ETV Bharat / bharat

ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ, ଜନତାଙ୍କୁ ଲୁଟୁଥିବା ଅଭିଯୋଗ

author img

By

Published : Aug 25, 2020, 6:54 PM IST

ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମହଙ୍ଗା ପେଟ୍ରୋଲ ଏବଂ ଦର ବୃଦ୍ଧି ହେତୁ ସରକାର ଖୋଲାଖୋଲି ଭାବେ ଜନସାଧାରଣଙ୍କୁ ଲୁଟୁଥିବା ଟ୍ବିଟ କରି କହିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ, ଜନତାଙ୍କୁ ଲୁଟୁଥିବା ଅଭିଯୋଗ
ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ, ଜନତାଙ୍କୁ ଲୁଟୁଥିବା ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ବ ସଙ୍କଟକୁ ନେଇ ଚାଲିଆସୁଥିବା ହାଇଭୋଲଟେଜ ଡ୍ରାମା ମଧ୍ୟରେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମଙ୍ଗଳବାର ରାହୁଲ ଗାନ୍ଧୀ ଟ୍ବିଟ କରି ଲେଖିଛନ୍ତି ଯେ ମହଙ୍ଗା ପେଟ୍ରୋଲ ଏବଂ ଦର ବୃଦ୍ଧି ହେତୁ ସରକାର ଖୋଲାଖୋଲି ଭାବେ ଜନସାଧାରଣଙ୍କୁ ଲୁଟୁଛନ୍ତି। କ୍ରମାଗତ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ରାହୁଲ ସରକାରଙ୍କୁ ଘେରିଛନ୍ତି।

ମଙ୍ଗଳବାର ମଧ୍ୟ ପେଟ୍ରୋଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 11 ପଇସା ବୃଦ୍ଧି ହୋଇ 81.73 ଟଙ୍କା ହୋଇଛି।

ଗତ ଏକ ସପ୍ତାହର ରେକର୍ଡ ଉପରେ ନଜର ପକାଇଲେ, ପ୍ରତିଦିନ ପେଟ୍ରୋଲ ମୂଲ୍ୟରେ କିଛି ନା କିଛି ବୃଦ୍ଧି ଘଟିଛି । ଏଥି ସହିତ ଗତ 10 ଦିନରେ ପେଟ୍ରୋଲ ମୂଲ୍ୟ 9 ଗୁଣ ବୃଦ୍ଧି କରାଯାଇଛି। ତେବେ ଦୀର୍ଘ ଦିନ ଧରି ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ।

ତଥ୍ୟ ଅନୁଯାୟୀ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ବୃଦ୍ଧି ହୋଇ ଯଥାକ୍ରମେ 81.73 ଟଙ୍କା, 83.24 ଟଙ୍କା, 88.39 ଟଙ୍କା ଏବଂ 84.73 ଟଙ୍କାରେ ପହଞ୍ଚିଛି । ଏହି ସହରଗୁଡ଼ିକରେ ଡିଜେଲର ମୂଲ୍ୟ ଯଥାକ୍ରମେ 73.56 ଟଙ୍କା, 77.06 ଟଙ୍କା, 80.11 ଟଙ୍କା ଏବଂ 78.86 ଟଙ୍କା ରହିଛି।

ତେବେ କୋରୋନା ସଙ୍କଟ ଏବଂ ରୋଜଗାର ପ୍ରସଙ୍ଗରେ ମୋଦି ସରକାରଙ୍କୁ ବାରମ୍ବାର ଘେରିବାରେ ଲାଗିଛି କଂଗ୍ରେସ । ଅତୀତରେ ରୋଜଗାର ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଅନଲାଇନ ଅଭିଯାନ ମଧ୍ୟ ଚାଲିଥିଲା। ଏହାପୂର୍ବରୁ ସୋମବାର ରାହୁଲ ଗାନ୍ଧୀ ଟ୍ବିଟ କରି ଲେଖିଥିଲେ ଯେ ଗୋଟିଏ ଚାକିରୀ, 1000 ବେକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.