ETV Bharat / bharat

ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ 14 ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ନୌ ପୋଲିସ - ଗାୟତ୍ରୀ ପ୍ରସାଦ ପ୍ରଜାପତି ରିମାଣ୍ଡରେ ନେଲା ପୋଲିସ

ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗୁରୁବାର ଦିନ ଗାଜିପୁର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ନୂତନ ମାମଲାରେ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ସ୍ଥାନୀୟ କୋର୍ଟ ଦ୍ୱାରା 14 ଦିନିଆ ନ୍ୟାୟିକ ରିମାଣ୍ଡରେ ନିଆଯାଇଛି। ଅଧିକ ପଢନ୍ତୁ...

ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ 14 ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ନୌ ପୋଲିସ

author img

By

Published : Sep 12, 2020, 9:17 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ଶୁକ୍ରବାର ପୁଣି ଥରେ ଗିରଫ କରାଯାଇଛି । ଲକ୍ଷ୍ନୌର ଗାଜିପୁର ପୋଲିସ ଜାଲିଆତି, ଅପରାଧିକ ମାମଲା ସହ ଧମକ ମାମଲାରେ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କୁ ଗିରଫ କରିଛି । ଗିରଫ ହେବା ପରେ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତରେ ନିଆଯାଇଛି ।

ଗତ ସେପ୍ଟେମ୍ବର 4 ତାରିଖରେ ଗାୟତ୍ରୀ ପ୍ରଜାପତିଙ୍କୁ ଆହ୍ଲାବାଦ ହାଇକୋର୍ଟ ଦୁଷ୍କର୍ମ ମାମଲାରେ ଜାମିନ ପ୍ରଦାନ କରିଥିଲେ । 2 ମାସ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ଅଧିକାରୀ କହିଛନ୍ତି ଯେ ଗୁରୁବାର ଦିନ ଗାଜିପୁର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ନୂଆ ମାମଲା ସମ୍ପର୍କରେ ପ୍ରଜାପତିଙ୍କୁ ଲକ୍ଷ୍ନୌ ପୋଲିସ 14 ଦିନିଆ ରିମାଣ୍ଡରେ ନେଇଛି।

ଏହାପୂର୍ବରୁ ପୂର୍ବତନ ମନ୍ତ୍ରୀ ଅନ୍ୟମାନଙ୍କ ସହ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ନାବାଳିକାକୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ସେ ମାର୍ଚ୍ଚ 15, 2017ରେ ଜେଲରେ ଥିଲେ ଏବଂ ବର୍ତ୍ତମାନ କେଜିଏମୟୁରେ ବିଭିନ୍ନ ରୋଗରେ ଚିକିତ୍ସିତ ହେଉଛନ୍ତି।

ଗୁରୁବାର ଦିନ ଦୁଷ୍କର୍ମ ପୀଡିତା ଜଣକଙ୍କ ପୂର୍ବତନ ଓକିଲ ଦୀନେଶ ଚନ୍ଦ୍ର ତ୍ରିପାଠୀ ପ୍ରଜାପତି, ଉକ୍ତ ହିଳା ଓ ତାଙ୍କ ଝିଅଙ୍କ ବିରୋଧରେ ଜାଲିଆତି ଓ ଅପରାଧିକ ଧମକ ଅଭିଯୋଗ କରି ଏକ ଏଫଆଇଆ ରୁଜୁ କରିଥିଲେ। ଓକିଲ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ପୂର୍ବରୁ ପ୍ରଜାପତିଙ୍କ ଠାରୁ ଟେଲିଫୋନରେ ଧମକ ମିଳିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.