ETV Bharat / bharat

କେରଳ ସୁନା ଚୋରି ମାମଲା; ସ୍ବପ୍ନା ସୁରେଶଙ୍କ ସହ 7 ଥର ୟୁଏଇ ଗସ୍ତ କରିଥିଲେ ଏମ.ଶିବାଶଙ୍କର

author img

By

Published : Dec 30, 2020, 6:49 AM IST

ଚଳିତ ବର୍ଷର ବଡ ସ୍କାମ ମଧ୍ୟରୁ କେରଳ ସୁନା ତସ୍କରୀ ଏକ ବଡ ଘଟଣା । ଏହି ଘଟଣାର ତଦନ୍ତ କରୁଥିବା କଷ୍ଟମ ବିଭାଗ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ନିକଟରେ ଏକ ରିପୋର୍ଟ ଦାଖଲ କରିଛି । ଅଧିକ ପଢନ୍ତୁ...

ସ୍ବପ୍ନା ସୁରେଶଙ୍କ ସହ 7 ଥର ୟୁଏଇ ଗସ୍ତ କରିଥିଲେ ଏମ. ଶିବାଶଙ୍କର

କୋଚି: କେରଳ ସୁନା ଚୋରୀ ଘଟଣାରେ ବଡ ଖୁଲାସା । ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ସହ 7 ଥର ୟୁଏଇ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସେକ୍ରେଟାରୀ ଏମ. ଶିବାଶଙ୍କର । କଷ୍ଟମ ବିଭାଗର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ ରେ ଦାଖଲ ରିପୋର୍ଟରୁ ଜଣାପଡିଛି । ଏହି ଗସ୍ତ ବେଳେ ଉଭୟ 5 ତାରକା ହୋଟେଲରେ ରହୁଥିଲେ । ଏହି ସବୁର ଖର୍ଚ୍ଚ ଶିବାଶଙ୍କର ନିଜେ ଉଠାଇଥିଲେ ।

ସେପଟେ, ଶିବାଶଙ୍କରଙ୍କ ଗସ୍ତ ବିଷୟରେ କେହି ଜାଣିନଥିଲେ । ଗୋଟିଏ ଦେଶକୁ ବାରମ୍ବାର ଗସ୍ତ କରିବା ଏକ ଅସ୍ବଭାବିକ ଘଟଣା ବୋଲି କହିଛନ୍ତି ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ।

ଦାଖଲ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଶିବଶଙ୍କର ସାହାଯ୍ୟରେ ଅଭିଯୁକ୍ତଙ୍କ ଦ୍ବାରା କରାଯାଇଥିବା ସୁନା ଚୋରା କାରବାର ଭାରତ ଓ ୟୁଏଇର ସମ୍ପର୍କକୁ ପ୍ରଭାବତି କରିଛି । ୟୁଏଇ ହେଉଛି ଏମିତି ଦେଶ ଯିଏ ବହୁ ସଂଖ୍ୟକ ଭାରତୀୟ ନିଯୁକ୍ତି କରିଛି ।

ସୁନା ଚୋରୀ ଘଟଣା ସାମ୍ନାକୁ ଆସିବା ପରେ, ଥିରୁବନନ୍ତପୁରମରେ ୟୁଏଇ କନସୁଲଟେକୁ ସ୍ଥଗିତ ରଖାଯାଇଛି । ଗଲ୍ଫ ଦେଶର ସହିତ ଭଲ ସମ୍ପର୍କର ରକ୍ଷଣାବେକ୍ଷଣ ପାଇଁ ଏପରି ଘଟଣା ଅନୁକୂଳ ଦର୍ଶାଇ ଏହାକୁ ଏବେ ବନ୍ଦ ରଖାଯାଇଛି ।

ସୁନା ଚୋରୀ ଘଟଣା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଓ କଷ୍ଟମ ବିଭାଗ ତଦନ୍ତ କରୁଛି । ଏହି ଘଟଣାଟି ଜୁନ 30ରେ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଡିପ୍ଲୋମାଟିକ କନସାଇମେଣ୍ଟରେ 30 କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ କରି ଏହି ସୁନା ଜବତ କରିଥିଲା। ଯାହାକି ବେଆଇନ ଅଟେ । ଏହାପରେ ସୁନା ତସ୍କରିକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

ଜବତ ହୋଇଥିବା ସୁନା ୟୁଏଇ ଦୂତବାସ ନାଁରେ ପଞ୍ଜୀକରଣ ହୋଇଥିଲା । ଏହାପରେ କଷ୍ଟମ ବିଭାଗ ଦୂତାବସର ଜଣେ ପୂର୍ବତନ କର୍ମଚାରୀଙ୍କୁ ପଚରାଉଚରା କରିବାରୁ ଏହି ମାମଲାରେ ମାଷ୍ଟର ମାଇଣ୍ଡ କେରଳ ସରକାରଙ୍କ ଆଇଟି ବିଭାଗର ସଚିବ ସ୍ବପ୍ନା ସୁରେଶ ବୋଲି ଜଣାପଡିଥିଲା। ଅଭିଯୋଗ ଆସିବା ପରେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ସ୍ବପ୍ନାଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.