ETV Bharat / bharat

ପିତାଙ୍କୁ କିଡନୀ ଦେଇ ବଞ୍ଚାଇଲା ଝିଅ

ଅନେକ ଦିନରେ କିଡନୀ ରୋଗରେ ପୀଡିତ ଥିବା ବାପାଙ୍କ କଷ୍ଟ ସହି ପାରିନଥିଲା ଝିଅ। ତେଣୁ ସ୍ଥିର କରିଥିଲା ଯେ ବାପାଙ୍କୁ ନିଜ କିଡନୀ ଦାନ ଦେବେ । ଆଉ ଶେଷରେ ସେ ନିଜ କିଡନୀର 65 ପ୍ରତିଶତ ନିଜ ପିତାଙ୍କୁ ଦାନ କରିଥିଲେ।

ଡିଜାଇନ ଫଟୋ
author img

By

Published : Apr 20, 2019, 5:34 PM IST

କୋଲକାତା: ଅନେକ ଦିନରେ କିଡନୀ ରୋଗରେ ପୀଡିତ ଥିବା ବାପାଙ୍କ କଷ୍ଟ ସହି ପାରିନଥିଲା ଝିଅ। ତେଣୁ ସ୍ଥିର କରିଥିଲା ଯେ ବାପାଙ୍କୁ ନିଜ କିଡନୀ ଦାନ ଦେବେ । ଆଉ ଶେଷରେ ସେ ନିଜ କିଡନୀର 65 ପ୍ରତିଶତ ନିଜ ପିତାଙ୍କୁ ଦାନ କରିଥିଲେ। ଆଉ ଦୁହିଁଙ୍କର ସଫଳ ଅସ୍ତ୍ରୋପ୍ରଚାର ହୋଇଥିଲା । ତେବେ କୋଲକାତାର ଜଣେ ବ୍ୟବସାୟୀ ହର୍ଷ ଗୋଏଙ୍କା ଟ୍ବିଟ କରି ଏହି ଯୁବତୀଙ୍କର ପ୍ରଂଶସା କରିଥିଲେ।

19 ବର୍ଷୀୟା ରାକ୍ଷୀ ଦତ୍ତ । ପିତାଙ୍କୁ ନିଜ କିଡନୀ ଦେବା ବେଳେ ଭବିଷ୍ୟତରେ କଣ ହେବ ତାଙ୍କୁ କେତେ କଷ୍ଟ ହେବ ତାଙ୍କ ଶରୀରର କଣ କ୍ଷତି ହେବ କି ? ଏସବୁ କିଛି ଭାବି ନଥିଲେ । ପିତାଙ୍କ କଷ୍ଟକୁ କମ କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଥିଲେ ।

ଯିଏ ଝିଅକୁ ବୋଝ ଭାବି ମା ପେଟରୁ ହିଁ ମାରିଦେଉଛି । ଆଉ ଝିଅ ଜନ୍ମ ବି ହେଲେ ଅନେକ କଟକଣାରେ ତାକୁ ଘରେ ବାନ୍ଧି ଦିଆଯାଉଥିବା ଦେଖିବାକୁ ମିଳେ। ତେବେ ଏଭଳି ଲୋକଙ୍କୁ ରାକ୍ଷୀ ଦେଇଛନ୍ତି ଜବାବ। ରାକ୍ଷୀଙ୍କର ଏହି ଫଟୋ ସୋସିଆଲ ମିଡିଆରେ 25ହଜାରରୁ ଊର୍ଦ୍ଧ୍ବ ଲୋକ ଲାଇକ କରିଥିବା ବେଳେ 7 ହଜାର ଲୋକ ସେୟାର କରିଛନ୍ତି ।

ଯିଏ ବି ତାଙ୍କ ଫଟୋ ଦେଖୁଛି ସେ ତାଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି । ଝିଅ ସବୁଠୁ ମୂଲ୍ୟବାନ ବୋଲି କିଛି ଟ୍ବିଟର ୟୁଜର୍ସ ଟ୍ବିଟ କରି ଜଣାଇଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.