ETV Bharat / bharat

ବ୍ୟାପୁଛି କୋରୋନା, ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଦେଶରେ ଲକଡାଉନକୁ ଅନେକ ମାତ୍ରାରେ କୋହଳ ଦିଆଯାଇଛି । ହେଲେ ଏହି ସମୟ ମଧ୍ୟରେ କୋରୋନା ଭୟବହ ରୂପ ନେଇଛି । ଯାହାକୁ ନେଇ ଏହାର ବ୍ୟାପକତାକୁ ରୋକିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂତନ ଗାଇଡଲାଇନ ଜାରି କରିଛି । ଅଧିକ ପଢନ୍ତୁ...

ବ୍ୟାପୁଛି କୋରୋନା, ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ବ୍ୟାପୁଛି କୋରୋନା, ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
author img

By

Published : Jun 14, 2020, 4:08 AM IST

ନୂଆଦିଲ୍ଲୀ: ଅନଲକ-1 ସମୟରେ କୋରୋନା ବୃଦ୍ଧି ଘଟୁଥିବା ଦୃଷ୍ଟିରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ରାତିରେ ରେସ୍ତୋରାଁ, ହୋଟେଲ, ଧାର୍ମିକ ସ୍ଥାନ, ସପିଂ ମଲ ଏବଂ ଅଫିସ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । କେବଳ କୌଣସି ଲକ୍ଷଣ ନଥିବା ଲୋକଙ୍କୁ ଏବଂ ଏକ ସମୟରେ ସୀମିତ ସଂଖ୍ୟକ ପରିଦର୍ଶକଙ୍କୁ ପ୍ରବେଶ ଦେବା ଭଳି ସତର୍କତା ପାଇଁ ଗୁରୁତ୍ୱ ଦିଆଯାଇଛି ।

ଏହାପୂର୍ବରୁ ଜୁନ 4ରେ ମନ୍ତ୍ରଣାଳୟ ସରକାରୀ ଏବଂ ଅର୍ଦ୍ଧ ସରକାରୀ କ୍ୟାମ୍ପସ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (SOP) ଜାରି କରିଥିଲା ​​କିନ୍ତୁ ବର୍ତ୍ତମାନ ଏହାକୁ ଜନସାଧାରଣଙ୍କୁ ଭଲଭାବେ ବୁଝିବା ପାଇଁ ମନ୍ତ୍ରଣାଳୟ ଏକ ନୂତନ ଫର୍ମାଟରେ ରଙ୍ଗୀନ ଫଟୋଗ୍ରାଫ ସହିତ ନିର୍ଦ୍ଦେଶାବଳୀ ଜାରି କରିଛି । ଅନଲକ-1ରେ ବୃଦ୍ଧି ପାଉଥିବା କୋରୋନା ବିସ୍ତାର ରୋକିବାକୁ ଆମକୁ ସେହି ପରିମାଣର ସଠିକ କୋଭିଡ ଆଚରଣ ଅନୁସରଣ କରିବା ଆବଶ୍ୟକ।

ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି:

ଚେହେରାକୁ ଘୋଡାଇବା ପାଇଁ ଫେସ ମାସ୍କ କିମ୍ବା କପଡା ବ୍ୟବହାର କରିବା ବାଧ୍ୟତାମୂଳକ

ସାମାଜିକ ଦୂରତା ଅନୁସରଣ କରନ୍ତୁ

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ

ସାବୁନ ସାନିଟାଇଜର ସହିତ ନିୟମିତ ବ୍ୟବଧାନରେ ହାତ ଧୋଇ ଦିଅନ୍ତୁ

ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଧାଡିରେ ଥିବାବେଳେ 6 ଫୁଟ ଦୂରତା ବଜାୟ ରଖନ୍ତୁ

ରୁମାଲ କିମ୍ବା ଅନ୍ୟାନ୍ୟ ଜିନିଷ ସହିତ ପାଟି ଏବଂ ନାକକୁ ଭଲ ଭାବରେ ଘୋଡାନ୍ତୁ

ଧାର୍ମିକ ସ୍ଥାନ ପାଇଁ ଦିଆଯାଇଥିବା ନୂତନ ନିର୍ଦ୍ଦେଶାବଳୀ, ଏହି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି:

କେବଳ ଲକ୍ଷଣ ନଥିବା ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ

ସାନିଟାଇଜରର ବ୍ୟବହାର କରିବା ବାଧ୍ୟତାମୂଳକ

ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ

ପ୍ରବେଶ କରିବା ପୂର୍ବରୁ ହାତ ଏବଂ ପାଦକୁ ସାବୁନରେ ଭଲ ଭାବରେ ଧୋଇବା ଆବଶ୍ୟକ

ଆପଣଙ୍କୁ ସାମାଜିକ ଦୂରତା ନିୟମ ଅନୁଯାୟୀ ବସିବାକୁ ପଡିବ

ପ୍ରତିମା, ମୂର୍ତ୍ତି ଏବଂ ପୁସ୍ତକକୁ ଛୁଇଁବାକୁ ଅନୁମତି ଦିଆଯିବ ନାହିଁ

ମେଳି କରି ଭକ୍ତି ସଂଗୀତ ଗାଇବା ଠାରୁ ଦୂରେଇ ରୁହନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.