ETV Bharat / bharat

ସ୍ପଷ୍ଟ ଶୁଭିବ ସ୍ବର, ଗୁଗଲ ମିଟ୍ ଆଣିଛି ଶବ୍ଦ ନିୟନ୍ତ୍ରଣ ଟେକ୍ନୋଲୋଜି

ଭାରତ ସହ ଆଗାମୀ ଦିନରେ ଅଷ୍ଟ୍ରେଲିଆ, ବ୍ରାଜିଲ, ଜାପାନ, ନ୍ୟୁଜିଲାଣ୍ଡ ପାଇଁ ଏହି ଫିଚର ଆଣିବ ଗୁଗଲ । ଏହି ସଫ୍ଟୱେର ସମ୍ପର୍କରେ ଏପ୍ରିଲରେ ଘୋଷଣା କରାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Jul 5, 2020, 3:25 AM IST

ସ୍ପଷ୍ଟ ଶୁଭିବ ସ୍ବର, ଗୁଗଲ ମିଟ୍ ଆଣିଛି ଶବ୍ଦ ନିୟନ୍ତ୍ରଣ ଟେକ୍ନୋଲୋଜି
ସ୍ପଷ୍ଟ ଶୁଭିବ ସ୍ବର, ଗୁଗଲ ମିଟ୍ ଆଣିଛି ଶବ୍ଦ ନିୟନ୍ତ୍ରଣ ଟେକ୍ନୋଲୋଜି

ହାଇଦ୍ରାବାଦ: ଏବେ ଯାଏଁ ହେଡଫୋନ୍ ଏବଂ ଇୟରଫୋନରେ ଶବ୍ଦ ନିୟନ୍ତ୍ରଣ ଟେକ୍ନୋଲୋଜି ବ୍ୟବହାର ହେଉଥିଲା । ଏବେ ତାହାକୁ ଭିଡିଓ କଲିଂରେ ମଧ୍ୟ ବ୍ୟବହାର କରିହେବ ବୋଲି ଖବର ରହିଛି । ଏହା ଅନୁସାରେ ଗୁଗଲ ମିଟ୍ ନିଜ ଭିଡିଓ କନଫରେନ୍ସିଂ ଆପ୍ ସୁଧାରିବା ପାଇଁ ଏପରି ନିଷ୍ପତ୍ତି ନେଇଛି । ଏବେ ଭିଡିଓ କଲରେ ଏହି ସଫ୍ଟୱେର ବ୍ୟବହାର କରିବାକୁ ଯାଉଛି ଗୁଗଲ ।

ଗୁଗଲ ମିଟ୍ ପକ୍ଷରୁ ଟିମ୍ ଭିଡିଓ କନଫରେନ୍ସିଂରେ ଏହି ସଫ୍ଟୱେର ବ୍ୟବହାର କରିବାକୁ ସ୍ଥିର କରାଯାଇଛି । ଜଣେ ୟୁଜର୍ସ କଥା ହେବାବେଳେ ବ୍ୟାକଗ୍ରାଉଣ୍ଡରେ ଅନେକ ଶବ୍ଦ ଆସିଥାଏ । ବର୍ତ୍ତମାନ ଲକଡାଉନ ଯୋଗୁଁ ଅନେକ ଲୋକ ଘରୁ କାମ କରୁଥିବାବେଳେ ଏହି ସମସ୍ୟା ଅଧିକ ରହିଛି । ସେଥିପାଇଁ ଗୁଗଲ ପକ୍ଷରୁ ଏପରି ନୂଆ ଉପାୟ ଆପଣାଯାଇଛି । କେହି ୟୁଜର୍ସ କଥା ହେବା ସମୟରେ ପଛପଟୁ ଆସୁଥିବା ଶବ୍ଦ ନିୟନ୍ତ୍ରଣ କରିବାକୁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ଯାଉଛି ଗୁଗଲ । ମିଟ୍ ଦ୍ବାରା ଏହାର ଶୁଭାରମ୍ଭ କରିବ କମ୍ପାନୀ । ତେବେ ଏହି ସଫ୍ଟୱେର ସମ୍ପର୍କରେ ଏପ୍ରିଲରେ ଘୋଷଣା କରାଯାଇଥିଲା । ଏହାପରେ ସାରା ବିଶ୍ବରେ ଏହାକୁ ଲାଗୁ କରାଯାଇଥିଲା ଯାହା ଏବେ ଭାରତୀୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଛି ।

ଭାରତ ସହ ଆଗାମୀ ଦିନରେ ଅଷ୍ଟ୍ରେଲିଆ, ବ୍ରାଜିଲ, ଜାପାନ, ନ୍ୟୁଜିଲାଣ୍ଡ ପାଇଁ ଏହି ଫିଚର ଆଣିବ ଗୁଗଲ । ଏହାର ବ୍ୟବହାର ପାଇଁ ମିଟରେ ଡାହାଣ ପଟେ ତଳେ ଥିବା 3ଟି ବିନ୍ଦୁରେ କ୍ଲିକ୍ କରନ୍ତୁ । ଏଥିରେ ସେଟିଙ୍ଗ ବଟନ୍ ଦବାନ୍ତୁ । ଏହାପରେ ଅଡିଓ ସେଟିଙ୍ଗରେ ନୋଏଜ କ୍ୟାନସେଲେସନ ବଟନ୍ ଚିପି ଆପଣ ନିଜ ମିଟିଂ ଅବା ଭିଡିଓ ବ୍ୟବହାର କରନ୍ତୁ । ଏହି ଟେକ୍ନୋଲୋଜି ଦ୍ବାରା ଆପଣ କଥା ହେବା ସମୟରେ ବ୍ୟାକଗ୍ରାଉଣ୍ଡରେ ଯେତେ ଶବ୍ଦ ଆସିଲେ ମଧ୍ୟ ସେଥିରେ କୌଣସି ପ୍ରକାର ସମସ୍ୟା ହେବ ନାହିଁ । ଏହାସହ ଅପର ପାର୍ଶ୍ବରେ ଥିବା ଲୋକ ଆପଣଙ୍କ କଥା ସ୍ପଷ୍ଟ ଶୁଣିପାରିବ । ବର୍ତ୍ତମାନ ଲକଡାଉନରେ ଗୁଗଲ ମିଟର ଚାହିଦା ବଢିଥିବାରୁ ଏହା ଉପରେ ଅଧିକ ଗୁରୁତ୍ବ ଦେଉଛି ଗୁଗଲ । ଏଥିରେ ନୂଆ ନୂଆ ଫିଚର ଅପଡେଟ୍ କରୁଛି କମ୍ପାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.