ETV Bharat / bharat

କୋରୋନା କବ୍‌ଜାରେ ବିଶ୍ବ, 30 ହଜାର ଟପିଲା ମୃତ୍ୟୁସଂଖ୍ୟା

author img

By

Published : Mar 29, 2020, 10:10 AM IST

କୋରୋନା ପ୍ରଭାବରେ ସାରା ବିଶ୍ବରେ 6,60,000 ଆକ୍ରାନ୍ତ ଥିବା ବେଳେ 30,000 ଟପିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

କୋରୋନା କବଜାରେ ବିଶ୍ବ, 30 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ହାଇଦ୍ରାବାଦ: ବିଶ୍ବରେ ମହାମାରୀ କୋରୋନାର ଆତଙ୍କ ଜାରିରହିଛି । କୋରୋନା କବଜାରେ ଥିବା ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମହାମାରୀ ଭାଇରସ ପ୍ରଭାବରେ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା 30 ହଜାର ଟପି ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 63 ହଜାର 740ରେ ପହଞ୍ଚିଛି ।

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ କୋରୋନା କବଳରେ ରହିଛି । ଏଠାରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 2000 ଛୁଇଁଛି । ଏହାସହ ଆମେରିକା କୋରୋନା ପଜିଟିଭ ମାମଲାରେ ଚୀନ, ଇଟାଲୀ ଓ ସ୍ପେନକୁ ପଛରେ ପକାଇଁ ବିଶ୍ବର ସର୍ବାଧିକ କୋରୋନା ଆକ୍ରାନ୍ତ ଥିବା ଦେଶ ପାଲଟିଛି । ଆମେରିକାରେ 123,750 କୋରୋନାରେ ଆକ୍ରାନ୍ତ ଅଛନ୍ତି । କୋରୋନା ଯୋଗୁଁ ଆମେରିକାରେ ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ଦ୍ବିଗୁଣିତ ହୋଇଛି ।

ସେପଟେ କୋରୋନା ପ୍ରଭାବରେ ଇଟାଲୀରେ ମୃତ୍ୟୁ ସଂଖ୍ୟା 10 ହଜାର ପାର ହୋଇଯାଇଛି। ଶନିବାର ଗୋଟିଏ ଦିନରେ ହିଁ ଏଠାରେ 889 ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ଦିନ 969 ଜଣ କୋରୋନାରେ ପ୍ରାଣ ହରାଇଥିଲେ । ଏହା ଇଟାଲୀରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଖ୍ୟାର ରେକର୍ଡ ଭାଙ୍ଗିଥିଲା ।

ଇଟାଲୀ ପରେ ସ୍ପେନରେ କୋରୋନାର ବଡ ପ୍ରଭାବ ପଡିଛି । ଏଠାରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ 5982 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଠାରେ 73,235 ଲୋକ କୋରୋନାରେ ଆକ୍ରାନ୍ତ ଅଛନ୍ତି ।

ସେହିପରି ଜର୍ମାନୀରେ 433, ଫ୍ରାନ୍ସରେ 2314, ଇରାନରେ 2517, ଇଂଲଣ୍ଡରେ 1019 ସ୍ବିଜରଲାଣ୍ଡରେ 264 ଓ ନେଦରଲାଣ୍ଡରେ 639 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.