ଜୟପୁର: କୋରୋନା ମୁକାବିଲାକୁ ନେଇ ଦେଶରେ 14 ଏପ୍ରିଲ ଯାଏଁ ଲକଡାଉନ ଲାଗୁ ହୋଇଥିବା ବେଳେ ଏଭଳି ସମୟରେ ରାଜସ୍ଥାନରେ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ରାଜସ୍ଥାନର ଭରତପୁର ସରକାରୀ ମେଡିକାଲ ନାମରେ ଏକ ମାମଲା ରୁଜୁ କରାଯାଇଛି । ଏହି ମେଡିକାଲ ନାମରେ ଅଭିଯୋଗ ଆସିଛି ଯେ, ଏହି ମେଡିକାଲ ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଇନଥିଲେ କାରଣ ସେ ମୁସଲିମ ଥିଲେ । ଫଳରେ ମହିଳା ଜଣଙ୍କ ଆମ୍ବୁଲାନ୍ସରେ ହିଁ ସନ୍ତାନକୁ ଜନ୍ମ ଦେଇଥିଲେ । ମାତ୍ର ର୍ଦୁଭାଗ୍ୟର ବିଷୟ ଏହା ଯେ ଜନ୍ମର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା ।
ଏହି ଘଟଣା ପରେ ଭରତପୁର ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିବା ବେଳେ ମହିଳାଜଣଙ୍କ ଅନ୍ୟ ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ରାଜସ୍ଥାନର ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଏହି ଘଟଣାକୁ ଲଜ୍ୟାଜନକ କହିଥିବାବେଳେ ଏହି ଘଟଣାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ସେ କହିଛନ୍ତି ତବଲିଗୀ ଜମାତକୁ ନେଇ ଦେଶର ଚିନ୍ତା ବଢିଛି । କିନ୍ତୁ ଏହାର ମାନେ ନୁହେଁ କି ମୁସଲିମ ସମାଜ ସହ ଏଭଳି ବ୍ୟବହାର କରାଯିବ । ଏହି ଘଟଣାରେ ସମ୍ପୃକ୍ତ ଥିବା ଡାକ୍ତରଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।