ETV Bharat / bharat

ବିଶ୍ବବ୍ୟାପୀ କୋରୋନା ଆକ୍ରାନ୍ତ 91 ଲକ୍ଷ 85 ହଜାର ପାର, ବଢୁଛି ସୁସ୍ଥ ହାର

ବିଶ୍ବରେ କୋରୋନା ସଂକ୍ରମଣ ୯୧ ଲକ୍ଷ ୮୫ ହଜାର ୯୭୩ରେ ପହଁଞ୍ଚିଛି। ସେହିପରି ଭାଇରସ ଯୋଗୁଁ ୪ ଲକ୍ଷ ୭୪ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।

author img

By

Published : Jun 23, 2020, 9:08 AM IST

ବିଶ୍ବବ୍ୟାପୀ କୋରୋନା ଆକ୍ରାନ୍ତ 91 ଲକ୍ଷ 85 ହଜାର, ବଢୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ବିଶ୍ବରେ ମାଡିଚାଲିଛି କୋରୋନା କାୟା। ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ହାର ମଧ୍ୟ ରେକର୍ଡ ଭଙ୍ଗା। ଜନ ହକପିନ୍ସ ବିଶ୍ବ ବିଦ୍ୟାଳୟର ସୂଚନା ଅନୁସାରେ ମଙ୍ଗଳବାର ରାତି ସୁଦ୍ଧା ବିଶ୍ବରେ କୋରୋନା ସଂକ୍ରମଣ ୯୧ ଲକ୍ଷ ୮୫ ହଜାର ୯୭୩ରେ ପହଁଞ୍ଚିଛି। ସେହିପରି ଭାଇରସ ଯୋଗୁଁ ୪ ଲକ୍ଷ ୭୪ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଭାଇରସ ସଂକ୍ରମଣର ବିସ୍ତାର ସହ ସୁସ୍ଥତା ହାର ମଧ୍ୟ ବଢୁଛି। ଏବେ ସୁଦ୍ଧା ୪୯ ଲକ୍ଷ ୨୧ ହଜାର ୩୮୦ ଜଣ ସୁସ୍ଥ ହୋଇଥିବା ବେଳେ ୩୭ ଲକ୍ଷ ୯୦ ହଜାର ୩୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୮୮୮ ଜଣ ଲୋକ ଗୁରୁତର ଅଛନ୍ତି ।

ମହାମାରୀରେ ପ୍ରଭାବିତ ଦେଶର ପ୍ରଥମ ତାଲିକାରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଏହାକୁ ଅନୁସରଣ କରି ବ୍ରାଜିଲ ତାର ପଛରେ ରହିଛି। ଆମେରିକାରେ 23 ଲକ୍ଷ 88 ହଜାର 153 ଜଣ ସଂକ୍ରମିତ ରହିଛନ୍ତି। 1 ଲକ୍ଷ 22 ହଜାର 610 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 10 ଲକ୍ଷ 2 ହଜାର 929 ଜଣ ସୁସ୍ଥ ହୋଇଥିବା ବେଳେ 12 ଲକ୍ଷରୁ ଉର୍ଦ୍ଧ୍ବ ସକ୍ରିୟ ମାମଲା ରହିଛି।

ବ୍ରାଜିଲରେ 11 ଲକ୍ଷ 11 ହଜାର 153 ସଂକ୍ରମିତ ରହିଥିବା ବେଳେ 51 ହଜାର 407 ଜଣଙ୍କ ମୃତ୍ୟୁ ହୋଇଛି। ରଷିଆ 5 ଲକ୍ଷ 92 ହଜାର 280 ଜଣ ସଂକ୍ରମିତ ଓ 8 ହଜାର 206 ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ଏହା ପଛକୁ ସ୍ପେନ, ପେରୁ, ଇଟାଲୀ,ଚିଲି, ଇରାନ ଓ ଜର୍ମାନୀ ଭଳି ଦେଶ ରହିଛି। ଯେଉଁମାନେ ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.