ETV Bharat / bharat

ଗିଲଗିଟ-ବାଲ୍ଟିସ୍ତାନକୁ ଦେଶର ଅଭିନ୍ନ ଅଂଶ କହିଲା ଭାରତ

ଜମ୍ମୁ ଓ କାଶ୍ମୀର, ଲଦାଖ ସମେତ ଗିଲଗିଟ ଓ ବାଲ୍ଟିସ୍ତାନ ଭାରତର ଅଭିନ୍ନ ଅଙ୍ଗ ବୋଲି ଜୋର ଦେଇ କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ । ଅଧିକ ପଢନ୍ତୁ...

author img

By

Published : Nov 1, 2020, 8:46 PM IST

ଗିଲଗିଟ-ବାଲ୍ଟିସ୍ତାନକୁ ଦେଶର ଅଭିନ୍ନ ଅଂଶ କହିଲା ଭାରତ
ଗିଲଗିଟ-ବାଲ୍ଟିସ୍ତାନକୁ ଦେଶର ଅଭିନ୍ନ ଅଂଶ କହିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହୀନ ନିଷ୍ପତ୍ତିକୁ ବିରୋଧ କରିଛି ଭାରତ । ଗିଲଗିଟ ଓ ବାଲ୍ଟିସ୍ତାନକୁ ନିଜ ଦେଶର ରାଜ୍ୟ ଭାବରେ ମାନ୍ୟତା ପ୍ରଦାନ କରିଛି ପାକିସ୍ତାନ । ତେବେ ପାକିସ୍ତାନର ଏହି ନିଷ୍ପତ୍ତିକୁ କଡା ବିରୋଧ କରି ଇମ୍ରାନ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି ଯେ ପାକିସ୍ତାନ ଅସମ୍ବିଧାନିକ ଭାବରେ ଗିଲଗିଟ ଓ ବାଲ୍ଟିସ୍ତାନକୁ ନିଜ ଦେଶର ରାଜ୍ୟ ଭାବରେ ମାନ୍ୟତା ଦେଇଛି । ପାକିସ୍ତାନ ତୁରନ୍ତ ଏହି ଦୁଇଟି ଅଞ୍ଚଳ ଖାଲି କରୁ । ଏହା ସହ ପାକିସ୍ତାନ ପିଓକେକୁ ଜବରଦସ୍ତି କବଜା କରିଛି ବୋଲି କହିଛି ଭାରତ ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପାକିସ୍ତାନ ଦ୍ବାରା ଭାରତୀୟ ଅଞ୍ଚଳର ଏକ ଅଂଶକୁ ଅବୈଧ ତଥା ଜବରଦସ୍ତ କବଜା କରିବାର ପ୍ରୟାସକୁ ଭାରତ ସରକାର କଡା ନିନ୍ଦା କରୁଛନ୍ତି । ଜମ୍ମୁ ଓ କାଶ୍ମୀର, ଲଦାଖ ସମେତ ଗିଲଗିଟ ଓ ବାଲ୍ଟିସ୍ତାନ ଭାରତର ଅଭିନ୍ନ ଅଙ୍ଗ ବୋଲି ଜୋର ଦେଇ କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ଅନ୍ୟପକ୍ଷେ ପାକିସ୍ତାନର ଏପରି ପ୍ରୟାସ ପାକିସ୍ତାନ ଅଧିକୃତ ଅଞ୍ଚଳରେ ରହୁଥିବା ନାଗରିକଙ୍କ ସାତ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମାନବାଧିକାର ଉଲ୍ଲଂଘନ ଓ ସ୍ବତନ୍ତ୍ରତାରୁ ବଞ୍ଚିତ ରଖିଛି । ଏହି ସତ୍ୟତାକୁ ଚପାଇ ଦିଆଯାଇପାରିବ ନାହିଁ ବୋଲି ଅନୁରାଗ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.