ETV Bharat / bharat

ମହାମାରୀ ପରେ MSMEକୁ ସମର୍ଥନ ପାଇଁ ଭାରତ ସରକାରଙ୍କ ପଦକ୍ଷେପ

author img

By

Published : Feb 6, 2021, 4:01 PM IST

MSME ହେଉଛି ଦେଶର ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସହ ଜଡିତ ନିୟମାବଳୀ ଏବଂ ନିୟମ ପ୍ରଣୟନ ପାଇଁ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା । ତେବେ ସରକାରଙ୍କ ଦ୍ବାରା ଲକଡାଉନ ସମୟରେ ଲାଗୁ ହୋଇଥିବା କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହାର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଛି । ଏହି କ୍ଷେତ୍ରକୁ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ମହାମାରୀ ପରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

Government's initiatives for support of MSMEs after luckdown
ମହାମାରୀ ପରେ MSME କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପ

ହାଇଦ୍ରାବାଦ: ଭାରତ ସରକାରଙ୍କ MSME ହେଉଛି ଦେଶର ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସହ ଜଡିତ ନିୟମାବଳୀ ଏବଂ ନିୟମ ପ୍ରଣୟନ ପାଇଁ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା । 2020-21ର ପ୍ରଥମ 3 ମାସରେ ଭାରତରେ ପ୍ରକୃତ ଜିଡିପିର ଆକଳନ ସୂଚାଇ ଦେଉଛି ଯେ ସରକାରଙ୍କ ଦ୍ବାରା ଲକଡାଉନ ସମୟରେ ଲାଗୁ ହୋଇଥିବା କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଛି । ତେବେ ଏହା MSME ସେକ୍ଟର ଉପରେ ମଧ୍ୟ ପ୍ରଭାବ ପକାଇଛି । MSME ଯେହେତୁ ଉଭୟ ଆନୁଷ୍ଠାନିକ ଏବଂ ଅନଔପଚାରିକ କ୍ଷେତ୍ରରେ ରହିଛି, ତେଣୁ ୟୁନିଟ୍ ଗୁଡିକର ଅସ୍ଥାୟୀ କିମ୍ବା ସ୍ଥାୟୀ ବନ୍ଦ ସମ୍ବନ୍ଧୀୟ ତଥ୍ୟର ବନ୍ଦ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ହେଉନାହିଁ । କିନ୍ତୁ ଏହି କ୍ଷେତ୍ରକୁ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ମହାମାରୀ ପରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

କୋରୋନା ମହାମାରୀ ପରେ ଭାରତ ସରକାର MSMEକୁ ସହାୟତା ଯୋଗାଇବା ପାଇଁ ଆତ୍ମ ନିର୍ଭର ଭାରତ ଅଭିଯାନ ଅଧୀନରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହି ପଦକ୍ଷେପଗୁଡିକ ହେଉଛି:-

  • MSME ସମେତ ବ୍ୟବସାୟ ପାଇଁ 3 ଲକ୍ଷ କୋଟି କୋଲ୍ୟାଟେରାଲ ଫ୍ରି ଅଟୋମେଟିକ ଋଣ (ଏକ ଋଣଦାତା ନିକଟକୁ ଯାଇ ନିର୍ଦ୍ଦିଷ୍ଟ ସୁଧ ହାରରେ ତାଙ୍କଠାରୁ ଋଣ ନେଇ ପାରିବ ଯଦିଓ ତୁମର ପ୍ରତିଶ୍ରୁତି କିମ୍ବା ଇନଭେଷ୍ଟ କରିବାର କିଛି ନାହିଁ ) ସରକାର ଘୋଷଣା କରିଛନ୍ତି ।
  • ଚାପଗ୍ରସ୍ତ MSME ପାଇଁ 20,000 କୋଟି ସବୋର୍ଡେଟ ଋଣ
  • MSME ଫଣ୍ଡ ଅଫ୍ ଫଣ୍ଡ୍ସ ମାଧ୍ୟମରେ 50,000 କୋଟି ଇକ୍ଟିଟି ଇନଫ୍ୟୁଜନ୍(ସାଧାରଣ ଅଂଶଧନ ବଦଳରେ କମ୍ପାନୀ ଦ୍ବାରା ପ୍ରାପ୍ତ ଯେକୌଣସି ପରିମାଣର ନଗଦ ଟଙ୍କା ନେଇପାରିବ)
  • ବ୍ୟବସାୟର ସହଜତା ପାଇଁ ‘ଉଦୟମ୍ ରେଜିଷ୍ଟ୍ରେସନ୍’ ମାଧ୍ୟମରେ MSMEର ନୂତନ ପଞ୍ଜୀକରଣ କରିପାରିବ ।
  • 200 କୋଟି ପର୍ଯ୍ୟନ୍ତ କ୍ରୟ ପାଇଁ କୌଣସି ବିଶ୍ବସ୍ତରୀୟ ଟେଣ୍ଡର ନାହିଁ ।

ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ରହିଥିବା MSME ଗୁଡ଼ିକ ସରକାରଙ୍କ 3 ଲକ୍ଷ କୋଟି କୋଲ୍ୟାଟେରାଲ ଫ୍ରି ଅଟୋମେଟିକ ଋଣ ଅନୁସାରେ ଲାଭବାନ ହୋଇପାରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 2020ମସିହା ଜୁନ 6 ତାରିଖରେ ଏକ ଅନଲାଇନ୍ ପୋର୍ଟାଲ୍ 'ଚାମ୍ପିଅନ୍ସ' ଉନ୍ମୋଚିତ ହୋଇଛି । ଏହା ଇ-ଶାସନର ଅନେକ ଦିଗକୁ ଅନ୍ତର୍ଭୁକ୍ତ କରେ ଯାହା ଅଭିଯୋଗର ସମାଧାନ ଏବଂ MSMEର ସମର୍ଥନ କରିଥାଏ । MSMEର ଆର୍ଥିକ ଚାପକୁ ହ୍ରାସ କରିବା ପାଇଁ ଆରବିଆଇ ମଧ୍ୟ ଅନେକ ପଦକ୍ଷେପ ଘୋଷଣା କରିଛି ।

MSME ପାଇଁ ପଞ୍ଜିକରଣ:-

ଉଦୟ ପଞ୍ଜିକରଣ ପୋର୍ଟାଲରେ ପଞ୍ଜିକରଣର ସହଜତାକୁ ବୃଦ୍ଧି କରିବା ପାଇଁ MSME ମନ୍ତ୍ରଣାଳୟ ଏହାକୁ ପେପରଲେସ କରାଯିବା ସହିତ ଅନଲାଇନ ମାଧ୍ୟମରେ କରାଯାଇଛି । ଯାହାଦ୍ବାରା ପଞ୍ଜିକରଣ ପାଇଁ କୌଣସି ଶୁଳ୍କ ବା କାଗଜପତ୍ରର ଆବଶ୍ୟକ ହେବ ନାହିଁ । ଏହି ପୋର୍ଟାଲରେ ଇନକମ ଟ୍ୟାକ୍ସ, ଜିଏସ୍ଟି ପୋର୍ଟାଲ ସହିତ ସ୍ବୟଂଚାଳିତ ଭାବରେ ନିବେଶ ଆଣିବା ପାଇଁ କାରବାର ଅଛି । MSME ମନ୍ତ୍ରଣାଳୟ ପଞ୍ଜିକୃତ ବ୍ୟବସ୍ଥାକୁ ସହଜ କରିବା ପାଇଁ ଗତବର୍ଷ ଜୁନ 26 ତାରିଖରେ ବିଭିନ୍ନ ଅନୁଷ୍ଠାନ, କାର୍ଯ୍ୟାଳୟ ଏବଂ ବିକାଶ ପ୍ରତିଷ୍ଠାନଗୁଡିକ (MSME-DI)ରେ ଚମ୍ପିଆନ୍ସ କଣ୍ଟ୍ରୋଲ ରୁମ ନିର୍ମାଣ କରିଥିଲେ ।

2020 ମସିହା ଜୁନ 30 ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗ ଆଧାର ମେମୋରାଣ୍ଡମ(UAM)ରେ ପଞ୍ଜିକୃତ ହୋଇଥିବା MSME:-

ଉଦ୍ୟୋଗ ଆଧାର ମେମୋରାଣ୍ଡମ(UAM)ରେ ପଞ୍ଜିକୃତ ହୋଇଥିବା MSME

2021 ମସିହା ଜାନୁଆରୀ 25 ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନ:-

ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.