ETV Bharat / bharat

କୋରୋନା ମାନ୍ଦାବସ୍ଥାରୁ ବାହାରିବାକୁ ବିଶ୍ବ ଅର୍ଥନୀତିକୁ ଲାଗିବ ଅନେକ ସମୟ - recovery from COVID 19 crisis

କୋରୋନା ମହାମାରୀ କେବଳ ଲୋକଙ୍କ ସ୍ବାସ୍ଥ୍ୟ ନୁହେଁ ସେମାନଙ୍କ ପେସାଦାର ଜୀବନକୁ ମଧ୍ୟ କ୍ଷତି ପହଞ୍ଚାଇଛି । ଲୋକଙ୍କୁ ଚାକିରୀରୁ ଛଟେଇ କରାଯାଉଛି । ଅନେକ କମ୍ପାନୀ ନିଜର ବହୁତ ଶାଖା ବନ୍ଦ କରିଛନ୍ତି । ତେବେ କୋଭିଡ 19 ମାନ୍ଦାବସ୍ଥାରୁ ବାହାରିବାକୁ ବିଶ୍ବ ଅର୍ଥନୀତିକୁ ଲାଗିଯିବ ଅନେକ ସମୟ । ଅଧିକ ପଢନ୍ତୁ.....

କୋଭିଡ 19 ମାନ୍ଦାବସ୍ଥାରୁ ବାହାରିବାକୁ ବିଶ୍ବ ଅର୍ଥନୀତିକୁ ଲାଗିଯିବ ଅନେକ ସମୟ

author img

By

Published : Jun 11, 2020, 11:25 PM IST

ହାଇଦ୍ରାବାଦ: କୋବିଡ 19 ଯୋଗୁଁ ବିଶ୍ବ ଅର୍ଥନୀତିରେ ଦେଖାଦେଇଛି ମାନ୍ଦାବସ୍ଥା । ବିଶ୍ବର ବଡ ବଡ କମ୍ପାନୀ ବିପୁଳ କ୍ଷତି ସହିଛନ୍ତି । ଅନେକ ରାଷ୍ଟ୍ରରେ ଅର୍ଥନୀତି ଏକଦମ ଭୁଶୁଡି ପଡିଛି । ଏହାକୁ ଗତ ଶତାବ୍ଦୀର ଭୟଙ୍କର ଆର୍ଥିକ ସଙ୍କଟ ବୋଲି କୁହାଯାଇଛି ।

ଏହି ମହାମାରୀ କେବଳ ଲୋକଙ୍କ ସ୍ବାସ୍ଥ୍ୟ ନୁହେଁ ସେମାନଙ୍କ ପେସାଦାର ଜୀବନକୁ ମଧ୍ୟ କ୍ଷତି ପହଞ୍ଚାଇଛି । ଲୋକଙ୍କୁ ଚାକିରୀରୁ ଛଟେଇ କରାଯାଉଛି । ଅନେକ କମ୍ପାନୀ ନିଜର ବହୁତ ଶାଖା ବନ୍ଦ କରିଛନ୍ତି । ଓଇସିଡିର ସଦ୍ୟତମ ଅର୍ଥନୀତି ଆଉଟଲୁକ୍ ଅନୁସାରେ କୋଭିଡ 19ରେ ସୁଧାର ଆସିବା ପରେ ଏବେ ଅନେକ ଜାଗାରେ ଲକଡାଉନ କୋହଳ ହୋଇଛି । ଯାହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ । କାରଣ ଏହି ସମୟରେ ସ୍ବାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେବା ସହ ବ୍ୟକ୍ତିଗତ ଭାବେ ଲୋକଙ୍କୁ ଏବଂ ବ୍ୟବସାୟୀଙ୍କୁ ସମର୍ଥନ ଦେବା ଅତ୍ୟନ୍ତ ଜରୁରୀ । ଲକଡାଉନ ଜାରି କରି ସରକାର ଆକ୍ରାନ୍ତଙ୍କୁ ବାନ୍ଧି ଦେଇଛନ୍ତି । ଭୂତାଣୁ ବ୍ୟାପିବା କମ ହୋଇଛି । ହେଲେ ଏହାଦ୍ବାରା ଅର୍ଥନୀତି ଏକପ୍ରକାର ସ୍ଥିର ହୋଇଯାଇଛି । ଏହି ଅବସ୍ଥାରୁ ବାହାରିବାକୁ ବିଶ୍ବକୁ ପ୍ରାୟ ଅନେକ ବର୍ଷ ଲାଗିଯିବ ବୋଲି ଏଥିରେ ପ୍ରକାଶ ପାଇଛି ।

ଏବର୍ଷ ବିଶ୍ବ ଅର୍ଥନୀତି କାରବାର 6 ପ୍ରତିଶତ ହ୍ରାସ ପାଇଛି । ବେରୋଜଗାର 9.2 ପ୍ରତିଶତ ବୃଦ୍ଧି ପାଇଛି ଯାହା ଗତବର୍ଷ 5.4 ପ୍ରତିଶତ ଥିଲା । ଏହି ଲକଡାଉନ ଯଦି ଦ୍ବିତୀୟ ପର୍ଯ୍ୟାୟରେ ଲାଗୁ ହୁଏ ତେବେ ପରିସ୍ଥିତି ଆହୁରି ଖରାପ ହେବ ବୋଲି ଓଇସିଡି ପକ୍ଷରୁ ସୂଚନା ଦିଆଯାଇଛି । ୟୁରୋପର ଅର୍ଥନୀତି ଏହି ସମୟରେ ଅଧିକ ପ୍ରଭାବିତ ହୋଇଛି । ଏହାପରେ ଆମେରିକା ଓ ଜାପାନର ଜିଡିପିରେ ହ୍ରାସ ଘଟିଛି । ପୂର୍ବ ଆକଳନ ଅପେକ୍ଷା ବ୍ରାଜିଲ, ଋଷ, ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ରରେ ଜିଡିପିରେ ଅନେକ ହ୍ରାସ ଘଟିଛି । ଏହି ସମସ୍ତ ରାଷ୍ଟ୍ରରେ ସ୍ବାସ୍ଥ୍ୟାବସ୍ଥାରେ ବିପର୍ଯ୍ୟୟ ଅଧିକ ପ୍ରଭାବ ପକାଇଛି । ତେବେ ଭାରତ ଓ ଚୀନର ଅର୍ଥନୀତି ଉପରେ ସେତେ ଗୁରୁତର ପ୍ରଭାବ ପଡିନାହିଁ ।

ବିକଶିତ ରାଷ୍ଟ୍ର ମଧ୍ୟରେ ବ୍ରିଟେନ ଅଧିକ କ୍ଷତି ସହିଛି । ୟୁରୋପର ସମସ୍ତ ରାଷ୍ଟ୍ର ଏହି କୋରୋନା ଯୋଗୁଁ ବହୁତ ସମସ୍ୟା ଭୋଗିଛନ୍ତି । ବର୍ତ୍ତମାନ ପରିସ୍ଥିତି ଅନୁସାରେ ସମସ୍ତ ଦେଶରେ ନୂଆ ଉପାୟ ଆପଣାଇବାକୁ ଆଉଟଲୁକରେ ପରାମର୍ଶ ଦିଆଯାଇଛି । ଅର୍ଥନୀତି ସୁଧାରିବା ପାଇଁ ଏହାଠାରୁ ଉତ୍ତମ ଉପାୟ ଆଉ ନାହିଁ । କମ୍ପାନୀମାନଙ୍କୁ ନିଜ କର୍ମଚାରୀଙ୍କ ଉପରେ ଅଧିକ ନିର୍ଭର ହେବାକୁ ପଡିବ । ଅଧିକ ଉତ୍ପାଦ ପାଇଁ ସେମାନଙ୍କ ଉପରେ ଚାପ ରହିବ । ସେହିପରି ଦେଶମାନଙ୍କ ମଧ୍ୟରେ କାରବାର ଦ୍ରୁତ ଗତିରେ ବଢାଇବାର ଆବଶ୍ୟକ ରହିଛି । ପରସ୍ପର ସହ ବାଣିଜିକ କାରବାରରେ ଆଧୁନିକ ଓ ସ୍ମାର୍ଟ ପଦ୍ଧତି ଅବଲମ୍ବନ କରାଯିବା ଆବଶ୍ୟକ । କାରଣ ପୁରୁଣା ପ୍ରକ୍ରିୟାରେ ଚାଲିଲେ ସୁଧୁରିବାକୁ ଅନେକ ସମୟ ଲାଗିଯିବ । ଛୋଟ ଛୋଟ ବ୍ୟବସାୟକୁ ଗୁରୁତ୍ବ ଦେଇ ଏହାର ମହତ୍ତ୍ବ ବୁଝିବାକୁ ପଡିବ ବୋଲି ଆଉଟଲୁକରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.