ETV Bharat / bharat

କୋରୋନାକୁ ନେଇ ଆଲୋଚନା କଲେ ଅନୀଲ ବୈଜଲ ଓ କେଜ୍ରିୱାଲ - Governor Anil Bajwal

ଦିଲ୍ଲୀରେ କୋରୋନା ସ୍ଥିତିକୁ ନେଇ ସଚିବାଳୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ କହିଛନ୍ତି । ଅଧିକ ପଢନ୍ତୁ...

governor-anil-bajwal-and-chief-minister-kejriwal-discuss-the-situation-in-delhis-corona
କୋରୋନା ସ୍ଥିତିକୁ ନେଇ ଆଲୋଚନା କଲେ ଦିଲ୍ଲୀ ଗଭର୍ଣ୍ଣର ଅନୀଲ ବୈଜଲ ଓ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
author img

By

Published : Mar 25, 2020, 2:19 PM IST

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଏହାକୁ ପ୍ରତିରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ ଘୋଷଣା କରାଯାଇଛି । ଦିଲ୍ଲୀରେ କୋରୋନା ସ୍ଥିତିକୁ ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ଲକ ଡାଉନ ଘୋଷଣା କରାଯାଇଥିଲା ।

କୋରୋନା ସ୍ଥିତିକୁ ନେଇ ଆଲୋଚନା କଲେ ଦିଲ୍ଲୀ ଗଭର୍ଣ୍ଣର ଅନୀଲ ବୈଜଲ ଓ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ଦିଲ୍ଲୀରେ କୋରୋନା ସ୍ଥିତିକୁ ନେଇ ସଚିବାଳୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ । ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହି ସବୁ ବ୍ୟବସ୍ଥା କରାଯାଉଛି ଓ ଅତ୍ୟାବଶ୍ୟକ ସାମଗ୍ରୀର ସମସ୍ତ ବ୍ୟବସ୍ଥା କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଲକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ମାସ୍କ, ସାନିଟାଇଜର ଉତ୍ପାଦନ କରାଯିବା ବୃଦ୍ଧି କରାଯାଉଛି । ଲକ ଡାଉନ ପରେ ସାଧାରଣତଃ ଶ୍ରମିକ,ଗରିବ ଓ ସାଧାରଣ ଲୋକଙ୍କ ଅବସ୍ଥାକୁ ନେଇ ଆଲୋଚନା କରାଯାଇଛି ।ରାଜଧାନୀର ଗରିବ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇବାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ସୂଚନା ଥାଉକି ରଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତି 11 ଟି କୋରୋନା ପଜିଟିଭ ବାହାରିଛି ।କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 500 ରୁ ଅଧିକ ହୋଇଯାଇଛି । ଏପର୍ଯ୍ୟନ୍ତ ଭାରତରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ 2 ଜଣ ବିଦେଶୀ ସାମିଲ ଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରାୟ 45ରୁ ଅଧିକ ଲୋକ ସୁସ୍ଥ ହେଇ ଘରକୁ ଫେରିଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.