ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ଜନଜୀବନ ପ୍ରଭାବିତ । ଚାରି ଆଡେ ଅଘୋଷିତ କର୍ଫ୍ୟୁ ଜାରି ହେଲା ଭଳି ପରିସ୍ଥିତି । କୋରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । କୋରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଗୋ-ଏୟାର ମଙ୍ଗଳବାର ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ଥଗିତ ରଖିଛି ।
17 ମାର୍ଚ୍ଚ -15 ଏପ୍ରିଲ ଯାଏଁ ସମସ୍ତ ଆନ୍ତର୍ଜାତୀୟ କାର୍ଯ୍ୟକୁ ସାମୟିକ ଭାବରେ ସ୍ଥଗିତ ରଖିଥିବା କହିଛି ଗୋ-ଏୟାର ଏହାସହ ଗୋ-ଏୟାର ଏହାର ଅନେକ କର୍ମଚାରୀଙ୍କୁ ଛୁଟିରେ ଯିବା ପାଇଁ ମଧ୍ୟ କହିଛି । ଏହି ଭୂତାଣୁର ଦ୍ରୁତ ବ୍ୟାପିବା, ଯାହା ସାରା ବିଶ୍ବରେ 7,000 ରୁ ଅଧିକ ଲୋକ ପ୍ରାଣ ହରାଇଛି । ସରକାର ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଗ୍ରାହକମାନେ ବୁକିଂ କରିବା ବନ୍ଦ କରିଦେଇଛନ୍ତି |
ଏଠାରେ ସୂଚନା ଯୋଗ୍ୟ, ସାରା ବିଶ୍ବରେ 162 ଦେଶରେ କୋରୋନା ଆତଙ୍କ । ପାଖାପାଖି 186966 କୋରୋନା ଭାଇରସ କେସ ସାମ୍ନାକୁ ଆସିଥିବା ବେଳେ ବିଶ୍ବରେ ମୋଟ 7411 ଜଣ ପ୍ରାଣ ହରାଇଛନ୍ତି । ଏହାସହ 80836 ଜଣ କୋରୋନାରୁ ଆରୋଗ୍ୟ ମଧ୍ୟ ହୋଇଛନ୍ତି ।