ETV Bharat / bharat

ଗୋଆରେ ହଟିବ ଲକଡାଉନ, ଅଗଷ୍ଟ 10 ଯାଏଁ ଜାରି ରହିବ ରାତ୍ରକାଳୀନ କର୍ଫ୍ୟୁ

ଗୋଆରୁ ହଟିବ ଲକଡାଉନ । ହେଲେ,ମୋରମୁଗାଓଁ ତଲୁକାରେ ଜାରି ରହିବ କଟକଣା । ବାକି ସ୍ଥାନରେ ଅଗଷ୍ଟ 10 ଯାଏଁ ରାତ୍ରକାଳୀନ କର୍ଫ୍ୟୁ । ଅଧିକ ପଢନ୍ତୁ....

author img

By

Published : Jul 20, 2020, 7:04 AM IST

Goa to lift lockdown; night curfew to continue
ଗୋଆରୁ ହଟିବ ଲଡଡାଉନ, ଅଗଷ୍ଟ 10 ଯାଏଁ ଜାରି ରହିବ ରାତ୍ରୀକାଳିନ କର୍ଫ୍ୟୁ

ପାଣାଜୀ: ସୋମବାର ଶେଷ ହେଉଛି ଗୋଆର ଲକଡାଉନ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜୁଲାଇ 17ରୁ 20ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ କଟକଣା ଜାରି କରିଥିଲେ । କଟକଣା ଉଠାଯାଇଥିଲେ ମଧ୍ୟ ରାତ୍ରକାଳୀନ କର୍ଫ୍ୟୁ ଅଗଷ୍ଟ 10 ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ଗୋଆ ସରକାରଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ତେଲରେ ପ୍ରକାଶ ପାଇଛି ।

ତେବେ ରାଜ୍ୟର ମୋରମୁଗୋଆରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 1,425 ରହିଥିବା ବେଳେ 19 ଟି ସକ୍ରିୟ ମାମଲା ରହିଛି । ତେଣୁ ସରକାର ସଂକ୍ରମଣକୁ ରୋକିବାକୁ ମୋରମୁଗାଓଁ ତଲୁକାରେ ଜୁଲାଇ 24 ସକାଳ 6ଟା ପର୍ଯ୍ୟନ୍ତ ଲକଡାଉନ କଟକଣା ଜାରି ରଖିବେ ବୋଲି ନିଷ୍ପତି ନେଇଛନ୍ତି । ପଜେଟିଭ ମାମଲା ଅଧିକ ଥିବାରୁ ମୋରମୁଗାଓଁ ତଲୁକା ଏବେ କଣ୍ଟେନମେଣ୍ଟ ଜୋନରେ ରହିଛି ।

ସୌଜନ୍ୟ @ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.