ETV Bharat / bharat

ଗୋଧ୍ରା ଦଙ୍ଗା: ମୋଦିଙ୍କୁ କ୍ଲିନଚିଟ୍ ଦେଲା ନାନାବତୀ କମିଶନ - ଗୋଧ୍ରାକାଣ୍ଡରେ ମୋଦିଙ୍କୁ ମିଳିଲା କ୍ଲିନଚିଟ୍

2002 ମସିହା ଗୁଜୁରାଟ ଗୋଧ୍ରା କାଣ୍ଡକୁ ନେଇ ଗଠିତ ନାନାବତୀ କମିଶନ ରିପୋର୍ଟ ଉପସ୍ଥାପନ ହୋଇଛି । ଏଥିରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ ମିଳିଛି ।

godhra kand final report
ଗୋଧ୍ରା କାଣ୍ଡ: ଦୋଷମୁକ୍ତ ମୋଦି
author img

By

Published : Dec 11, 2019, 4:33 PM IST

Updated : Dec 11, 2019, 6:17 PM IST

ଗାନ୍ଧୀନଗର: 2002 ମସିହା ଗୁଜୁରାଟ ଗୋଧ୍ରା କାଣ୍ଡକୁ ନେଇ ଗଠିତ ନାନାବତୀ କମିଶନ ରିପୋର୍ଟର ଦ୍ବିତୀୟ ଭାଗ ବୁଧବାର ବିଧାନସଭାରେ ଉପସ୍ଥାପନ ହୋଇଛି । ଏଥିରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ ମିଳିଛି । ଏହି କମିଟି 2008 ସେପ୍ଟେମ୍ବରରେ ଗୋଧ୍ରା କାଣ୍ଡର ପ୍ରାଥମିକ ରିପୋର୍ଟ ଉପସ୍ଥାପନ କରିଥିଲେ ।

ଗୋଧ୍ରା କାଣ୍ଡ: ଦୋଷମୁକ୍ତ ମୋଦି

ସୂଚନା ଥାଉକି, 2002 ଫେବୃଆରୀ 27 ସାବରମତୀ ଏକ୍ସପ୍ରେସରେ 59 ଜଣ କାରସେବାୟତଙ୍କୁ ନିଆଁ ଲଗାଇ ଜିଅନ୍ତା ଜାଳି ଦିଆଯାଇଥିଲା । ଘଟଣାର ପ୍ରତିକ୍ରିୟା ସ୍ବରୁପ ଗୁଜୁରାଟରେ ଦଙ୍ଗା ଆରମ୍ଭ ହୋଇଥିଲା । ଏହାର ଯାଞ୍ଚ ପାଇଁ 2002 ମାର୍ଚ୍ଚରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟରେ ସେବାନିବୃତ୍ତ ବିଚାରପତି ଜିଟି ନାନାବତୀଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରାଯାଇଥିଲା । ବିଚାରପତି କେଜି ଶାହ କମିଶନର ଦ୍ବିତୀୟ ସଦସ୍ୟ ଥିଲେ । 2009 ରେ ଶାହଙ୍କ ନିଧନ ହେବା ପରେ ଅକ୍ଷୟ ମେହତା ଏହି କମିଶନର ସଦସ୍ୟ ହେଲେ ।

ଆରମ୍ଭରୁ ଆୟୋଗକୁ ସାବରମତୀ ଏକ୍ସେପ୍ରେସରେ ଅଗ୍ନିକାଣ୍ଡ ସହ ଜଡିତ ତଥ୍ୟ ଏବଂ ଘଟଣାବଳୀକୁ ଯାଞ୍ଚ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ 2002 ଜୁନରେ ଆୟୋଗକୁ ଗୋଧ୍ରା କାଣ୍ଡ ପରେ ଆରମ୍ଭ ହୋଇଥିବା ଦଙ୍ଗାର ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଗଲା । ପ୍ରଥମେ ଉପସ୍ଥାପନା କରାଯାଇଥିବା ରିପୋର୍ଟରେ ସାବରମତୀ ଏକ୍ସପ୍ରେସ ବଗି ସଂଖ୍ୟା 6 ରେ ଅଗ୍ନିକାଣ୍ଡର କାରଣ ଷଡ଼ଯନ୍ତ୍ର ଥିଲା ବୋଲି ଆୟୋଗ ପ୍ରମାଣ କରିଥିଲା ।

ତେବେ ବିଧାନସଭାରେ ଏହି ମାମଲାରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ରାଜ୍ୟ କ୍ୟାବିନେଟକୁ କ୍ଲିନଚିଟ୍ ମିଳିଛି ବୋଲି ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଟ୍ରେନ ଅଗ୍ନିକାଣ୍ଡ ଘଟଣା ଏବଂ ତା ପରେ ଆଉ ଏକ ଦଙ୍ଗା ହୋଇଥିବା ଘଟଣାକୁ ନେଇ ରାଜ୍ୟସରକାର ଷଡ଼ଯନ୍ତ୍ର କରିଥିଲେ ବୋଲି ଯେଉଁ ଦୋଷାରୋପ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭୁଲ ଥିଲା ବୋଲି ଏହି ରିପୋର୍ଟରେ ସ୍ପଷ୍ଟ ହୋଇଛି ।

Intro:Body:

final Investigation report of 2002 Godhra riots presented in Gujarat Vidhan Sabha. Former Gujarat CM and current PM narendra modi and others get clean chit.

Ahmedabad: Nanavati-Mehta report on Godhra train accident-2 submitted to Gujarat assembly

Clean Cheat to Narendra Modi of nanavati-Mehta Godhra train accident Report

godhra kand report on table-after 17 years in gujarat assembly winter session

nanavati commission report narendra modi gets clean chit 3 ips officer played negative role in 2002 gujarat riots

Conclusion:
Last Updated : Dec 11, 2019, 6:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.