ETV Bharat / bharat

କୋରୋନା ମୁକ୍ତ ଗୋଆକୁ ଗ୍ରହଣ କରିପାରୁନି କଂଗ୍ରେସ

ଗୋଆ କୋଭିଡ-19 ମୁକ୍ତ ରାଜ୍ୟ ବୋଲି ସରକାର ଘୋଷଣା କରିଛନ୍ତି । ହେଲେ ଏହି ଘୋଷଣାକୁ ଗ୍ରହଣ କରିପାରୁନି କଂଗ୍ରେସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Apr 22, 2020, 12:02 AM IST

କୋରୋନା ମୁକ୍ତ ଗୋଆକୁ ଗ୍ରହଣ କରିପାରୁନି କଂଗ୍ରେସ
କୋରୋନା ମୁକ୍ତ ଗୋଆକୁ ଗ୍ରହଣ କରିପାରୁନି କଂଗ୍ରେସ

ପାଣଜି: ସାରା ବିଶ୍ବକୁ କୋରୋନା ଗ୍ରାସ କରିଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣର ବୃଦ୍ଧିକୁ ନେଇ ଚିନ୍ତିତ ସଭିଏଁ । ହେଲେ ଏପରି ସ୍ଥିତିରେ ରାଜନୈତିକ ନେତା ମଧ୍ୟ ନିଜର ବିରୋଧୀ ଦଳକୁ ଆଙ୍ଗୁଳି ଉଠାଉବାକୁ କୌଣସି ସୁଯୋଗ ଛାଡୁନାହାଁନ୍ତି । ନିକଟରେ ଗୋଆ କୋଭିଡ-19 ମୁକ୍ତ ରାଜ୍ୟ ବୋଲି ସରକାର ଘୋଷଣା କରିଛି । ହେଲେ ଏହି ଘୋଷଣାକୁ ଗ୍ରହଣ କରିପାରୁନି କଂଗ୍ରେସ । ଗୋଆ କୋରୋନା ମୁକ୍ତ ଘୋଷଣାକୁ ବିରୋଧ କରିଛନ୍ତି ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରିଶ ଚନ୍ଦନକର । ସେ ଅଭିଯୋଗ କରିଛନ୍ତି ଯେ ଗୋଆ ସରକାର ରାଜ୍ୟବାସୀଙ୍କର ସଠିକ ଭାବେ କୋଭିଡ-19 ପରୀକ୍ଷଣ ନକରି କୋରୋନା ମୁକ୍ତ ରାଜ୍ୟ ବୋଲି ଘୋଷଣା କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭୁଲ ।

ଗୋଆର ଜନସଂଖ୍ୟା ପ୍ରାୟ 16 ଲକ୍ଷ । ସେମାନଙ୍କ ମଧ୍ୟରୁ କୋଭିଡ-19 ସଂକ୍ରମଣରେ 0.04 ପ୍ରତିଶତଙ୍କର ଜୀବନ ଗଲାଣି । ଗୋଆ କେବଳ 825 ଆକ୍ରାନ୍ତଙ୍କୁ କୋରୋନା ଟେଷ୍ଟ କରିଛି, ଯେତେବେଳେକି 2158 ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ଗିରିଶ ଚନ୍ଦନକର ପୁଣି କହିଛନ୍ତି, ଗୋଆ ମୁଖ୍ୟମନ୍ତ୍ରୀ ସମୁଦାୟ 16 ଲକ୍ଷ ଜନସଂଖ୍ୟା ମଧ୍ୟରୁ କେବଳ 7 ହଜାର ଲୋକଙ୍କ ନିକଟକୁ ସର୍ଭେ ପାଇଁ ପହଞ୍ଚିଥିଲେ । କେବଳ 3 ଦିନ ମଧ୍ୟରେ କେବଳ 5 ଲକ୍ଷ ଘରେ ସର୍ଭେ କରିଥିଲେ । ଏହା ସତ୍ତ୍ବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ମଙ୍ଗଳବାର ଟ୍ବିଟ କରି ଘୋଷଣା କରିଛନ୍ତି ଯେ ଗୋଆ ଏବେ କୋରୋନା ମୁକ୍ତ ରାଜ୍ୟ ପାଲଟିଛି । ବିଜେପି ସରକାରଙ୍କ ଏହି ତତ୍ପରତା ଗୋଆଙ୍କ ପାଇଁ ଚିନ୍ତାର ବିଷୟ ଅଟେ ।

ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ରବିବାର 7 ଜଣଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନେଗେଟିଭ ରିପୋର୍ଟ ଆସିଛି । ଏପ୍ରିଲ 3 ସୁଦ୍ଧା କୌଣସି ନୂତନ କୋରୋନା ମାମଲା ଆସିନାହିଁ । ମଙ୍ଗଳବାର ଶେଷ କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ମଧ୍ୟ ଆସିଛି, ଏହା ମଧ୍ୟ ନେଗେଟିଭ ରିପୋର୍ଟ ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି କୋଭିଡ-19 ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ବର୍ତ୍ତମାନ ଗୋଆକୁ କୋରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.