ETV Bharat / bharat

ସେଶେଲ୍ସରେ ଭାରତୀୟ ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ପାଇଲେ ପୂର୍ବତନ ଆର୍ମି ଚିଫ

author img

By

Published : Apr 25, 2019, 11:15 PM IST

ଭାରତୀୟ ସେନାର ୨୬ତମ ସେନା ପ୍ରମୁଖ ଜେନେରାଲ ସୁହାଗ ସେଶେଲ୍ସ ଗଣରାଜ୍ୟରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ପାଇଛନ୍ତି । ସେ ୨୦୧୬ ଡିସେମ୍ବର ୩୧ରେ ସେନା ପ୍ରମୁଖ ପଦରୁ ଅବସର ନେଇଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସେଶେଲ୍ସ ଗଣରାଜ୍ୟରେ ଭାରତର ଉଚ୍ଚାୟୁକ୍ତ ଭାବେ ପୂର୍ବତନ ସ୍ଥଳସେନା ପ୍ରମୁଖ ଜେନେରାଲ(ଅବସରପ୍ରାପ୍ତ) ଦଲବୀର ସିଂ ସୁହାଗଙ୍କୁ କରାଯାଇଛି ନିଯୁକ୍ତ । ଉରୀ ଆତଙ୍କୀ ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକର ସମୟରେ ସେ ଦେଶର ସେନା ପ୍ରମୁଖ ଥିଲେ । ବର୍ତ୍ତମାନ ସରକାର ତାଙ୍କୁ ଦେଶ ସେବାର ଅନ୍ୟ ଏକ ସୁଯୋଗ ଦେବା ସହ ନୂଆ ଦାୟିତ୍ବ ଦେଇଛନ୍ତି ।

ଜେନେରାଲ ସୁହାଗ ଭାରତୀୟ ସେନାର ୨୬ତମ ସେନା ପ୍ରମୁଖ ଥିଲେ । ସେ ୨୦୧୬ ଡିସେମ୍ବର ୩୧ରେ ସେନା ପ୍ରମୁଖ ପଦରୁ ଅବସର ନେଇଥିଲେ ।

ଜେନେରାଲ ସୁହାଗଙ୍କ ଜନ୍ମ ଦିଲ୍ଲୀରୁ ୬୫ କିଲୋମିଟର ଦୂରରେ ଅବସ୍ଥିତ ଝଜ୍ଜର ଜିଲ୍ଲାର ଏକ ଛୋଟ ଗାଁ ବିସାହନରେ ହୋଇଥିଲା । ତାଙ୍କ ଜେଜେବାପା ଓ ବଂଶଜ ମଧ୍ୟ ସେନାରେ ଥିଲେ । ତାଙ୍କ ବାପା ରାମଫଳ ସିଂ ମଧ୍ୟ ୧୮ କ୍ୟାବଲରୀ ରେଜିମେଣ୍ଟରୁ ସୁବେଦାର ମେଜର ଥାଇ ଅବସର ନେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.