ETV Bharat / bharat

ଗାଜିୟାବାଦ ସାମ୍ବାଦିକଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୋମଟାଙ୍କୁରା କାହାଣୀ ବର୍ଣ୍ଣନା କଲେ ଝିଅ

author img

By

Published : Jul 22, 2020, 11:01 PM IST

ଗାଜିୟାବାଦର ମୃତ ସାମ୍ବାଦିକଙ୍କ ଶେଷକୃତ୍ୟ ସମ୍ପନ୍ନ । ସେଦିନ ରାତିର ଲୋମ ଟାଙ୍କୁରା କାହାଣୀ ବର୍ଣ୍ଣନା କଲେ ଝିଅ । ଅଧିକ ପଢନ୍ତୁ...

ଗାଜିୟାବାଦ ସାମ୍ବାଦିକଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୋମଟାଙ୍କୁରା କାହାଣୀ ବର୍ଣ୍ଣନା କଲେ ଝିଅ
ଗାଜିୟାବାଦ ସାମ୍ବାଦିକଙ୍କ ଶେଷକୃତ୍ୟ ସମ୍ପନ୍ନ, ଲୋମଟାଙ୍କୁରା କାହାଣୀ ବର୍ଣ୍ଣନା କଲେ ଝିଅ

ଲକ୍ଷ୍ନୌ: ଗାଜିୟାବାଦରେ ଯେତେବେଳେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ ହୋଇଥିଲା, ସେହି ସମୟରେ ପାଖରେ ଥିଲା ତାଙ୍କ ଝିଅ । ସେ ଚିତ୍କାର କରୁଥିଲା । ବାପାକୁ ବଞ୍ଚାଇବାକୁ ପ୍ରୟାସ କରୁଥିଲା । ସିସିଟିଭିରେ କଏଦ ହୋଇଛି ଏ ସମସ୍ତ ଦୃଶ୍ୟ । ତେବେ ସେଦିନ ରାତିରେ ନିଜ ବାପା ଉପରେ ହେଉଥିବା ଆକ୍ରମଣ ଘଟଣାକୁ ବର୍ଣ୍ଣନା କରିଛି ସାମ୍ବାଦିକଙ୍କ ଝିଅ ।

ସିସିଟିଭିରେ ସ୍ପଷ୍ଟ ଦେଖାଯାଉଛି ଯେ ସାମ୍ବାଦିକଙ୍କ ଉପରକୁ ମରାଣାତ୍ମକ ଆକ୍ରମଣ ହେଉଛି । 6ରୁ 7 ଜଣ ସାମ୍ବାଦିକଙ୍କୁ ଲୁହା ରଡ୍‌ରେ ମାରି ଚାଲିଥିଲେ । ଆଉ ଶେଷରେ ତାଙ୍କ ମୁଣ୍ଡରେ ଗୁଳି ମାରିଦେଇଥିଲେ ଏହି ଦୁର୍ବୃତ୍ତମାନେ । ଏହି ସମୟରେ ଯେତେବେଳେ ଝିଅଟି ତାର ବାପାଙ୍କୁ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲା, ସେତେବେଳେ ସମସ୍ତେ ଘର ଝରକା ଖୋଲି ଦେଖିଥିଲେ ସତ ହେଲେ କେହିବି ସାହାଯ୍ୟ ପାଇଁ ବାହାରକୁ ଆସିନଥିଲେ । ହେଲେ ସାହସର ସହ ଶେଷ ପର୍ଯ୍ୟନ୍ତ ଝିଅଟି ତାର ବାପାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା ।

ବୁଧବାର ମୃତ ସାମ୍ବାଦିକଙ୍କର ଅନ୍ତିମ ସଂସ୍କାର କରାଯାଇଛି ଏଥିରେ ବିଭିନ୍ନ ଦଳର ନେତାଙ୍କ ସମେତ ଅନେକ ଗଣମାଧ୍ୟମର ସାମ୍ବାଦିକ ଉପସ୍ଥିତ ରହି ସାମ୍ବାଦିକଙ୍କୁ ଶେଷ ବିଦାୟ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.