷର ପୁଅ ମୟୂର ଏବଂ ଧୃଭଙ୍କ ମୃତଦେହ ବେଡରୁମରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସୁଦ୍ଧାର ମୃତ୍ୟୁର କାରଣ ଜଣାପଡିନାହିଁ । ମୃତଦେହକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.