ETV Bharat / bharat

ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଗଲ ଦେବେ କୋରୋନା ଆକ୍ରାନ୍ତଙ୍କ ସମସ୍ତ ତଥ୍ୟ - ଗୁଗଲ ମ୍ୟାପ

ଗୁଗଲ ମ୍ୟାପ ସ୍ବାସ୍ଥ୍ୟ ଅଧିକାରୀ ଅର୍ଥାତ ଡାକ୍ତର ଓ ନର୍ସଙ୍କୁ ଏହି ତଥ୍ୟ ପ୍ରଦାନ କରିବ । ଏହା ଫଳରେ ସମସ୍ତ ବ୍ୟବହାରକାରୀଙ୍କ ସମ୍ବନ୍ଧରେ ଜାଣିପାରିବେ ସ୍ବାସ୍ଥ୍ୟ କର୍ମଚାରୀ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଗଲ ଦେବେ କୋରୋନା ଆକ୍ରାନ୍ତଙ୍କ ସମସ୍ତ ତଥ୍ୟ

author img

By

Published : Apr 3, 2020, 7:34 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସାରା ବିଶ୍ବ ଏକାଠି ହୋଇଛି । ଏହି ଅବସରରେ ବିଶ୍ବର ବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ନୂଆ ପଦକ୍ଷେପ ବାହାର କରିଛି । ଏବେ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ୟୁଜର୍ସ ଲୋକେସନ ଡାଟା ଦେବେ ଗୁଗଲ । ଗୁରୁବାର ବିଳମ୍ବିତ ରାତିରେ ଏହି ନୂଆ ପ୍ରଣାଳୀ ବାହାରିଛି ।

ଏହା ଅନୁସାରେ ଗୁଗଲ ମ୍ୟାପ ସ୍ବାସ୍ଥ୍ୟ ଅଧିକାରୀ ଅର୍ଥାତ ଡାକ୍ତର ଓ ନର୍ସଙ୍କୁ ଏହି ତଥ୍ୟ ପ୍ରଦାନ କରିବ । ଏହା ଫଳରେ ସମସ୍ତ ବ୍ୟବହାରକାରୀଙ୍କ ସମ୍ବନ୍ଧରେ ଜାଣିପାରିବେ ସ୍ବାସ୍ଥ୍ୟ କର୍ମଚାରୀ । ଏହାସହ କୌଣସି କୋରୋନା ଆକ୍ରାନ୍ତଙ୍କ ସମସ୍ତ ଗସ୍ତର ତଥ୍ୟ ସହ କେଉଁମାନଙ୍କ ସହ ସେ ମିଶିଛନ୍ତି ଏବଂ କେଉଁ କେଉଁ ଜାଗା ଯାଇଛନ୍ତି ତାହାର ତଥ୍ୟ ମଧ୍ୟ ମିଳିପାରିବ । ସବୁ ସୁସ୍ଥ ଓ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଗୁଗଲ ମ୍ୟାପ ଦ୍ବାରା ପାଇହେବ । ତେବେ କେବଳ ଏହା ସ୍ବାସ୍ଥ୍ୟ ଅଧିକାରୀଙ୍କ ପାଇଁ ଉପଲବ୍ଧ ।

ଏପରିକି ଲକ୍ଷଣ ଦେଖାଯିବା ପରେ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କ ଚଳପ୍ରଚଳର ସମସ୍ତ ତଥ୍ୟ ମଧ୍ୟ ଏଥିରୁ ମିଳିପାରିବ । କୌଣସି ସର୍ବସାଧାରଣ ଜାଗା, ପାର୍କ, ଦୋକାନ ଯେଉଁଠିକୁ ବି ସମ୍ପୃକ୍ତ ୟୁଜର୍ସ ଯାଇଥିବେ ତାହାର ତଥ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଗଲ ଦେବ । ଫଳରେ ସଂକ୍ରମିତ ବ୍ୟକ୍ତି କାହା ସହ ମିଶିଛନ୍ତି କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇହେବ । ଏଥିପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଗଲର କୋଭିଡ 19 କମ୍ୟୁନିଟି ମୋବିଲିଟି ରିପୋର୍ଟସ ୱେବସାଇଟରେ ନିଜ ଦେଶ ସିଲେକ୍ଟ କରି ଏହି ତଥ୍ୟ ପାଇପାରିବେ ।

ଏହି ରିପୋର୍ଟ ଏବେ ଭାରତ ସମେତ 131ଟି ଦେଶ ପାଇଁ ଉପଲବ୍ଧ ଅଛି । ଆଗାମୀ ଦିନରେ ଏଥିରେ ଅଧିକ ଦେଶଙ୍କୁ ସାମିଲ କରାଯିବର ଯୋଜନା ରହିଛି ବୋଲି ଗୁଗଲ ମ୍ୟାପର ବରିଷ୍ଠ ଉପସଭାପତି ଜେନ ଫିଟଜପାଟ୍ରିକ କହିଛନ୍ତି । ଏଥିରେ ସଂପୃକ୍ତ ଲୋକଙ୍କ ଗସ୍ତର ଏକ ହାରାହାରି ସୂଚନା ମିଳିବ । ନିର୍ଦ୍ଦିଷ୍ଟ ଗସ୍ତର କୌଣସି ସୂଚନା ମିଳିବା କଷ୍ଟକର ହୋଇପଡିବ । ସେହିପରି 48ରୁ 72 ଘଣ୍ଟା ଆଗର ସୂଚନା ସହ ଅନେକ ସପ୍ତାହର ଫଳାଫଳ ଦେଖାଇବ । ଏହାଦ୍ବାରା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅନେକ ସୁବିଧା ମିଳିବା ସହ ସେମାନଙ୍କ କାମ ସହଜ ହୋଇଯିବ ବୋଲି ଜେନ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.