ETV Bharat / bharat

କର୍ଣ୍ଣାଟକରେ ଲଜ୍ଜା: ସରକାରୀ ଡାକ୍ତରଖାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ - ନବାଳିକାଙ୍କୁ ଗଣଦୁଷ୍କର୍ମ ଖବର କର୍ଣ୍ଣାଟକ

କର୍ଣ୍ଣାଟକର ଏକ ସରକାରୀ ଡାକ୍ତରଖାନାରେ ମାଆଙ୍କ ଚିକିତ୍ସା ପାଇଁ ଥିବା ଏକ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

କର୍ଣ୍ଣାଟକର ଏକ ସରକାରୀ ଡାକ୍ତରଖାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

author img

By

Published : Dec 6, 2020, 8:27 PM IST

ବେଙ୍ଗାଲୁରୁ: ଡାକ୍ତରଖାନାରେ ମାଆର ଚିକିତ୍ସା ପାଇଁ ଆସିଥିବା ଏକ ନାବାଳିକାଙ୍କୁ ଗଣଦୁଷ୍କର୍ମ । ଡାକ୍ତରଖାନାର ଓ୍ବାର୍ଡବଏ ଏବଂ ତାର କିଛି ସାଙ୍ଗ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏଭଳି ଏକ ଘଟଣା କର୍ଣ୍ଣାଟକ ଶିବମୋଗା ସରକାରୀ ଡାକ୍ତରଖାନାରେ ଘଟିଛି । ଏନେଇ ପୋକ୍ସୋ ଆକ୍ଟ ଅନୁଯାୟୀ ମହିଳା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ କର୍ଣ୍ଣାଟକସ୍ଥିତ ଶିବମୋଗା ସରକାରୀ ଡାକ୍ତରଖାନାରେ ଗତ କିଛିଦିନ ହେବ ଜଣେ ମହିଳା ଚିକିତ୍ସିତ ହେଉଥିଲେ । ମହିଳାଙ୍କ ପାଖରେ ତାଙ୍କର ଜଣେ ନାବାଳିକା ଝିଅ ଯତ୍ନ ନେବାପାଇଁ ଡାକ୍ତରଖାନାରେ ରହୁଥିଲେ । ଏହି ସମୟରେ ଡାକ୍ତରଖାନାର ଓ୍ବାର୍ଡବଏ ମନୋଜ ନାବାଳିକାଙ୍କ ଉପରେ ଖରାପ ଦୃଷ୍ଟି ପକାଇଥିଲା । ଶନିବାର ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ସମସ୍ତ ହୋଟେଲ ବନ୍ଦ ରହିଥିଲା ।

ଏହାର ଫାଇଦା ନେଇ ମନୋଜ ଖାଇବା ଆଣିବାକୁ କହି ନାବାଳିକାଙ୍କୁ ଗାଡିରେ ବାହାରକୁ ନେଇଯାଇଥିଲା । ପରେ ମନୋଜ ଏବଂ ତାର 3 ଜଣ ସାଙ୍ଗ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏନେଇ ନାବାଳିକା ଜଣକ ତାଙ୍କ ମାଆଙ୍କୁ ଜଣାଇବା ପରେ ପୋକ୍ସୋ ଆକ୍ଟ ଆଧାରରେ ମହିଳା ଥାନାରେ ଏକ ଅଭିଯୋଗ କରାଯାଇଛି । ଅନ୍ୟପଟେ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇ ଥିବାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.