ଗାନ୍ଧୀନଗର: ଋତୁସ୍ରାବ ଚେକିଂ ପାଇଁ 68 ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲିବା ଘଟଣାରେ ପୋଲିସ 3ଜଣ ମହିଳାଙ୍କ ଉପରେ ମାମଲା ରୁଜୁ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି ।
ଗୁଜୁରାଟର ବୁଜରେ ଥିବା ଶହଜାନନ୍ଦ ମହିଳା କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଋତୁସ୍ରାବ ହୋଇଛି କି ନାହିଁ ଜାଣିବା ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ 68 ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲିବାକୁ କହିଥିଲେ । ଯାହାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଏଭଳି କାରନାମାକୁ ସହଜରେ ଗ୍ରହଣ କରିନଥିଲେ ଲୋକେ । ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଥିଲା ।
ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ ପଚରାଉଚୁରା କରୁଛି । ସେପଟେ ଏପରି ଘଟଣା ଛାତ୍ରୀଙ୍କ ମାନବାଧିକାର ଉଂଲ୍ଲଘନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ