ETV Bharat / bharat

ହନିଟ୍ରାପରେ ଛତିଶଗଡ ବ୍ୟବସାୟୀ, ବ୍ଲାକମେଲ କରି କୋଟିକୋଟି ଟଙ୍କା ଲୁଟୁଥିଲେ ଯୁବତୀ - ହନି ଟ୍ରାପ୍‌ ମାମଲାରେ ଯୁବତୀ ଗିରଫ

ଛତିଶଗଡର ରାଜଧାନୀ ରାୟପୁରରେ ଏକ ବଡଧରଣର ହନିଟ୍ରାପ ମାମଲା ସାମ୍ନାକୁ ଆସିଛି । ହନିଟ୍ରାପ ଜରିଆରେ ବ୍ଲାକମେଲ କରି ଜଣେ ବ୍ୟବସାୟୀଙ୍କଠାରୁ 1 କୋଟିରୁ ଅଧିକ ଟଙ୍କା ଏବଂ ଗୋଟିଏ  କାର ହାତେଇଛନ୍ତି ଜଣେ ଯୁବତୀ ।

ଫାଇଲ ଫଟୋ
author img

By

Published : Sep 27, 2019, 11:27 PM IST

ରାୟପୁର: ମଧ୍ୟପ୍ରଦେଶର ହନିଟ୍ରାପ ମାମଲାକୁ ନେଇ ଚର୍ଚ୍ଚା ନଥୁମୁଣୁ ଏଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଛତିଶଗଡର ରାଜଧାନୀ ରାୟପୁରରେ ଏକ ବଡଧରଣର ହନିଟ୍ରାପ ମାମଲା ସାମ୍ନାକୁ ଆସିଛି । ହନିଟ୍ରାପରେ ବ୍ଲାକମେଲ କରି ଜଣେ ବ୍ୟବସାୟୀଙ୍କଠାରୁ 1 କୋଟିରୁ ଅଧିକ ଟଙ୍କା ଏବଂ ଗୋଟିଏ କାର ହାତେଇଛନ୍ତି ଜଣେ ଯୁବତୀ । ତେବେ ରାୟପୁର ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 2 ଟି ଦାମୀ କାର, ସୁନା ଅଳଙ୍କାର ସମେତ 47 ଲକ୍ଷ 50 ହଜାର ଟଙ୍କା ଜବତ କରିଛି ।

ସୂଚନା ମୁତାବକ, 2012 ରେ ରାୟପୁରର ବ୍ୟବସାୟୀ ଚେତନ ଶାହଙ୍କ ସହ ସମ୍ପୃକ୍ତ ଯୁବତୀ ଜଣକ ଫେସବୁକରେ ବନ୍ଧୁତ୍ବ ସ୍ଥାପନ କରିଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବଢିଥିଲା । ଏହାର କିଛି ଦିନ ପରେ ସେମାନେ ପରସ୍ପରକୁ ଭେଟିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ରାୟପୁର ଏବଂ ବିଳାସପୁରରେ ବାରମ୍ବାର ସାକ୍ଷାତକାର ହେବାକୁ ଲାଗିଲା । କିଛିଦିନ ପରେ ଯୁବତୀ ନିଜ ପରିବାର ସହ ରାୟପୁର ଆସି ରହିବାକୁ ଲାଗିଲେ ଏବଂ ଚେତନଙ୍କୁ ବିବାହ ପାଇଁ ଚାପ ପକାଇଲେ ।

ତେବେ ଚେତନ ମନା କରିଦେବାରୁ ତାଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ ଯୁବତୀ । ଟଙ୍କା ନଦେଲେ ସମାଜରେ ଏବଂ ଚେତନଙ୍କ ପରିବାରକୁ ସେମାନଙ୍କ ପ୍ରେମ ସମ୍ପର୍କ ସମ୍ବନ୍ଧରେ କହିଦେବାର ଧମକ ଦେଲେ ଯୁବତୀ । ଏହି 4 ବର୍ଷ ମଧ୍ୟରେ ଯୁବତୀ ଜଣକ ଚେତନଙ୍କଠାରୁ ପ୍ରାୟ 1,38,51,000 ଟଙ୍କା ଏବଂ 14 ଲକ୍ଷ ଟଙ୍କାର ଏକ କାର ହତାଇଥିଲେ । ତେବେ କିଛି ଦିନ ପୂର୍ବରୁ ପୁଣିଥରେ ସେ ଚେତନଙ୍କୁ 25 ଲକ୍ଷ ଟଙ୍କା ମାଗିଥିଲେ । ଏହାପରେ ଚେତନ ପଣ୍ଡରୀ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.