ETV Bharat / bharat

କେରଳ ବିମାନବନ୍ଦରରୁ 12 ଲକ୍ଷ ଟଙ୍କାର ସୁନା ଜବତ

author img

By

Published : Oct 27, 2020, 11:10 AM IST

କେରଳର ବିମାନବନ୍ଦରୁ 245ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ । ଘଟଣାରେ ଜଣେ ଯାତ୍ରୀ ଅଟକ । ଅଧିକ ପଢନ୍ତୁ...

Gold worth Rs 12 lakh seized in Karipur
କେରଳ ବିମାନବନ୍ଦରରୁ 245ଗ୍ରାମ ସୁନା ଜବତ

ଥିରୁଅନନ୍ତପୁରମ: ବଢୁଛି ବିମାନରେ ଚୋରାରେ ସୁନା ଚାଲାଣ କାରବାର । କେରଳର ମାଲାପୁରମର କାରିପୁର ବିମାନବନ୍ଦରରୁ 245ଗ୍ରାମର ସୁନା ଜବତ ହୋଇଛି । ଜବତ ସୁନାର ମୂଲ୍ୟ 12ଲକ୍ଷରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି ।

ସୋମବାର ଦୁବାଇରୁ କେରଳ ଆସୁଥିବା ଏକ ବିମାନରୁ 245ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ । ଆକାରରେ ଗୋଟିଏ ସୁନା ବଙ୍କା ରଡ୍ ଭଳି ହୋଇଥିବା ବେଳେ ଆଉ ଗୋଟିଏ ମୋଟା ଝିଞ୍ଜୁର ଭଳି ରହିଥିଲା । ଜବତ ସୁନାର ଆନୁମାନିକ ମୂଲ୍ୟ 12ଲକ୍ଷରୁ ଅଧିକ ହେବ ବୋଲି କହିଛି ବିଭାଗ ।

ଦୁବାଇରୁ ହାମସା ନାମକ ଜଣେ ବ୍ୟକ୍ତି ଚୋରାରେ ସୁନା ଆଣୁଥିବା ଜଣା ପଡିଛି । ସେ ଦୁବାଇରୁ କେରଳ ନିଜ ଘର କାସାଗୋଡକୁ ଫେରୁଥିଲେ । ପୋଲିସ ଘଟଣାରେ ହାମସାଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.