ETV Bharat / bharat

2019ରେ ପ୍ରତ୍ୟେକ ଦିନ 87ଟି ହେଉଥିଲା ଦୁଷ୍କର୍ମ ମାମଲା: ରିପୋର୍ଟ

author img

By

Published : Sep 30, 2020, 11:34 AM IST

2019 ମସିହାରେ ପ୍ରତିଦିନ 87ଟି ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ଦ୍ବାରା ସଂଗୃହିତ ହୋଇଥିବା ତଥ୍ୟରେ 2019 ମସିହାରେ ମୋଟ 4 ଲକ୍ଷ 5 ହଜାର 861ଟି ମହିଳାଙ୍କ ବିରୋଧରେ ଅପରାଧ ରେକର୍ଡ କରାଯାଇଛି । ଯାହା 2018 ମସିହା ଠାରୁ 7 ପ୍ରତିଶତ ଅଧିକ ଅଟେ ।

2019 ମସିହାରେ ପ୍ରତ୍ୟେକ ଦିନ ଦେଶରେ ଘଟୁଥିଲା 87ଟି  ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ବର୍ତ୍ତମାନ ୟୁପି ହାଥରସ ଗଣଦୁଷ୍କର୍ମ ମାମଲା ପୁଣି ନିର୍ଭୟା କାଣ୍ଡକୁ ଦୋହରାଇଛି । ହାଥରସର ଏକ ଗାଁରେ ଜଣେ ମହିଳା ଚାରି ଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଯାହା ଦେଶକୁ ପୁଣିଥରେ ଦୋହଲାଇ ରଖିଦେଇଛି । ଏପଟେ 2019 ମସିହାରେ ପ୍ରତିଦିନ 87ଟି ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ଦ୍ବାରା ସଂଗୃହିତ ହୋଇଥିବା ତଥ୍ୟରେ 2019 ମସିହାରେ ମୋଟ 4 ଲକ୍ଷ 5 ହଜାର 861ଟି ମହିଳାଙ୍କ ବିରୋଧ ଅପରାଧ ରେକର୍ଡ କରାଯାଇଛି । ଯାହା 2018 ମସିହା ଠାରୁ 7 ପ୍ରତିଶତ ଅଧିକ ଅଟେ ।

ଏନସିଆରବି ତଥ୍ୟ ଅନୁଯାୟୀ, 2019ରେ ମୋଟ 32,033 ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ଯାହାକି ବର୍ଷକ ମଧ୍ୟରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧର 7.3 ପ୍ରତିଶତ ଥିଲା। ସେହିପରି 2018 ରେ ଦେଶରେ ମହିଳାଙ୍କ ବିରୋଧରେ ମୋଟ 3 ଲକ୍ଷ 78 ହଜାର 236ଟି ମାମଲା ରେକର୍ଡ କରାଯାଇଥିଲା। ଏଥିମଧ୍ୟରୁ 33,356ଟି କେବଳ ଦୁଷ୍କର୍ମ ମାମଲା ଥିଲା । ଯାହା 2017ରେ 32,559 ଥିଲା ।

ଏନସିଆରବି ତଥ୍ୟ ଅନୁଯାୟୀ, ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ହିଂସାର ଶିକାର ହୋଇଥିଲେ । 2018ରେ 58.8 ତୁଳନାରେ 2019 ରେ ଏକ ଲକ୍ଷ ମହିଳା ଜନସଂଖ୍ୟାରେ ପଞ୍ଜୀକୃତ ହୋଇଥିବା ଅପରାଧ ହାର 62.4ରେ ରହିଥିଲା ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ ଏନସିଆରବିକୁ ସ୍ବତନ୍ତ୍ର ଅପରାଧ ତଥ୍ୟ ସଂଗ୍ରହ କରିବାକୁ ଦାୟିତ୍ବ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.