ETV Bharat / bharat

ଜୁଲାଇ 31ରେ ସରିବ ଅନଲକ-2: ତୃତୀୟ ପର୍ଯ୍ୟାୟ ପାଇଁ ଏସଓପି ପ୍ରକ୍ରିୟା ଆରମ୍ଭ - guideline for unlock-3

ଅନଲକ୍-3 ପାଇଁ ଏସଓପି ପ୍ରକ୍ରିୟା ଆରମ୍ଭ ହୋଇଛି । କାରଣ ଅନଲକ୍-2 ଜୁଲାଇ 31 ରେ ଶେଷ ହେଉଛି । ସୂଚନାନୁସାରେ, ସାମାଜିକ ଦୂରତା ସହିତ ଅନଲକ୍-3 ରେ ସିନେମା ହଲ୍ ଖୋଲାଯାଇପାରିବ ।

ତୃତୀୟ ପର୍ଯ୍ୟାୟ ପାଇଁ ଏସଓପି ପ୍ରକ୍ରିୟା ଆରମ୍ଭ

author img

By

Published : Jul 26, 2020, 1:53 PM IST

ନୂଆଦିଲ୍ଲୀ: ଅନଲକ୍-3 ପାଇଁ ଏସଓପି ପ୍ରକ୍ରିୟା ଆରମ୍ଭ ହୋଇଛି । କାରଣ ଅନଲକ୍-2 ଜୁଲାଇ 31 ରେ ଶେଷ ହେଉଛି । ସୂଚନାନୁସାରେ, ସାମାଜିକ ଦୂରତା ସହିତ ଅନଲକ୍-3 ରେ ସିନେମା ହଲ୍ ଖୋଲାଯାଇପାରିବ । ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଇଛି। ଯେଉଁଥିରେ ଅଗଷ୍ଟ 1 ତାରିଖରୁ ସିନେମା ହଲ୍ ଖୋଲିବାକୁ କୁହାଯାଇଛି।

ଏହାପୂର୍ବରୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଓ ସିନେମା ହଲ ମାଲିକଙ୍କ ମଧ୍ୟରେ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ସିନେମା ହଲ୍ ମାଲିକମାନେ 50 ପ୍ରତିଶତ ଦର୍ଶକଙ୍କ ସହ ଥିଏଟର ଆରମ୍ଭ କରିବାକୁ ରାଜି ହୋଇଛନ୍ତି । ତେବେ ମନ୍ତ୍ରଣାଳୟ ପ୍ରଥମେ 25 ପ୍ରତିଶତ ସିଟରେ ସିନେମାହଲ ଖୋଲିବାକୁ କହିଛି । କେବଳ ଏତିକି ନୁହେଁ, ଅନଲକ୍-3 ରେ ସିନେମା ହଲ୍ ସହିତ ଜିମ୍ ମଧ୍ୟ ଖୋଲାଯାଇପାରିବ । ତେବେ ବିଦ୍ୟାଳୟ ଓ ମେଟ୍ରୋ ଖୋଲିବାକୁ ବିଚାର କରାଯାଇ ନାହିଁ । ଏଥିସହିତ ରାଜ୍ୟଗୁଡିକ ପାଇଁ ଅନଲକ୍-3 ରେ ଆଉ କିଛି ଆରାମ ମିଳିପାରିବ ।

ମାର୍ଚ୍ଚରେ ସାରା ଦେଶରେ କୋରୋନା ସଂକ୍ରମଣକୁ ରୋକିବା ଲକଡାଉନ୍ ପକାଯାଇଥିଲା। ଜୁନ୍ 30 ପରଠାରୁ ଅନଲକ୍-1 ଅଧୀନରେ କୋରୋନା ସଙ୍କଟ କାରଣରୁ ଲାଗୁ ହୋଇଥିବା ଲକଡାଉକୁ ଆରାମ ଦିଆଯାଇଥିଲା । ଏଥିରେ ଅର୍ଥନୈତିକ ପ୍ରତିବନ୍ଧକକୁ ସାମାନ୍ୟ ଆଶ୍ବସ୍ତି ଦିଆଯାଇଥିଲା । ଏହାପରେ ଅନଲକ୍-2 ଜୁଲାଇ 1 ରୁ ଆରମ୍ଭ ହୋଇଥିଲା ।

ଅନଲକ୍-3 ପୂର୍ବରୁ ଏହାକୁ ନେଇ ଆଲୋଚନା ଚାଲିଛି । ତେବେ ଏଥିରେ ସ୍କୁଲ, କଲେଜ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା ମାତ୍ର ଗତ କିଛି ଦିନ ହେବ ଦେଶରେ କୋରୋନା ସଂକ୍ରମଣ ତୀବ୍ର ଗତିରେ ବୃଦ୍ଧି ପାଉଥିବାରୁ ସରକାର ଏନେଇ ଚିନ୍ତିତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.