ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିବେ ସରକାର - ପ୍ରବାସୀ ଶ୍ରମିକ

ପ୍ରବାସୀ ଶ୍ରମିକଙ୍କ ପାଇଁ ଅଖିଳ ଭାରତୀୟ ସ୍ତରରେ ଖୁବଶୀଘ୍ର ହେଲ୍ପଲାଇନ ନମ୍ବର ଜାରି କରିବେ ସରକାର ।

migrant labour helpline no
ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିବେ ସରକାର
author img

By

Published : May 21, 2020, 10:06 AM IST

ନୂଆଦିଲ୍ଲୀ: ଖୁବଶୀଘ୍ର ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିବେ ସରକାର । ପ୍ରବାସୀ ଶ୍ରମିକଙ୍କ ପାଇଁ ଅଖିଳ ଭାରତୀୟ ସ୍ତରରେ ଖୁବଶୀଘ୍ର ହେଲ୍ପଲାଇନ ନମ୍ବର ଜାରି କରିବେ ସରକାର । ଏହି ନଂ ଜରିଆରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ସମସ୍ୟା ଏବଂ ଅଭିଯୋଗ ବିଷୟରେ ସୂଚନା ଦେବେ । ଏହି ହେଲ୍ପଲାଇନ ନମ୍ବର ମୁଖ୍ୟ ଶ୍ରମ କମିଶନରଙ୍କ ଅଧୀନରେ ଆରମ୍ଭ ହେବ। ଏହା ଟୋଲ୍ ଫ୍ରି ନମ୍ବର ହେବ ନାହିଁ ।

ଗତ ମଙ୍ଗଳବାର ଟେଲିକମ୍ ବିଭାଗ ଏକ ସର୍ଟ କୋଡ୍ ଆବଣ୍ଟନ ନୋଟରେ କହିଛି ଯେ, ମୁଖ୍ୟ ଶ୍ରମ କମିଶନର ଅଧିନରେ ସର୍ଟ କୋଡ୍ 14445 ବଣ୍ଟନ କରାଯାଉଛି । ଯେଉଁଥିରେ ଜାତୀୟ ହେଲ୍ପଲାଇନ ନମ୍ବର ସ୍ଥାପନ କରାଯାଇପାରିବ ।

ଟେଲିକମ୍ ବିଭାଗ ଦ୍ୱାରା ବଣ୍ଟନ କରାଯାଇଥିବା ଏହି ସର୍ଟ କୋଡ୍ ମାଧ୍ୟମରେ ଏକ ଜାତୀୟ ହେଲ୍ପଲାଇନ ନମ୍ବର ପ୍ରତିଷ୍ଠା କରାଯିବ । ଏହି ନମ୍ବରକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ କଲ ଦିଲ୍ଲୀରେ ଶୁଣାଯିବ ଏବଂ ଅଭିଯୋଗର ସମାଧାନ ପାଇଁ ଏହାକୁ ସମ୍ପୃକ୍ତ ଆଞ୍ଚଳିକ ନିୟନ୍ତ୍ରଣ କକ୍ଷକୁ ପଠାଯିବ। ସମସ୍ତ ଟେଲିକମ୍ ଅପରେଟରଙ୍କ ପାଇଁ ଏହି ନମ୍ବରକୁ ପ୍ରବେଶ ପ୍ରଦାନ କରିବା ବାଧ୍ୟତାମୂଳକ ହେବ ।

ବିଭାଗ ସ୍ପଷ୍ଟ କରିଛି ଯେ, ଏହା ଟୋଲ୍ ଫ୍ରି ନମ୍ବର ହେବ ନାହିଁ । 14445 କୁ କଲ କରିବା ଦ୍ୱାରା ଏଥିପାଇଁ ଦେୟ ଲାଗିବ । ଟେଲିକମ୍ ବିଭାଗ ଜରୁରୀକାଳୀନ ହେଲ୍ପଲାଇନ ପାଇଁ 1930 ଏବଂ 1944 ଦୁଇଟି ନମ୍ବର ବଣ୍ଟନ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.