ETV Bharat / bharat

ସ୍ଥଳସେନା ମୁଖ୍ୟ ନରୱାଣେଙ୍କୁ ମିଳିବ ‘ଜେନେରାଲ ଅଫ୍ ନେପାଳ ଆର୍ମି’ ସମ୍ମାନ - ସ୍ଥଳସେନା ମୁଖ୍ୟ ନରୱାଣେ

ନେପାଳ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ସେଠାରେ ସେ ନେପାଳ ସେନାମୁଖ୍ୟ ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ବୈଠକ କରିବେ ।

ସ୍ଥଳସେନା ମୁଖ୍ୟ ନରୱାଣେଙ୍କୁ ମିଳିବ ‘ଜେନେରାଲ ଅଫ୍ ନେପାଳ ଆର୍ମି’ ସମ୍ମାନ

author img

By

Published : Nov 4, 2020, 10:08 AM IST

ନୂଆଦିଲ୍ଲୀ: ନେପାଳ ଗସ୍ତରେ ଯିବେ ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ କରିବାକୁ କାଠମାଣ୍ଡୁରେ ଉଚ୍ଚସ୍ତରୀୟ ବୈଠକରେ ଅନୁଷ୍ଠିତ ହେବ । ସେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବୈଠକରେ ଆଲୋଚନା କରିବେ । ଏହି ଅବସରରେ ତାଙ୍କୁ ‘ଦି ଜେନେରାଲ ଅଫ୍‌ ଦି ନେପାଳ ଆର୍ମି’ ସମ୍ମାନରେ ସମ୍ମାନିତ କରାଯିବ ।

ଏନେଇ ନରୱାଣେ କହିଛନ୍ତି କି, ମୋତେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ମିଳିଥିବାରୁ ମୁଁ ବହୁତ ଖୁସି । ମୋତେ ସେଠାରେ ‘ଜେନେରାଲ ଅଫ୍ ନେପାଳ ଆର୍ମି’ ସମ୍ମାନରେ ସମ୍ମାନିତ କରାଯିବ ।

ଅନ୍ୟପଟେ ଭାରତ-ନେପାଳ ସମ୍ପର୍କକୁ ନେଇ ସେ କହିଛନ୍ତି କି, ନେପାଳ ଯେତେବେଳେ ଲିପୁଲେଖ ନିକଟରେ ରାସ୍ତା ନିର୍ମାଣ କରୁଥିଲା ସେତେବେଳେ ନେପାଳ ପ୍ରତି ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଥିଲା । ଅନ୍ୟ ଦେଶର ଇସାରାରେ ପରିଚାଳିତ ହୋଇ ନେପାଳ ଏପରି କାମ କରିଥିବା ସ୍ଥଳସେନା ମୁଖ୍ୟ କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି କି, ଏହି ଯାତ୍ରା ଦୁଇ ଦେଶର ବନ୍ଧୁତାକୁ ଆହୁରି ସୁଦୃଢ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.