ଚଣ୍ଡିଗଡ଼: ଦୁଇ ରେଳ ଧାରଣା ମଧ୍ୟରେ ଜିଆରପି ଥାନା । ଶୁଣିବାକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଦୃଶ୍ୟଟି ହେଉଛି ହରିଆଣାର ବଲ୍ଲଭଗଡ଼ ଅଞ୍ଚଳର । ଏକ ବଡ଼ ଧରଣର ଅଘଟଣକୁ ଅପେକ୍ଷା କରିଛି ଏହି ଥାନା । ତେବେ ଥାନାର ସ୍ଥାନ ପରିବର୍ତ୍ତନ ପାଇଁ ଅନେକ ସମୟରେ ଅଭିଯୋଗ ମଧ୍ୟ ହେଉଥିବା ଜଣାପଡ଼ିଛି ।
ଅଭିଯୋଗକାରୀଙ୍କ ପାଇଁ ସମସ୍ୟା
ଏହି ଥାନାକୁ ଆସିବା ପାଇଁ ଅନେକ ସମୟରେ ସମସ୍ୟାରେ ପଡୁଛନ୍ତି ଅଭିଯୋଗକାରୀ । ଅଭିଯୋଗକାରୀମାନେ ଥାନାକୁ ଆସିବାକୁ ହେଲେ ରେଳଧାରଣା ପାରିହେବାକୁ ପଡ଼ିଥାଏ । ଏପରିକି ଯଦି ଟ୍ରେନ ଅଟକି ଥାଏ, ତେବେ ଜୀବନକୁ ପାଣି ଛଡ଼ାଇ ଟ୍ରେନ ତଳେ ଅଭିଯୋଗକାରୀମାନେ ଆସିଥାନ୍ତି । ସେପଟେ ସମାନ ଅବସ୍ଥା ଜିଆରପି କର୍ମଚାରୀଙ୍କର । ଅଭିଯୋଗ ପାଇବା ପରେ ଧାରଣା ଅତିକ୍ରମ କରି ଯାଇଥାଏ ପୋଲିସ ।
ଫଳରେ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।ତେବେ ଏହି ଜିଆରପି ଥାନାର ଅବସ୍ଥାର ଫାଇଦା ଅନେକ ସମୟରେ ଦୁର୍ବୃତ୍ତମାନେ ଉଠାଇଥାନ୍ତି । ରେଳଯାତ୍ରୀମାନଙ୍କୁ ଠାରୁ ଲୁଟପାଟ କରୁଥିଲେ ମଧ୍ୟ ଯାତ୍ରୀମାନେ ଏଠାକୁ ଅଭିଯୋଗ କରିବାକୁ ଆସିନଥାନ୍ତି ।
ସେପଟେ ଯଦି କେବେ କୌଣସି ଯାତ୍ରୀ ଏଠାକୁ ଅଭିଯୋଗ କରିବାକୁ ଆସିଥାନ୍ତି, ସେମାନେ ନିଜ ଜୀବନକୁ ପାଣି ଛଡ଼ାଇ ଏଠାକୁ ଆସିଥାନ୍ତି । ତେବେ ଜଣେ ଅଭିଯୋଗକାରୀଙ୍କ କହିବା ଅନୁଯାୟୀ ସେ ନିଜ ଜୀବନକୁ ବିପଦରେ ପକାଇ ଥାନାକୁ ଅଭିଯୋଗ କରିବାକୁ ଆସିଛନ୍ତି । ସେହିପରି ଅନ୍ୟ ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ ନିଜ ଭାଇଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଛନ୍ତି । ଏଠାକୁ ଆସିବା ପାଇଁ ଟ୍ରେନ ତଳେ ଗଳିକି ଆସିବାକୁ ପଡ଼ିଛି ବୋଲି ସେ କହିଛନ୍ତି ।
ସେପଟେ ଥାନା ଅଧିକାରୀମାନେ ମଧ୍ୟ ବିରକ୍ତି ଭାବ ପ୍ରକାଶ କରିଛନ୍ତି । କହିଛନ୍ତି ଥାନାର ଦୁଇ ପାର୍ଶ୍ବରେ ରେଳଧାରଣା ଥିବାରୁ ଅନେକ ସମୟରେ ଘଟଣାସ୍ଥଳରେ ପହଞ୍ଚିବାରେ ଆମମାନକୁ ବିଳମ୍ବ ହେଉଛି । ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚିବାର ପହଞ୍ଚିପାରୁନଥିବା ସେ କହିଛନ୍ତି । ଏନେଇ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇନଥିବା ସେ କହିଛନ୍ତି ।