ETV Bharat / bharat

300 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଉଦଘାଟନ କଲେ ସିଏମ ଯୋଗୀ

author img

By

Published : Sep 7, 2020, 3:21 PM IST

300 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋମବାର ଯୋଗୀ ନିଜ ଘର ଗୋରଖପୁରରେ କୋଭିଡ ହସ୍ପିଟାଲର ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ...

300 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଉଦଘାଟନ କଲେ ସିଏମ ଯୋଗୀ
300 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଉଦଘାଟନ କଲେ ସିଏମ ଯୋଗୀ

ଲକ୍ଷ୍ନୌ: 300 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋମବାର ଯୋଗୀ ନିଜ ଘର ଗୋରଖପୁରରେ କୋଭିଡ ହସ୍ପିଟାଲର ଉଦଘାଟନ କରିଛନ୍ତି। ଜିଲ୍ଲାର ବିଆରଡି ମେଡିକାଲ କଲେଜର ଶିଶୁ ଚିକିତ୍ସା ପ୍ରତିଷ୍ଠାନରେ 300 ଶଯ୍ୟା ବିଶିଷ୍ଟ ଲେବୁଲ -3 କୋଭିଡ ହସ୍ପିଟାଲର ଉଦଘାଟନ ହୋଇଛି। ଫଳରେ କୋରୋନା ଚିକିତ୍ସା ପାଇଁ ସୁବିଧା ହେବ । ତେବେ ଏହି 300 ଶଯ୍ୟା ଭିତରୁ CU ର 100 ଶଯ୍ୟା, 6 PICU ଏବଂ 6 NICU ଶଯ୍ୟା ରହିଛି ।

ହସ୍ପିଟାଲରେ 4ଟି ଅପରେସନ୍ ଥିଏଟର ସହ 200 ଆଇସୋଲେସନ ୱାର୍ଡ ଅଛି । ଏହା ସହିତ ମାଇକ୍ରୋବାୟୋଲୋଜି ବିଭାଗରେ ବାୟୋସେଫ୍ଟି ଲ୍ୟାବ୍ (ବିଏସ୍ଏଲ୍) ଲେବୁଲ- 3 ଏବଂ ପ୍ଲାଜମା ଥେରାପି ମଧ୍ୟ ଆରମ୍ଭ କରାଯାଇଛି। ଏଥିରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉଦ୍ୟମକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସିଏମ୍ ଯୋଗୀ ।

ସିଏମ୍ ଏହା ମଧ୍ୟ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେବା ଉଚିତ୍। କ’ଣ ବନ୍ଦ ରହିବ ଏବଂ କ’ଣ ଖୋଲା ରହିବ, ସେନେଇ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ସିଏମ୍ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.